ଧାନର ଅଭାବୀ ବିକ୍ରି ଅଭିଯୋଗ: ଜିଲା ଯୋଗାଣ ଅଧିକାରୀଙ୍କଠାରେ ଅଭିଯୋଗ କଲେ ଚାଷୀ

ବାଲେଶ୍ୱର ଅଫିସ, ୫।୨-ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ରୂପ୍‌ସା ଅଞ୍ଚଳର କସିପଦା ସେବା ସମବାୟ ଅଧୀନରେ ଥିବା ଚାଷୀମାନେ ଧାନ ବିକ୍ରି କରି ନ ପାରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏହାର ପ୍ରତିବାଦ କରି ମଙ୍ଗଳବାର ଚାଷୀମାନେ ଜିଲା ଯୋଗାଣ ବିଭାଗ ଅଧିକାରୀ ରବି ନାରାୟଣ ପୃଷ୍ଟିଙ୍କ ନିକଟରେ ଅଭିଯୋଗ କରିଛନ୍ତି।
କସିପଦା ସେବା ସମବାୟ ଅଧୀନରେ ଥିବା ଆଙ୍କୋ, କସିପଦା, ରୂପ୍‌ସା ପଞ୍ଚାୟତର ୨୫ଟି ଗ୍ରାମର ପ୍ରାୟ ଶତାଧିକ ଚାଷୀ ଅନଲାଇନ୍‌ରେ ନିଜର ନାମ ପଞ୍ଜିକରଣ କରିଥିଲେ। ଧାନ ବିକ୍ରି ପାଇଁ ଟୋକନ ନ ପାଇବାରୁ ସେବା ସମବାୟ ସମ୍ପାଦକ ସତ୍ୟପ୍ରକାଶ ପାଢ଼ୀଙ୍କୁ ପଚାରିଥିଲେ। ସମ୍ପାଦକ ସେମାନଙ୍କ କୁପନ ଭୁବନେଶ୍ୱରରୁ ଆସି ନାହଁି ବୋଲି କହି ବାରମ୍ବାର ଫେରାଇବାରୁ ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ କମଳାକାନ୍ତ ଜ୍ୟୋତି, ମନୋରଞ୍ଜନ ନାୟକ, ବିନୟ ମହାପାତ୍ର, ଜଗନ୍ନାଥ ବେହେରା, ଚତୁର୍ଭୁଜ ମହାପାତ୍ର, ଅଶୋକ ଦତ୍ତ, ମିହିର ନାୟକ, ରନତ୍ାକର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଜ୍ୟୋତି, ସୃଷ୍ଟିଧର ବାରିକ, ଦିଦା ବିଶ୍ୱାଳ ପ୍ରମୁଖ ଚାଷୀ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଯୋଗାଣ ଅଧିକାରୀ ପୃଷ୍ଟି ଚାଷୀଙ୍କ ସମ୍ପର୍କରେ ସହକାରୀ ଯୋଗାଣ ଅଧିକାରୀ ଅଜୟ ମଲ୍ଲିକଙ୍କୁ ଯଥାଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସହକାରୀ ଯୋଗାଣ ଅଧିକାରୀ ମଲ୍ଲିକଙ୍କ କହିବାନୁସାରେ କସିପଦା ସେବା ସମବାୟର ଶତାଧିକ ଚାଷୀ ଅନଲାଇନ୍‌ରେ ଆବେଦନ କରିଥିବା ବେଳେ ସେମାନଙ୍କର ପଟ୍ଟା ଏବଂ ନାମ ତାଳମେଳ ଖାଇ ନ ଥିବା ଦର୍ଶାଇ ସ୍ଥାନୀୟ ଆର୍‌ଆଇ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଅଭିଯୋଗ ଆସିବା ପରେ ପୁନର୍ବାର ସେମାନଙ୍କର ଚାଷଜମି ଥିବା ଉପରେ ତଦନ୍ତ ରିପୋର୍ଟ ମଗାଯାଇଥିଲା। ରିପୋର୍ଟ ଅନୁଯାୟୀ ପୂର୍ବରୁ ଆର୍‌ଆଇ ଠିକ୍‌ ଭାବରେ ତଦନ୍ତ କରି ନ ଥିବା ସ୍ବୀକାର କରିଥିଲେ। ପରେ ସେମାନଙ୍କର ଜମି ସହ ନାମ ଠିକ୍‌ ଥିବାର ଅନ୍ୟ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଅତିଶୀଘ୍ର ସେମାନଙ୍କର ଧାନ କିଣାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri