ନୂଆଦିଲ୍ଲୀ,୭ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ଅଟ୍ଟାରୀ-ଓ୍ବାଘା ସୀମାରେ ପ୍ରତିଦିନ ସନ୍ଧ୍ୟାରେ ହେଉଥିବା ଧ୍ୱଜାବତରଣ ଉତ୍ସବରେ ଦର୍ଶକମାନଙ୍କୁ ଭାଗନେବାକୁ ଅନୁମତି ଦିଆଯିବନି। ଶନିବାରଠାରୁ ଏହି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ପକ୍ଷରୁ କୁହାଯାଇଛି। ଭାରତ ସମେତ ବିଭିନ୍ନ ଦେଶକୁ କରୋନା ଭୂତାଣୁ ବ୍ୟାପିଥିବାରୁ ସମାବେଶଠାରୁ ଦୂରେଇ ରହିବା ପାଇଁ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ତେଣୁ ଧ୍ୱଜାବତରଣ ଉତ୍ସବରେ ଭାଗନେବା ପାଇଁ କାହାକୁ ଅନୁମତି ଦିଆଯିବନି ବୋଲି ବିଏସ୍ଏଫ୍ ମୁଖପାତ୍ର କହିଛନ୍ତି।


