ଦ୍ୱିତୀୟ ସ୍ପିଲ୍‌ୱେ

ବୃହତ୍‌ ମାଟିବନ୍ଧ ହୀରାକୁଦର ସୁରକ୍ଷା ପାଇଁ ଦ୍ୱିତୀୟ ସ୍ପିଲ୍‌ୱେ ନିର୍ମାଣ କଥା ଉଠିଥିଲା। ୨୦୧୫ ଏପ୍ରିଲରେ ସେଣ୍ଟ୍ରାଲ ୱାଟର କମିଶନ (ସିଡବ୍ଲ୍ୟୁସି) ଓ ୱାଲ୍ଡ ବ୍ୟାଙ୍କର ଅଧିକାରୀମାନେ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବନ୍ୟାଜଳ ନିୟନ୍ତ୍ରଣ କରିବା ଲାଗି ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବିଶେଷ କରି ବନ୍ୟାଜଳ ନିଷ୍କାସନକୁ ସୁଚାରୁ ରୂପେ ପରିଚାଳନା କରିବା ଏହାର ଲକ୍ଷ୍ୟ ଥିଲା। ବନ୍ଦର ଲେଫ୍ଟ ଡାଇକରେ ଦ୍ୱିତୀୟ ସ୍ପିଲ୍‌ଓ୍ବେ ନିର୍ମାଣ କରାଯାଉଛି। କମ୍‌ ସମୟ ମଧ୍ୟରେ ଅଧିକ ବନ୍ୟାଜଳ କିପରି ନିଷ୍କାସନ ହୋଇପାରିବ ସେ ଲକ୍ଷ୍ୟ ରହିଛି। ୱାଲର୍‌ଡ ବ୍ୟାଙ୍କ ପକ୍ଷରୁ ଏଥିପାଇଁ ୩୬୯.୫୯ କୋଟି ଟଙ୍କା ସହାୟତା ଦିଆଯାଇଛି। ୯୧ ମିଟର ଲମ୍ବ ଏହି ସ୍ପିଲୱେରେ ୪ଟି ସ୍ଲୁଇସ ଗେଟ୍‌ ରହିବ। ହୀରାକୁଦ ଡ୍ୟାମରେ ଥିବା ସ୍ଲୁଇସ ଗେଟ୍‌ରେ ୯୮ ଗେଟ ରହିଛି, ସେଥିରେ ପ୍ରତି ସେକେଣ୍ଡରେ ପ୍ରାୟ ୧୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଅତିରିକ୍ତ ସ୍ପିଲ୍‌ଓ୍ବେ ନିର୍ମାଣ ହେଲେ ଜଳ ନିଷ୍କାସନ କ୍ଷମତା ୧୮ ଲକ୍ଷ କ୍ୟୁସେକରେ ପହଞ୍ଚିବ। ଇତିମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ କାମ ଆରମ୍ଭ ହୋଇଛି। ହେଲେ କାମ ମନ୍ଥର ଗତିରେ ଚାଲିଛି। ଦ୍ୱିତୀୟ ସ୍ପିଲ୍‌ଓ୍ବେ ନିର୍ମାଣ ଯୋଗୁ ବିସ୍ଥାପିତ ପରିବାରକୁ ଏ ପର୍ଯ୍ୟନ୍ତ ଥଇଥାନ କରାଯାଇନାହିଁ। କ୍ଷତିପୂରଣ ରାଶି ମିଳିନାହିଁ। ଆରମ୍ଭରୁ ଏହି ପ୍ରକଳ୍ପକୁ ସ୍ଥାନୀୟ କେବୁଲ କଲୋନୀ, ପ୍ରେସ୍‌ ନଗର, ରିଂରୋଲି ମିଲ, ଫାଷ୍ଟ କ୍ୟାମ୍ପ, ଗାନ୍ଧୀନଗର ଓ ଲକ୍ଷ୍ମୀନଗର ବାସିନ୍ଦା ବିରୋଧ କରୁଥିଲେ। ମୋଟ ବିସ୍ଥାପିତ ୧୪୧୫ ପରିବାର ସଦସ୍ୟ ଆନ୍ଦୋଳନ କରି ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ୨ ଡିସିମିଲ ଜମି ସହ ଘର ନିର୍ମାଣ ପାଇଁ ୩ ଲକ୍ଷ ୮୦ ହଜାର ଟଙ୍କା ଆର୍ଥତ୍କ ସହାୟତା ପ୍ରଦାନ କରିବାକୁ ସ୍ଥିର ହୋଇଥିଲା। ପ୍ରଥମେ କ୍ଷତିପୂରଣ ଓ ଥଇଥାନ କଲାପରେ କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ସେହି ପ୍ରତିଶ୍ରୁତି ଏ ପର୍ଯ୍ୟନ୍ତ ପୂରଣ ହୋଇ ନ ଥିବା ଅଭିଯୋଗ ହେଉଛି। ଏବେ ବିସ୍ଥାପିତମାନେ କୁଆଡେ ଯିବେ ସେ ନେଇ ଚିନ୍ତା ବଢ଼ିଛି। ରହିବା ପାଇଁ ଘର ନାହିଁ କି ଜମି ଖଣ୍ଡିଏ ନାହିଁ। ପ୍ରାୟ ୧୫୦ ପରିବାରଙ୍କର ବିସ୍ଥାପିତ ତାଲିକାରେ ନାମ ନାହିଁ। ୭୦ ବର୍ଷ ପୂର୍ବରୁ ହୀରାକୁଦ ଡ୍ୟାମ ନିର୍ମାଣ ସମୟରେ ଉପରୋକ୍ତ ପରିବାର ବିସ୍ଥାପିତ ହୋଇଥିଲେ। ଆଜି ପର୍ଯ୍ୟନ୍ତ ଅଧିକାଂଶ ପରିବାର କ୍ଷତିପୂରଣ ରାଶି ପାଇପାରିନାହାନ୍ତି। ଏଥିପାଇଁ ସେମାନେ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିବା ସହ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ୨ ଥର ବିସ୍ଥାପିତ ହେବା ସେମାନଙ୍କ ପାଇଁ ବଡ଼ ସମସ୍ୟା ହୋଇ ଠିଆ ହୋଇଛି। ଜମି ବାବଦ ଟଙ୍କା ପାଇ ମଧ୍ୟ ସେମାନେ ଖୁସି ନାହାନ୍ତି। ଅନ୍ୟ ସ୍ଥାନରେ ଥଇଥାନ ହୋଇ ସ୍ବାଭାବିକ ଜୀବନ ଯାପନ କରିବା କଷ୍ଟକର ହୋଇପଡିବ ବୋଲି ଅଧିକାଂଶ ବିସ୍ଥାପିତ କହିଛନ୍ତି। ତଥାପି ଜୁଲାଇ ମାସ ଶେଷ ସୁଦ୍ଧା ସମସ୍ତ ବିସ୍ଥାପିତଙ୍କୁ ଥଇଥାନ ଓ କ୍ଷତିପୂରଣ ଦିଆଯିବାର ପ୍ରଶାସନ ଲକ୍ଷ୍ୟ ରଖିଛି ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ମେ’ ୬ରେ ଓଡ଼ିଶା ଆସିବେ ମୋଦି: ଏହି ୨ ଜିଲାକୁ କରିବେ ଗସ୍ତ

ଭୁବନେଶ୍ୱର,୧।୫: ଆସନ୍ତା ନିର୍ବାଚନକୁ ନେଇ ପ୍ରଚାର ଜୋରସୋରରେ ଚାଲିଛି। କେନ୍ଦ୍ରର ଅନେକ ହେଭିଓ୍ବେଟ୍‌ ନେତା ଓଡ଼ିଶା ଗସ୍ତରେ ଆସି ପ୍ରଚାର କରୁଛନ୍ତି। ଏହି କ୍ରମରେ ପୁଣି...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ବଲାଙ୍ଗୀର ଲୋକସଭା ଭାଜପା ପ୍ରାର୍ଥୀ ସଙ୍ଗୀତାଙ୍କ ସମ୍ପତ୍ତି ୫୦.୯୨ କୋଟି

ବଲାଙ୍ଗୀର, ୧ା୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ୨୦୨୪ ନିର୍ବାଚନ ସକାଶେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri