ଧର୍ମେନ୍ଦ୍ର, ତାରାଙ୍କ ରୋଡ୍‌ ଶୋ

ଅନୁଗୋଳ ଅଫିସ/ପାଲଲହଡ଼ା, ୨୨।୪: ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଶେଷ ଦିନରେ ଜିଲାର ସମସ୍ତ ନିର୍ବାଚନମଣ୍ଡଳୀରେ ପ୍ରମୁଖ ୩ ଦଳର ନେତାମାନେ ଜୋରଦାର ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା। ଅନୁଗୋଳ ନିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡ୍‌ ଶୋ କରିଥିବାବେଳେ ପୌରାଞ୍ଚଳରେ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ପ୍ରଚାର ମଙ୍ଗ ଧରିଥିଲେ। ସେହିପରି ବିଜେଡି ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର କରାଯାଇଥିଲା।
ଅନୁଗୋଳ ଜିଲାରେ ଏଥର ତ୍ରିମୁଖୀ ଲଢ଼େଇ ହେଉଥିବାରୁ ସବୁଦଳ ପ୍ରଚାର ଉପରେ ଅଧିକ ଗୁରୁତ୍ୱ ଦେଇଥିବା ଦେଖାଯାଇଥିଲା। ଭାଜପାର ଷ୍ଟାର ପ୍ରଚାରକ ଭାବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲାରେ ପ୍ରଚାର କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶେଷ ପର୍ଯ୍ୟନ୍ତ ମଙ୍ଗ ଧରିଥିଲେ। ଏହାଛଡ଼ା କେତେଜଣ ସିନେ ତାରକାଙ୍କୁ ଭାଜପା ପ୍ରଚାର କାର୍ଯ୍ୟରେ ସାମିଲ କରିଥିଲା। ସେହିପରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଥିଲେ। ସେ ଦୁଇ ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ଆସି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। କଂଗ୍ରେସ ଶେଷ ମୁହୂର୍ତ୍ତରେ ପ୍ରଚାରରେ ବଳ କଷିବାକୁ ଉଦ୍ୟମ କରିଥିଲା। ରାଜ୍ୟର କେତେଜଣ ବରିଷ୍ଠ ନେତା ଅନୁଗୋଳ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିବା ବେଳେ ଶେଷ ଦିନରେ ତାରା ପ୍ରସାଦ ବାହିନୀପତି ପୌରାଞ୍ଚଳରେ ରୋଡ୍‌ ଶୋ କରିଥିବା ଦେଖାଯାଇଥିଲା। ତେବେ ଏହି ପ୍ରଚାର କାର୍ଯ୍ୟ ବେଳେ ବିଭିନ୍ନ ଦଳ ପକ୍ଷରୁ ଲୋକଙ୍କୁ ପୁଳା ପୁଳା ପ୍ରତିଶ୍ରୁତି ଦିଆଯାଇଛି। ଲୋକଙ୍କ ସମର୍ଥନ ମିଳିଲେ ସମସ୍ତ ଅଧୁରା କାର୍ଯ୍ୟକୁ ପୂରା କରାଯିବ ବୋଲି ୩ ଦଳର ପ୍ରାର୍ଥୀଙ୍କ ପକ୍ଷରୁ କୁହାଯାଇଛି। ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବିଶାଳ ରୋଡ ଶୋରେ ଯୋଗ ଦେଇ ଭାଜପା ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ସେହିପରି ଅନୁଗୋଳ ପୌରାଞ୍ଚଳରେ ଥିବା ୨୧ଟି ୱାର୍ଡରେ ରୋଡ ଶୋ କରି କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନାଙ୍କ ପାଇଁ ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଶତାଧିକ ଦଳୀୟ କର୍ମୀ ଓ ସମର୍ଥକମାନେ ଏହି ପ୍ରଚାରରେ ଯାଉଥିବା ବେଳେ ହେମସୁରପଡ଼ା ଛକରେ ବର୍ଷା କାରଣରୁ ସାମାନ୍ୟ ବାଧା ସୃଷ୍ଟି ହୋଇଥିଲା। ତେବେ ବିଜେଡି ପୌରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳକୁ ପ୍ରଚାର ଶେଷ ଦିନରେ ଅଧିକ ଗୁରୁତ୍ୱ ଦେଇଥିଲା। ଅପରାହ୍ନ ୪ଟାରେ ପ୍ରଚାର ଶେଷ ହେବା ପରେ ଭୋଟରଙ୍କ ମଧ୍ୟରେ ଅଧିକ ଉତ୍କଣ୍ଠା ପ୍ରକାଶ ପାଇଛି।


ସେହିପରି ପାଲଲହଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖମାର କଲେଜ ପଡିଆଠାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ଏବଂ ପାଲଲହଡ଼ା ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତିଙ୍କ ପାଇଁ ଭୋଟ ମାଗିଛନ୍ତି। ପ୍ରଧାନ ଅପରାହ୍ନ ୧ଟାରେ ହେଲିକପ୍ଟର ଯୋଗେ ସେଠାରେ ପହଞ୍ଚତ୍ଥିଲେ। ଏହି ସଭାରେ ଅନ୍ୟମାନଙ୍କ ସହ ପାଲଲହଡ଼ା ମଣ୍ଡଳ ସଭାପତି ନୀଳାମ୍ବର ପ୍ରଧାନ, ଖମାର ସଭାପତି ଗୌରହରି ପ୍ରଧାନ, ଜିଲା ପରିଷଦ ସଦସ୍ୟ ସରୋଜ ସାହୁ, ତିରୁଲତା ଗଡନାୟକଙ୍କ ସହ ବରିଷ୍ଠ ଭାଜପା ନେତା ଅଜିତ କୁମାର ପ୍ରଧାନ, ଜଗମୋହନ ପ୍ରଧାନ, ରବିନାରାୟଣ ପାଣି, କ୍ଷୀରୋଦ୍ରୀ ବେହେରା, ପାଲଲହଡ଼ା ଯୁବରାଜ ବାଳକୃଷ୍ଣ ପାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିରେ ରେଜିଷ୍ଟେଶନ ହୋଇଥିବା ସୁଲଭ ଶୌଚାଳୟର...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri