Posted inଖେଳ

ଧୋନୀ ମୋର ପରାମର୍ଶଦାତା: ପନ୍ତ

ନୂଆଦିଲ୍ଲୀ,୨।୫(ପି.ଟି.): ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମୋର ଗୁରୁ ଭଳି। ସବୁବେଳେ ସେ ସାହାଯ୍ୟ କରିବା ପାଇଁ ଉପସ୍ଥିତ ଥାଆନ୍ତି। ତେବେ ସେ କୌଣସି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରି ନ ଥାନ୍ତି। ଯାହା ଫଳରେ ଯୁବ ଖେଳାଳିମାନେ ତାଙ୍କ ଠାରୁ ସବୁବେଳେ ଉତ୍ତର ବା ସମାଧାନ ପାଇଁ ଚାହିଁ ବସିଥାନ୍ତି। ପଡିଆ ଭିତରେ ହେଉ କି ବାହାରେ ଧୋନୀ ମୋର ପରାମର୍ଶଦାତା ରହିଆସିଥାନ୍ତି। ଯେକୌଣସି ପ୍ରକାର ସମସ୍ୟା ପାଇଁ ତାଙ୍କଠାରୁ ପରାମର୍ଶ ଲୋଡିଥାଏ। ତେବେ ସେ ଏହାର ସମ୍ପୂର୍ଣ୍ଣ ସମାଧାନ ରାସ୍ତା ଦେଖାଇ ନ ଥାନ୍ତି ବୋଲି ପନ୍ତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍‌ ସହ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ ସେସନରେ ଭାଗ ନେଇ କହିଛନ୍ତି। ଫଳରେ ତାଙ୍କ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ହୋଇ ନ ଥାଏ। କେବଳ ନିଜର ସମସ୍ୟାର ସମାଧାନ ପାଇଁ ଅବଶ୍ୟ ଏହା ପର୍ଯ୍ୟାପ୍ତ ହୋଇଥାଏ। ସେ ମଧ୍ୟ ମୋର ଫେଭରାଇଟ ବ୍ୟାଟିଂ ପାର୍ଟନର। ଯଦିଓ ଆମେ ଏକାଠି ବ୍ୟାଟିଂ କରିବାର ସୁଯୋଗ ସବୁବେଳେ ପାଇନାହୁଁ ବୋଲି ପନ୍ତ କହିଛନ୍ତି।
କ୍ରିଜ୍‌ରେ ଥିବା ବେଳେ ଧୋନୀଙ୍କର ନିର୍ଦ୍ଦିଷ୍ଟ ଯୋଜନା ଥାଏ ଓ ତାହାକୁ ଅନୁସରଣ କରିବା ସମସ୍ତଙ୍କର କାମ ହୋଇଥାଏ। ଗତ ଜୁଲାଇରେ ଅନୁଷ୍ଠିତ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ଖେଳିବା ପରେ ଧୋନୀ ଏପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନାହାନ୍ତି। ତେବେ ଆଇପିଏଲ୍‌ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା ଧୋନୀ ପୁଣି ନିରାଶ ହୋଇଛନ୍ତି। କୋଭିଡ-୧୯ ସଂକ୍ରମଣ କାରଣରୁ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇ ଘୁଞ୍ଚାଇ ଦିଆଯାଇଛି।
ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟ ପନ୍ତ ତାରିଫ କରିଛନ୍ତି। ଗାଙ୍ଗୁଲି ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମେଣ୍ଟର ଥିଲେ ଓ ବ୍ୟାଟିଂରେ ସୁଧାର ପାଇଁ ସେ ପନ୍ତଙ୍କୁ କେତୋଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଥିଲେ। ଯାହା ଅବଶ୍ୟ କାମରେ ଆସିଥିଲା ବୋଲି ପନ୍ତ କହିଛନ୍ତି। ପ୍ରଥମେ କ୍ରିଜ୍‌ରେ କିଛି ସମୟ ବିତାଇବାକୁ ଓ ପରେ ଯାହା ଚାହିଁବ ତାହା କରିପାରିବ ବୋଲି ସେ ପରାମର୍ଶ ଦେଇଥିଲେ। ଆଇପିଏଲ ୨୦୧୮ ସଂସ୍କରଣ ମୋର ଭାଗ୍ୟ ବଦଳାଇ ଦେଇଥିଲା। ୧୪ଟି ମ୍ୟାଚ୍‌ରୁ ୫୨.୬୧ ରନ ହାରରେ ପନ୍ତ ୬୮୪ ରନ ସଂଗ୍ରହ କରିଥିଲେ। ଏଥିରେ ୬ଟି ଅର୍ଦ୍ଧଶତକ ସାମିଲ ରହିଥିଲା। ଏହି ସଂସ୍କରଣରେ ଦିଲ୍ଲୀ ତରଫରୁ ସେ ସର୍ବାଧିକ ରନ ସଂଗ୍ରହ କରି ନିଜ ଦକ୍ଷତାର ପ୍ରମାଣ ଦେବା ସହ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ ଓ ତାଙ୍କୁ ଶେଷରେ ଭାରତୀୟ ଦଳରେ ସ୍ଥାନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri