ନନ୍ଦନକାନନରେ ନୀଳଗିରି ବାନର ଅସୁସ୍ଥ, ଚିନ୍ତାରେ କର୍ତ୍ତୃପକ୍ଷ

ବାରଙ୍ଗ,୨୨।୯(ଡି.ଏନ୍‌.ଏ.): ନନ୍ଦନକାନନରେ ଗତ ସପ୍ତାହ ମଧ୍ୟରେ ହର୍ପିସ ଭାଇରସ ଯୋଗୁ ହାତୀଙ୍କ ମୃତ୍ୟୁ ଖବରକୁ ନେଇ କର୍ତ୍ତୃପକ୍ଷ ଚିନ୍ତାରେ ଥିବାବେଳେ ଶନିବାର ଅନ୍ୟତମ ଆକର୍ଷକ ନୀଳଗିରି ବାନର ଅସୁସ୍ଥ ହୋଇପଡିବା ଚିନ୍ତା ଆହୁରି ବଢ଼ାଇ ଦେଇଛି। ନନ୍ଦନକାନନକୁ ଆସିବାପରଠାରୁ ନୀଳଗିରିଟି ଚର୍ଚ୍ଚାରେ ରହିଛି। ଏନକ୍ଲୋଜରରୁ ବାହାରିବା ଓ ପରେ ଦୁଇ ବାନରର ମୃତ୍ୟୁକୁ ନେଇ କର୍ତ୍ତୃପକ୍ଷ ଓ ପର୍ଯ୍ୟଟକ ନିରାଶ ହୋଇଥିଲେ। ଏବେ ପୁଣି ଜଣେ ଅସୁସ୍ଥ ହେବା ନାନା ଆଶଙ୍କା ସୃଷ୍ଟି ହେଉଛି। ଏକମାସରୁ ଊର୍ଦ୍ଧ୍ୱ ଦିନ ଧରି ଏକୁଟିଆଥିବା ଏହି ମାଈ ବାନରଟି ଶୁକ୍ରବାରଠାରୁ ଖାଇବା କମାଇଛି। ବିଶେଷକରି ଫଳ ଆହର କରିନାହିଁ। ଏପରିକି ଝାଡ଼ା ଓ ପରିଶ୍ରା ମଧ୍ୟ ଠିକଭାବେ ହୋଇ ନ ଥିବାର ଜଣାପଡିଛି। ନୀଳଗିରି ଅସୁସ୍ଥ ହେବାର ସ୍ପଷ୍ଟ କାରଣ ଜଣାପଡି ନାହିଁ। ଗତ ୨୦୧୭ ସେପ୍ଟେମ୍ବର ୨୬ରେ ଚେନ୍ନାଇ ଭାଣ୍ଡ୍ରାଲୁର ଚିଡ଼ିଆଖାନାରୁ ହଳେ ନୀଳଗିରି ବାନର ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିଥିଲେ। ଆସିବାର ୩ଦିନ ପରେ ମାଈ ବାନରଟି ଏନକ୍ଲୋଜରରୁ ବାହରିଥିବାବେଳେ ପୁଣି ୨୦ମାର୍ଚ୍ଚ ୨୦୧୮ରେ ଦୁଇଜଣଯାକ ଏନକ୍ଲୋଜରରୁ ବାହାରିଥିଲେ। କିନ୍ତୁ ୩୧ମେ ୨୦୧୯ରେ ଅଣ୍ଡିରା ବାନର ମୃତ୍ୟୁପରେ ମାଈଟି ଏକୁଟିଆ ହୋଇଯାଇଥିଲା। ଅଣ୍ଡିରାର ମୃତ୍ୟୁର ପରଦିନ ମାଇଟି ଏକ ଛୁଆ ଜନ୍ମ ଦେଇଥିବାବେଳେ ଅଗଷ୍ଟ୧୪ରେ ଛୁଆଟିର ମଧ୍ୟ ମୃତ୍ୟୁ ଘଟିଥିଲା। ସେହିଦିନଠାରୁ ମାଈ ବାନରଟି ଏକୁଟିଆ ହୋଇ ନିଃସଙ୍ଗ ଜୀବନ ଜିଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri