ନଡ଼ିଆ କ୍ଷୀରରେ ହେୟାର ମାସ୍କ

ନିଜକୁ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଜିନିଷ ବ୍ୟବହାର କରନ୍ତି। ଆଜିକାଲି ହେୟାର ଷ୍ଟ୍ରେଟନିଂ କରିବା ଏକ ଫ୍ୟାଶନରେ ପରିଣତ ହେଲାଣି। ହେୟାର ଷ୍ଟ୍ରେଟନିଂ କରି ଫ୍ୟାଶନେବୁଲ ଲାଗିବାକୁ ସବୁ ଯୁବତୀଙ୍କ ଇଚ୍ଛା। ହେଲେ ପାର୍ଲରରେ ଏହାକୁ କରିବାକୁ ପଡୁଥିବା ବେଳେ ଏହା ବହୁତ ବ୍ୟୟସାପେକ୍ଷ ମଧ୍ୟ। ତା’ ସହିତ ଏହାର ଆବଶ୍ୟକ ରକ୍ଷଣାବେକ୍ଷଣ ନିମନ୍ତେ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ପାର୍ଲରରେ ହେୟାର ଷ୍ଟ୍ରେଟନିଂ କଲେ କେମିକାଲ ଭାଗ ବହୁତ ରହିଥାଏ। ପ୍ରଥମେ ଏହା ଦେଖିବାକୁ ଭାରି ଆକର୍ଷଣୀୟ ଲାଗେ। ହେଲେ ଧୀରେ ଧୀରେ କେମିକାଲ ପ୍ରଭାବରେ କେଶର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। ତେବେ ଘରୋଇ ଉପାୟରେ କେଶ ଷ୍ଟ୍ରେଟ କିପରି କରିହେବ ସେ ବିଷୟରେ ଆସନ୍ତୁ ଜାଣିବା। ଏହାଦ୍ୱାରା କେଶର ଚମକ ବଜାୟ ରହିବ ଓ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହେବ ନାହିଁ।
ନଡ଼ିଆ କ୍ଷୀରରେ ହେୟାର ମାସ୍କ କରିବା ବିଧି:
ନଡ଼ିଆ କ୍ଷୀର କେଶ ଲାଗି ବହୁ ଲାଭଦାୟକ। ଏହା କେଶରେ ଚମକ ଆଣିବା ସହ କେଶ ଝଡ଼ିବା ସମସ୍ୟା ଓ ଚନ୍ଦାପଣରୁ ମଧ୍ୟ ଏହା ମୁକ୍ତି ଦେଇଥାଏ। ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବେ।
*ପ୍ରଥମେ ନାଳି ନଡ଼ିଆକୁ ସାଇଜ କରି କାଟି ତାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ସେଥିରୁ କ୍ଷୀର ବାହାର କରି ସେଥିରେ ୩ରୁ ୪ ବୁନ୍ଦା ଲେମ୍ବୁ ରସକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାପରେ ଏହି ପେଷ୍ଟକୁ ରାତିସାରା ଫ୍ରିଜ୍‌ରେ ରଖିଦିଅନ୍ତୁ। ସକାଳୁ ଦେଖିବେ ଏହା ଉପରେ ଏକ କ୍ରିମ୍‌ର ଆସ୍ତରଣ ହୋଇଯାଇଥିବ।


ଲଗାଇବା ବିଧି:
ନଡ଼ିଆ କ୍ଷୀରର ପେଷ୍ଟକୁ ଲଗାଇବା ପୂର୍ବରୁ କେଶକୁ ଧୋଇ କିଛି ସମୟ ଶୁଖିବାକୁ ଛାଡ଼ି ଦିଅନ୍ତୁ। ହେୟାର ଡ୍ରାୟର କିମ୍ବା ଅନ୍ୟ କୌଣସି ଯନ୍ତ୍ର ଦ୍ୱାରା କେଶକୁ ଶୁଖାନ୍ତୁ ନାହିଁ। ପୂର୍ବରୁ କରାଯାଇଥିବା ନଡ଼ିଆ ରସର ପେଷ୍ଟକୁ କେଶର ମୂଳରେ ଏବଂ ସମ୍ପୂର୍ଣ୍ଣ ମୁଣ୍ଡରେ ଭଲଭାବେ ଲଗାନ୍ତୁ। ଏହାପରେ ଗରମ ପାଣିରେ ଏକ ଟାଓ୍ବେଲକୁ ଭିଜାଇ ଦେଇ ପରେ ଚିପୁଡି ମୁଣ୍ଡରେ ଗୁଡ଼ାଇ ଦିଅନ୍ତୁ। ଆଉ ଏହାକୁ ୧ ଘଣ୍ଟା ଛାଡ଼ି ଦିଅନ୍ତୁ। ଘଣ୍ଟେ ପରେ ଥଣ୍ଡା ପାଣିରେ ମୁଣ୍ଡ ଧୋଇ ଦିଅନ୍ତୁ । ଗରମ ପାଣିରେ କେବେ ବି କେଶକୁ ଧୁଅନ୍ତୁ ନାହିଁ। ଆପଣ ଚାହିଁଲେ ଶାମ୍ପୁ, କଣ୍ଡିଶନର ବ୍ୟବହାର ମଧ୍ୟ କରିପାରିବେ। ସପ୍ତାହରେ ଅତି କମ୍‌ରେ ୩ ଥର ପ୍ରୟୋଗ କରନ୍ତୁ। ପ୍ରୟୋଗ କରିବା ପରେ ଏହାର ଫରକ ଜାଣି ପାରିବେ। ଏହାଦ୍ୱାରା କେଶ ନମନୀୟ, ଉଜ୍ଜ୍ୱଳ ହେବା ସହ ଷ୍ଟ୍ରେଟ ମଧ୍ୟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri