ଧଉଳିରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର: ନୃତ୍ୟ, ସଙ୍ଗୀତ, ଚିତ୍ରକଳାରେ ଗୁରୁକୁଳ ଢାଞ୍ଚାରେ ମିଳିବ ଶିକ୍ଷା

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ନୃତ୍ୟ, ସଙ୍ଗୀତ, ଚିତ୍ରକଳା ଆଦି ବିଷୟରେ ପିଲାମାନଙ୍କୁ ସ୍ବଳ୍ପ ଅବଧିର ପାଠ୍ୟକ୍ରମରେ ଶିକ୍ଷାଦେବା ଲାଗି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏକ ଉତ୍କର୍ଷ କେନ୍ଦ୍ର। ଗୁରୁକୁଳ ଢାଞ୍ଚାରେ ଶିକ୍ଷାଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ସହଯୋଗରେ ଚଣ୍ତିଗଡ଼ ପ୍ରାଚୀନ କଳାକେନ୍ଦ୍ର ପକ୍ଷରୁ ଧଉଳି ପାଦଦେଶରେ ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ। ରାଜ୍ୟ ତଥା ରାଜ୍ୟ ବାହାରର ପିଲାମାନେ ଏଠାରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ଚିତ୍ରକଳା ଆଦିରେ ସାର୍ଟିଫିକେଟ୍‌ କୋର୍ସ କରିପାରିବେ। ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି କେନ୍ଦ୍ର ପାଇଁ କୃଷ୍ଣପୁର ମୌଜାରେ ଜମି ଚିହ୍ନଟ ସରିଥିବାବେଳେ ଅଢ଼େଇ ଏକର ପରିମିତ ସ୍ଥାନରେ ଏହା ପ୍ରତିଷ୍ଠା ହେବ। ମାର୍ଚ୍ଚ ୩୧ ସୁଦ୍ଧା ଜମି ହସ୍ତାନ୍ତର ଶେଷ ହେବା ପରେ ମେ’ ମାସରୁ କାମ ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ ୫ କୋଟି ଟଙ୍କାରେ ଭିତ୍ତିଭୂମିର ବିକାଶ କରାଯିବ ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ଏହାକୁ ରାଜ୍ୟର ଉନ୍ନତ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ ବୋଲି ଚଣ୍ତିଗଡ଼ ପ୍ରାଚୀନ କଳାକେନ୍ଦ୍ରର ସଚିବ ସଜଳ କୋଶର କହିଛନ୍ତି।
ଆସନ୍ତା ୧୨ ତାରିଖରେ ଭଞ୍ଜକଳା ମଣ୍ତପଠାରେ ଚଣ୍ତିଗଡ଼ ପ୍ରାଚୀନ କଳାକେନ୍ଦ୍ରର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କୋଶର କହିଥିଲେ, ନିର୍ମାଣ ହେବାକୁ ଥିବା ଉତ୍କର୍ଷ କେନ୍ଦ୍ରରେ ଗୁରୁଶିଷ୍ୟ ପରମ୍ପରାକୁ ଗୁରୁତ୍ୱ ଦିଆଯିବ। ପୁରାତନ ସମୟରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଯେଉଁଭଳି ସମ୍ପର୍କ ରହିଥିଲା ତାହା ଏଠାରେ ଦେଖିବାକୁ ମିଳିବ। ପ୍ରତିବର୍ଷ ପ୍ରାୟ ଏକ ହଜାର ଛାତ୍ରୀଛାତ୍ରଙ୍କ ପଢ଼ିବା ଲାଗି ବ୍ୟବସ୍ଥା କରାଯିବ। କ୍ୟାମ୍ପସକୁ ସବୁଜିମାରେ ପରିପୂର୍ଣ୍ଣ କରାଯିବ। ଏହା ମଧ୍ୟରେ ନଡ଼ା ଛପର ଘର ନିର୍ମାଣ କରାଯିବ। ପୁରାତନ ସମୟ ଭଳି ସମସ୍ତ ପ୍ରକାର ବେଦ୍ୟୁତିକ ସାମଗ୍ରୀକୁ କ୍ୟାମ୍ପସରୁ ବାଦ୍‌ ଦିଆଯିବ। ଶିକ୍ଷାଦାନ ସାଙ୍ଗକୁ ଏଠାରେ ବିଭିନ୍ନ କର୍ମଶାଳା, ଆଲୋଚନାଚକ୍ର ଓ ପ୍ରଦର୍ଶନୀ ଆଦି ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ୧୨ରେ ହେବାକୁ ଥିବା ଦୀକ୍ଷାନ୍ତ ସମାରୋହରେ ଚଣ୍ତିଗଡ଼ ପ୍ରାଚୀନ କଳାକେନ୍ଦ୍ରର ଓଡ଼ିଶାରେ ଥିବା ୨୮୦ ସ୍ବୀକୃତିପ୍ରାପ୍ତ କେନ୍ଦ୍ରରୁ ବିଶାରଦ(ସ୍ନାତକ) ଓ ଭାସ୍କର(ସ୍ନାତକୋତ୍ତର)ରେ ପ୍ରାୟ ୬୦୦ ଛାତ୍ରୀଛାତ୍ରଙ୍କୁ ମାନପତ୍ର ଦିଆଯିବ ବୋଲି କଳାକେନ୍ଦ୍ରର ରେଜିଷ୍ଟ୍ରାର ଶୋଭା କୋଶର, ଆଞ୍ଚଳିକ କାର୍ଯ୍ୟାଳୟର ସଂଯୋଜକ ବସନ୍ତ କୁମାର ମିଶ୍ର, କଲିକତାସ୍ଥିତ ଉତ୍ତର ପୂର୍ବାଞ୍ଚଳ କର୍ଯ୍ୟାଳୟର ସହାୟକ ରେଜିଷ୍ଟ୍ରାର ଆନନ୍ଦ ରଞ୍ଜନ ବୋରୁଆ ପ୍ରମୁଖ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri