ଧାରଣା ସ୍ଥଳରେ ଟଳିପଡ଼ିଲେ ଶିକ୍ଷକ

ଭୁବନେଶ୍ୱର,୪ା୧୨ (ବ୍ୟୁରୋ)/ କୁଆମରା/ ଖୁଣ୍ଟା(ଡି.ଏନ୍‌.ଏ):ଦାବି ପୂରଣ ପାଇଁ ଆସିଥିଲେ ରାଜଧାନୀ। ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିର ଆନ୍ଦୋଳନସ୍ଥଳରେ ଅନ୍ୟ ଶିକ୍ଷକଙ୍କ ସହ ଧାରଣା ଦେଇଥିଲେ। ବିକ୍ଷୋଭ ଓ ପ୍ରତିବାଦ କରୁଥିବା ସମୟରେ ମଙ୍ଗଳବାର ଅପରାହ୍ନରେ ହଠାତ୍‌ ଟଳିପଡିଥିଲେ ମୟୂରଭଞ୍ଜର ଶିକ୍ଷକ ନିରଞ୍ଜନ ବାରିକ। ସେଠାରେ ଉପସ୍ଥିତ ପୋଲିସ ଓ ଅନ୍ୟ କେତେଜଣ ଶିକ୍ଷକ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ନିରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। କ୍ୟାପିଟାଲ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଛି। ବୁଧବାର ବ୍ୟବଚ୍ଛେଦ ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ମୃତ ଶିକ୍ଷକ ନିରଞ୍ଜନଙ୍କ ଘର ମୟୂରଭଞ୍ଜ ଜିଲା ବଡ଼ଖୁଣ୍ଟା ଗ୍ରାମରେ। ସେ ଗୋପବନ୍ଧୁନଗର ବ୍ଲକ ସାନଖୁଣ୍ଟା ପଞ୍ଚାୟତର ବାଲଡିହା ଆଶ୍ରମ ସ୍କୁଲରେ ଶିକ୍ଷକତା କରୁଥିଲେ। ସେ ୧୯୯୫ରେ ନନ୍‌ଫର୍ମାଲରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ୨୦୦୮ରେ ଗଣଶିକ୍ଷକ ଓ ୨୦୧୮ରେ ରେଗୁଲାର ହୋଇଥିଲେ। ନିରଞ୍ଜନ ଗଣଶିକ୍ଷକ ସଂଘର ମୟୂରଭଞ୍ଜ ଜିଲା ସଭାପତି ଅଛନ୍ତି। ଘରେ ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଥିବା ଜଣାପଡିଛି।
‘ଦାବି ପୂରଣ ନ ହେଲେ ସମସ୍ତେ ଜୀବନ ହାରିବୁ’
ଓଟିଇଟି ପରୀକ୍ଷାର ପୁନଃ ମୂଲ୍ୟାୟନ, ବାଦ୍‌ପଡ଼ିଥିବା ଗଣଶିକ୍ଷକଙ୍କୁ ନିୟମିତ କରିବା, ମୃତ ଶିକ୍ଷକଙ୍କ ପରିବାରକୁ ଚାକିରି ସହିତ ମୃତ୍ୟୁକାଳୀନ ସହାୟତା ଆଦି ଦାବିରେ ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡର) ମହାସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ଧାରଣା ଚାଲିଛି। ଶିକ୍ଷକ ନିରଞ୍ଜନଙ୍କ ମୃତ୍ୟୁରେ ଅନ୍ୟମାନେ ଦୁଃଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଦାବି ପୂରଣ ନ ହେଲେ ନିରଞ୍ଜନଙ୍କ ଭଳି ଆମେ ସମସ୍ତେ ଜୀବନ ହାରିଦେବୁ। ୨୦୧୪ରୁ ସଂଘ ନିଜର ଦାବି ନେଇ ଆନ୍ଦୋଳନ ଜାରି ରଖିଛି। ସରକାର ଭୁଆଁ ବୁଲାଇ ଚାଲିଛନ୍ତି। ପୂର୍ବରୁ ମଧ୍ୟ ସଂଘ ସଦସ୍ୟ ଥିବା ଜଣେ ଶିକ୍ଷକ ଦାବି ପୂରଣ ନ ହେବାରୁ ଆତ୍ମହତ୍ୟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri