Posted inଖେଳ

ଧୋନୀଙ୍କୁ ବିରାଟଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୧୯।୪(ପି.ଟି.)- ଜଣେ ଅଧିନାୟକଭାବେ ମହେନ୍ଦ୍ର ସିଂ ଧୋନୀ ଏକଦା ବିରାଟ କୋହଲିଙ୍କ ପ୍ରତି ଦୃଢ଼ ସମର୍ଥନ ଜଣାଇଥିଲେ। ଏହାକୁ ବିରାଟ ଭୁଲନ୍ତେ ବା କିପରି। ଏବେ ତାଙ୍କ ସମୟ ଆସିଛି। କୌଣସି ସମାଲୋଚନାକୁ ଖାତିର ନ କରି ସେ ଧୋନୀଙ୍କ ପ୍ରତି ନିଜର ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ ପାଇଁ ଘୋଷିତ ୧୫ ଜଣିଆ ଦଳ କମ୍ବିନେଶନରେ ସନ୍ତୋଷ ପ୍ରକାଶ କରିଛନ୍ତି କୋହଲି। ”ଭାରତୀୟ ଦଳକୁ ନେଇ କେତେକ ଅସନ୍ତୋଷ ପ୍ରକାଶ କରିବା ଦୁଃଖଦାୟକ। ମୋ ପାଇଁ ନିଷ୍ଠା ଓ ଆନୁଗତ୍ୟର ମହତ୍ତ୍ୱ ଅନେକ“ ବୋଲି ବିରାଟ କହିଛନ୍ତି। ମୁଁ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବା ସମୟରେ କିଛି ଗେମ୍‌ ପରେ ସେ ଅନ୍ୟ କାହାକୁ ପରୀକ୍ଷା କରିବାର ବିକଳ୍ପ ଥିଲା। ମାତ୍ର ମୁଁ ସୁଯୋଗର ସଦ୍‌ବ୍ୟବହାର କରିଥିଲି। ମାତ୍ର ମୋ ପାଇଁ ସେପରି ସମର୍ଥନ ଜଣାଇବା ବାସ୍ତବିକ କଷ୍ଟକର। ଧୋନୀ ମୋତେ ୩ ନମ୍ବର ସ୍ଥାନରେ ବ୍ୟାଟିଂ ସୁଯୋଗ ଦେଇଥିଲେ, କାରଣ ସେହି ସ୍ଥାନରେ ଖେଳିବାକୁ ଅଧିକ ଯୁବ ଖେଳାଳି ନ ଥିଲେ ବୋଲି ନିଜ ସମୟକୁ ମନେ ପକାଇ ପ୍ରକାଶ କରିଛନ୍ତି କୋହଲି।

କେବଳ ପଡ଼ିଆ ସଜ୍ଜା ଏବଂ ବୋଲିଂରେ ପରିବର୍ତ୍ତନକୁ ନେଇ ଆମେ ଆଲୋଚନା କରିଥାଉ ଏବଂ ପରସ୍ପର ମତକୁ ସମ୍ମାନ ଦେଇଥାଉ। ମ୍ୟାଚ ପରିସ୍ଥିତିକୁ ପଢ଼ିବାରେ ଧୋନୀଙ୍କଠାରୁ ବଡ଼ ମାହିର ଖେଳାଳି ଆଉ କେହି ନାହାନ୍ତି ବୋଲି ବିରାଟ କହିଛନ୍ତି। ”ସେ ଏକମାତ୍ର ବ୍ୟକ୍ତି ଯିଏକି ଗେମ୍‌ର ଅର୍ଥକୁ ଭଲଭାବେ ଜାଣିଛନ୍ତି। ପଡ଼ିଆରେ ପ୍ରଥମ ବଲ୍‌ରୁ ୩୦୦ ବଲ୍‌ (୫୦ ଓଭର) ପର୍ଯ୍ୟନ୍ତ ସେ ଗେମ୍‌କୁ ଭଲଭାବେ ବୁଝି ପାରନ୍ତି। ତାଙ୍କଭଳି ଜଣେ ମନୋଭାବ ସମ୍ପନ୍ନ ଖେଳାଳିଙ୍କୁ ଉଇକେଟ ପଛରେ ପାଇ ମୁଁ ଭାଗ୍ୟବାନ“ ବୋଲି କୋହଲି କହିଛନ୍ତି। ଧୋନୀ, କୋଚ୍‌ ରବି ଶାସ୍ତ୍ରୀ ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ସହ ମିଶି ସେ ରଣନୀତି ପ୍ରସ୍ତୁତ କରିବାକୁ ଚାହିଁବେ ବୋଲି ସୂଚନା ଦେଇଛନ୍ତି। ଭାରତୀୟ ଦଳର ଚୟନ ହୋଇଥିବା ୧୫ ଖେଳାଳିଙ୍କୁ ନେଇ ମୁଁ ଖୁସି। ଏହା ଏକ ସନ୍ତୁଳିତ ଦଳ। ଏହାକୁ ନେଇ ସେ ରିଷଭ ପନ୍ତ ଓ ଅମ୍ବାତି ରାୟୁଡ଼ୁଙ୍କୁ ନେଇ ହେଉଥିବା ବିତର୍କ ଭିତରେ ପଶିବାକୁ ଚାହିଁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri