ଧଳସାମନ୍ତ ଭ୍ରାତାଙ୍କ ଘରୁ ଜାଲ୍‌ ନୋଟ୍‌ ଜବତ ମାମଲା ତତ୍କାଳୀନ ଏଏସ୍‌ଆଇଙ୍କୁ ଜେରା

କଟକ ଅଫିସ,୫|୯: ଧଳ ସାମନ୍ତ ଭ୍ରାତାଙ୍କ ପୋଖରୀପୁଟ୍‌ସ୍ଥିତ ଆନନ୍ଦବିହାର ବାସଭବନ ଓ ମର୍କତନଗର ଘରୁ ଜବତ ଜାଲ୍‌ ନୋଟ୍‌ ସମ୍ପର୍କିତ ମାମଲାକୁ ନେଇ ବୁଧବାର ଚାଉଳିଆଗଞ୍ଜ ଥାନାର ତତ୍କାଳିନ ଏଏସ୍‌ଆଇ ମନୋରଞ୍ଜନ ମହାପାତ୍ରଙ୍କୁ ଜେରା କରାଯାଇଛି। ୨୦୧୬ ଜାନୁୟାରୀ ୧୮ରେ ପୋଲିସ ଏହିସବୁ ସ୍ଥାନରେ ଚଢାଉ କରି ୨ କୋଟି ୬୭ ଲକ୍ଷ ୬୪ ହଜାର ୭ ଶହ ୪୦ ଟଙ୍କା ଜବତ କରିଥିଲା। ଜବତ ଟଙ୍କା ମଧ୍ୟରେ ୧୦ ହଜାର ଟଙ୍କାର ନକଲି ନୋଟ୍‌ ଥିବା ସେତେବେଳେ ପୋଲିସ କହିଥିଲା। ବୁଧବାର କଟକର ପ୍ରଥମ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଏହି ମାମଲାର ଶୁଣାଣି କରିଥିଲେ। ସୁଶିଲ ଓ ସୁଶାନ୍ତ ଧଳସାମନ୍ତ ଭ୍ରାତାଙ୍କ ଉପସ୍ଥିତିରେ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଚାଉଳିଆଗଞ୍ଜ ଥାନାର ତତ୍କାଳିନ ଏଏସ୍‌ଆଇ ମନୋରଞ୍ଜନ ମହାପାତ୍ରଙ୍କୁ ଜେରା କରିଥିଲେ। ଧଳସାମନ୍ତ ଭ୍ରାତାଙ୍କଠାରୁ କେତେଖଣ୍ଡ ଜାଲ୍‌ ନୋଟ୍‌ ଜବତ ହୋଇଥିଲା, କେଉଁ ପରିସ୍ଥିତିରେ ଏବଂ କିଭଳି ଭାବେ ପୋଲିସ ଏହାକୁ ଜବତ କରିଥିଲା ସେ ସମ୍ପର୍କରେ ଆଇନଜୀବୀ ମହାପାତ୍ର ପ୍ରଶ୍ନ କରିଥିଲେ। ଆସନ୍ତା ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ଧଳସାମନ୍ତ ଭ୍ରାତାଙ୍କ ଉପସ୍ଥିତିରେ ଅଶୋକ ସେନ୍‌, ପ୍ରକାଶ ନାୟକ, ଅକ୍ଷୟ ସାହୁଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସେହିପରି ନକଲି ଟଙ୍କା ଜବତ ମାମଲାରେ ଚାଉଳିଆଗଞ୍ଜ ଥାନାର ତତ୍କାଳିନ ଥାନାଧିକାରୀ ଅଜୟ ଦାସ ଓ ପ୍ରଦୀପ କୁମାର ମହାପାତ୍ରଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri