ଧାନ ବିକ୍ରି ପାଇଁ ଜିଲାପାଳଙ୍କୁ ଭେଟିଲେ ଚାଷୀ: ଟାର୍ଗେଟ ଆସିଲେ ଧାନ ଉଠିବ

ନୂଆପଡା ଅଫିସ,୨୭ା୬: ଆଗାମୀ ୩୦ ତାରିଖରେ ନୂଆପଡ଼ା ଜିଲାରେ ଧାନ କିଣା ଶେଷ ହେବ ବୋଲି ଜିଲା ଯୋଗାଣ ବିଭାଗ କହୁଥିବା ବେଳେ ମିଲର୍ସ ହଜାର ହଜାର କୁଇଣ୍ଟାଲ ଛତଶଗଡରୁ ଧାନ ଆଣି ଫଲସ ଏଣ୍ଟ୍ରି ମାରୁଛନ୍ତି। ଏଣେ ଜିଲାର ଚାଷୀ ଧାନବିକ୍ରି କରି ପାରୁନାହାନ୍ତି। ଚାଷୀ ପାଖରେ ଏବେବି ଧାନ ପଡିରହିଛି। ଏଭଳି ସ୍ଥିତିରେ ସଦର ବ୍ଲକର ପରକୋଡ ମଣ୍ଡି ଅଧୀନ ବଲୋଦା ସହ ଆଖପାଖ ଗାଁର ଶତାଧିକ ଚାଷୀମାନେ ଧାନ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ନୂଆପଡା ଆସି ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିବାବେଳେ ପରେ ଜିଲାପାଳଙ୍କ ନିକଟକୁ ଯାଇ ଗୁହାରି ଜଣାଇଥିଲେ। ଜିଲାପାଳ ଏହା ଉପରେ ପଦକ୍ଷେପ ନେଉଛନ୍ତି ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଓହରିଯାଇଥିଲେ।
ପୂର୍ବାହ୍ନରେ ପରକୋଡର ପୂର୍ବତନ ସରପଞ୍ଚ ପ୍ରେମ କୁମାର ନାଏକଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଆସି ଘେରାଉ କରିଥିଲେ । ଜିଲା ଯୋଗାଣ ଅଧିକାରୀ ଅଶୋକ କୁମାର ଦାସ ଏବଂ ଏଆରସିଏସ ଲିଙ୍ଗରାଜ ନାଏକଙ୍କୁ ଭେଟି ସେମାନଙ୍କ ଧାନ ମଣ୍ଡିରୁ ଉଠାଇବାକୁ ଦାବି କରିଥିଲେ। ମହତମତୋରା, ମୁଣ୍ଢେଲା, ପରକୋଡ, ଭୈଷଁାଟାଲ ଗାଁର ୨୦ହଜାରରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ ଚାଷୀମାନଙ୍କ ନିକଟରେ ରହିଛି। ଏଣେ ପ୍ୟାକ୍ସ ନିକଟକୁ ଗଲେ ବିକ୍ରି ପାଇଁ ଟୋକନ ମିଳିପାରୁନାହିଁ । ଅନ୍ୟପଟେ ମିଲର୍ସମାନେ ପଡୋଶୀ ଛତିଶଗଡରୁ ଧାନ ଆଣି ଭର୍ତ୍ତି କରିଦେଉଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଜିଲା ଯୋଗାଣ ଅଧିକାରୀ ଜିଲାର ଧାନକିଣା ଟାର୍ଗେଟ ଶେଷ ହୋଇଯାଇଥିବା ଦର୍ଶାଇଥିଲେ। ଟାର୍ଗେଟ ବୃଦ୍ଧି କରିବାକୁ ଜିଲାପାଳ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ଏହା ଆସିଲେ ଧାନ କିଣାଯିବ ବୋଲି କହିଥିଲେ। ଏହିଭଳି ଜିଲାକୁ ୨ ଲକ୍ଷ ୯୨ ହଜାର କୁଇଣ୍ଟାଲ ଧାନ କିଣା ଟାର୍ଗେଟ ମିଳିଥିଲା । ସେଥିରୁ ଗତ ୨୫ ତାରିଖ ସୁଦ୍ଧା ୨ ଲକ୍ଷ ୬୬ ହଜାର କୁଇଣ୍ଟାଲ ଧାନକିଣା ଯାଇଛି । ବାକି ଧାନ ମଣ୍ଡିଗୁଡିକରେ ବିକ୍ରି ପାଇଁ ପ୍ରକ୍ରିୟାରେ ରହିଥିବା ଏଆରସିଏସ ନାଏକ କହିଥିଲେ। ତେବେ ଯେକୌଣସି ମତେ ଚାଷୀଙ୍କ ଧାନ ଉଠାଣ କରାଯାଉ ନଚେତ ଏଠାରୁ ଯିବେନାହିଁ ବୋଲି ଅଡି ବସିଥିଲେ। ଏଥିରେ ପୋଲିସ ତରଫରୁ ଏସଡିପିଓ ଅଜୟ କୁମାର ପଟ୍ଟନାୟକ, ଥାନାଧିକାରୀ ଆଦିତ୍ୟ କୁମାର ମହାକୁଡ ହସ୍ତକ୍ଷେପ କରି ଚାଷୀମାନଙ୍କୁ ଜିଲାପାଳଙ୍କ ସହ ସାକ୍ଷାତ କରାଇଥିଲେ। ଜିଲାପାଳ ଡା. ପୋମା ଟୁଡୁ ଚାଷୀ ନେତାମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହା ଉପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ ବୃଦ୍ଧି ପାଇଁ ଜଣାଇଛନ୍ତି। ଏହା ମଞ୍ଜୁରୀ ହେଲେ ତୁରନ୍ତ ଧାନ ଉଠାଣ ହେବ ବୋଲି କହିଥିଲେ। ହେଲେ ଆସନ୍ତା ୩୦ ତାରିଖ ସୁଦ୍ଧା ଧାନ ଯଦି ନ ଉଠିଲା ତେବେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାନବସ୍ତା ଆଣି ଆସିବେ ବୋଲି ଚେତାବନୀ ଦେଇଛନ୍ତି। କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ପ୍ରଶାସନ ଦାୟୀ ରହିବ ବୋଲି କହିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଚତୁର୍ଭୁଜ ଶର୍ମା, ରବୀନ୍ଦ୍ର ମଙ୍ଗରାଜ ପ୍ରମୁଖ ସମର୍ଥନ କରି ଜିଲାପାଳଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri