ଧସୁଛି ରାସ୍ତା, ଆଡ଼ିବନ୍ଧ: ବିପଦରେ ୪ ଗାଁ

ବାଲେଶ୍ୱର ଅଫିସ, ୧।୬-ବୁଢ଼ାବଳଙ୍ଗ ନଦୀଗର୍ଭକୁ ଧସି ପଡୁଛି ଆଡ଼ିବନ୍ଧ ସହ ରାସ୍ତା। ବିପଦରେ ୪ଖଣ୍ଡ ଗଁାର ବାସିନ୍ଦା। ଜିଲା ଗ୍ରାମ୍ୟ ଉନ୍ନୟନ ଓ ଜଳସେଚନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଦୀର୍ଘ ୭ ବର୍ଷ ଧରି ରାସ୍ତା ଓ ଆଡିବନ୍ଧର ସୁରକ୍ଷା ଲାଗି କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ମାଣିକୁଲା, ଜଗନ୍ନାଥପୁର, କାଠପାଳ, ନଲକୁଲି ଗ୍ରାମର ପାଖାପାଖି ୧ହଜାରରୁ ଊର୍ଦ୍ଧ୍ୱ ପରିବାରର ଲୋକମାନେ ଦୈନନ୍ଦିନ ବିପଦସଙ୍କୁଳ ଅବସ୍ଥାରେ ଏହି ରାସ୍ତାରେ ଯା’ଆସ କରୁଛନ୍ତି।
ବାଲେଶ୍ୱର ସଦର ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀକୁ ମାଣିକୁଲାଠାରେ ବ୍ରିଟିଶ ଅମଳରୁ ନିର୍ମିତ କୋଷ୍ଟ୍‌ କେନାଲ ସଂଯୋଗ କରୁଛି। କୋଷ୍ଟ୍‌ କେନାଲର ଉଭୟ ପାର୍ଶ୍ୱରେ ଥିବା ଗଁା ଲୋକଙ୍କ ଯା’ଆସ ପାଇଁ ୨୦୧୨ରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟିଆଖିଆ ଛକରୁ ମାଣିକୁଲା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା। କାଠପାଳ ଛକଠାରେ ମାତ୍ର ୧୮୦ମିଟର ରାସ୍ତା କାମ ବାକି ରହିଥିଲା। ଏହି ସ୍ଥାନରେ ବୁଢ଼ାବଳଙ୍ଗ ଓ କୋଷ୍ଟ୍‌ କେନାଲର ଆଡ଼ିବନ୍ଧ ଥିବାରୁ ଜଳସେଚନ ବିଭାଗ ପକ୍ଷରୁ ଗାର୍ଡୱାଲ ନିର୍ମାଣ ସାଙ୍ଗକୁ ପଥର ପ୍ୟାକିଂ କରାଯିବା ପରେ ରାସ୍ତାକାମ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହାମଧ୍ୟରେ ବର୍ଷ ପରେ ବର୍ଷ ବିତିଯାଇଥିଲେ ବି ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ରାସ୍ତା ଓ ଆଡିବନ୍ଧ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇନାହିଁ କି ୧୮୦ ମିଟର ରାସ୍ତା କାମ ହୋଇନାହିଁ। ଏହି ସ୍ଥାନରେ ଆଡ଼ିବନ୍ଧ ସହ ରାସ୍ତା ନଦୀ ଭିତରକୁ ଧସିପଡୁଥିବାରୁ ଏହା ବିପଦସଙ୍କୁଳ ହୋଇପଡୁଛି। ବର୍ଷା ଦିନେ ଗମନାଗମନ ବାଧାପ୍ରାପ୍ତ ହେଲେ କୋଷ୍ଟ୍‌କେନାଲ ଓ ନଦୀ ସଂଲଗ୍ନ ଗଁା ଗଣ୍ଡା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରୁଛନ୍ତି। ବର୍ତ୍ତମାନ ଜରୁରିକାଳୀନ ପରିସ୍ଥିତିରେ ମଧ୍ୟ ଗାଁକୁ ଆମ୍ବୁଲାନ୍ସ, ଦମକଳ କିମ୍ବା ୪ଚକିଆ ଗାଡ଼ି ଯା’ଆସ କରିବା ସମ୍ଭବ ହେଉନାହିଁ। ଏହି ରାସ୍ତା ଦେଇ ବୟସ୍କଲୋକ ଏବଂ ଛୋଟପିଲାଙ୍କ ଯାତାୟାତ ସବୁଠୁ ଅଧିକ ବିପଦ ସାଜିଛି। ବାଇକ୍‌, ସାଇକେଲ ଆରୋହୀମାନେ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବା ନଜିର ରହିଛି। ସ୍ଥାନୀୟ ଗ୍ରାମବାସୀ ବିଡ଼ିଓ, ଜିଲାପାଳ ଓ ବିଧାୟକଙ୍କଠାରେ ବହୁବାର ଅଭିଯୋଗ କରିବା ସହ ଗ୍ରାମ୍ୟ ଉନ୍ନୟନ ଓ ଜଳସେଚନ ବିଭାଗ ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ବର୍ଷାଦିନ ଆସିଲେ ଜଳସେଚନ ବିଭାଗ ପକ୍ଷରୁ ଆଡିବନ୍ଧ ଓ ରାସ୍ତା ପାର୍ଶ୍ୱରେ ବାଲିବସ୍ତା ପକାଇ ବାଉଁଶ ପୋତି କାମ ଚଳାଇ ନିଆଯାଉଛି ବୋଲି ପୂର୍ବତନ ସରପଞ୍ଚ ବୃନ୍ଦାବନ ରାଉତ, ପଦ୍ମଲୋଚନ ପ୍ରଧାନ, ପ୍ରଦୀପ ଦାସ, ମଦନ ମାଝି ପ୍ରମୁଖ ଅଭିଯୋଗ କରିଛନ୍ତି।
ନବନିର୍ବାଚିତ ସଦର ଭାଜପା ବିଧାୟକ ମଦନମୋହନ ଦତ୍ତ ଏହି ଅଞ୍ଚଳ ପରିଦର୍ଶନ କରିବା ବେଳେ ଏହି ରାସ୍ତା ସମସ୍ୟା ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର ବସିଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକରେ ସେ ଏହି ପ୍ରସଙ୍ଗ ଉପସ୍ଥାପନା କରିଛନ୍ତି। ଆସନ୍ତା ବର୍ଷା ଋତୁ ପୂର୍ବରୁ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଥିଲେ। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନନ୍ଦଦୁଲାଲ ଘଡ଼େଇଙ୍କୁ ପଚାରିବାରୁ କହିଛନ୍ତି, ରାସ୍ତା ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ରହିଛି। ଜଳସେଚନ ବିଭାଗ ପକ୍ଷରୁ ଗାର୍ଡୱାଲ କିମ୍ବା ପଥର ପ୍ୟାକିଂ ହେବା ପରେ ରାସ୍ତା ନିର୍ମାଣ କରାଯିବ। ଜଳସେଚନ ବିଭାଗୀୟ ଯନ୍ତ୍ରୀ ନୀଳମଣି ଜେନା କହିଛନ୍ତି, ନଦୀ ପାର୍ଶ୍ୱ ଆଡ଼ିବନ୍ଧରେ ଗାର୍ଡୱାଲ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ବର୍ଷାଦିନ ପୂର୍ବରୁ କାମ ସାରିବାକୁ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri