Posted inଜାତୀୟ

ଦ୍ୱିତୀୟ ଥର ମୋଦି ସରକାର:ଶପଥ ନେଲେ ୨୪ କ୍ୟାବିନେଟ, ୯ ସ୍ବାଧୀନ, ୨୪ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ,୩୧।୫:ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ବିପୁଳ ବିଜୟ ପରେ ଗୁରୁବାର ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହୋଇଛି। ଏହାସହ ବିଧିବଦ୍ଧ ଭାବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କ ସମେତ ୫୭ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସେମାନଙ୍କ ମଧ୍ୟରେ ୨୪ କ୍ୟାବିନେଟ, ୯ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଓ ୨୪ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। କ୍ୟାବିନେଟରେ ୧୧ ନୂଆମୁହଁ ସ୍ଥାନ ପାଇଥିବାବେଳେ ସୁଷମା ସ୍ବରାଜ, ଅରୁଣ ଜେଟ୍‌ଲୀ ଏବଂ ଜେ.ପି. ନଡ୍ଡା ସାମିଲ ହୋଇନାହାନ୍ତି। ଜୟନ୍ତ ସିହ୍ନା, ରାଜ୍ୟବର୍ଦ୍ଧନ ସିଂ ରାଠୋଡ, ରାଧାମୋହନ ସିଂ, ମାନେକା ଗାନ୍ଧୀ ଏବଂ ସୁରେଶ ପ୍ରଭୁଙ୍କ ଭଳି ଅନେକ ପୁରୁଖା ନେତାଙ୍କୁ ବାଦ୍‌ ଦିଆଯାଇଛି। ଏନ୍‌ଡିଏର ସହଯୋଗୀ ଦଳଗୁଡ଼ିକ ଭାଗରେ ଗୋଟିଏ ଲେଖାଏ ମନ୍ତ୍ରୀ ପଦ ପଡ଼ିଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହ ତାଙ୍କ ନେତୃତ୍ୱାଧୀନ ସଂଯୁକ୍ତ ଜନତା ଦଳ (ଜେଡିୟୁ) ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହିଁ।

ମୋଦି କ୍ୟାବିନେଟରେ କିଏ ସ୍ଥାନ ପାଇବେ ଓ କିଏ ବାଦ୍‌ ପଡ଼ିବେ ତାକୁ ନେଇ ଦୁଇଦିନ ଧରି ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିଏ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ଡାକରାକୁ ଅପେକ୍ଷା କରିଥିଲେ ତ ପୁଣି କିଏ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଫୋନ୍‌ କଲ୍‌କୁ ଅନେଇ ବସିଥିଲେ। ସମ୍ଭାବ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଉତ୍ସୁକତା ଲାଗିରହିଥିବାବେଳେ ସନ୍ଧ୍ୟା ୫ଟାରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଥିବା ନେତାଙ୍କ ଭିଡ଼ ଲାଗିଥିଲା। ଟି ପାର୍ଟି ପରେ ରାଷ୍ଟ୍ରପତି ଭବନକୁ ଜଣ ଜଣ କରି ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସଦସ୍ୟମାନେ ପହଞ୍ଚତ୍ବାରେ ଲାଗିଲେ। କଡ଼ା ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ୮,୦୦୦ରୁ ଊର୍ଦ୍ଧ୍ୱ ଭିଆଇପି ଅତିଥି ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ବାଂଲାଦେଶ, ମ୍ୟାନ୍‌ମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ, ଭୁଟାନ, ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନୀ ଓ ବ୍ରିଟେନର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ସାମିଲ ଥିଲେ। ରାତି ୭ଟାରେ ଶପଥଗ୍ରହଣ ଉତ୍ସବ ଆରମ୍ଭ ହେଲା। ରାଷ୍ଟ୍ରପତି ପ୍ରଥମେ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଧଳା କୁର୍ତ୍ତା ପାଇଜାମା ପରିହିତ ମୋଦି ହିନ୍ଦୀରେ ଶପଥ ନେଇଥିଲେ। ତାଙ୍କ ପରେ ଅମିତ୍‌ ଶାହ ଓ ରାଜନାଥ ସିଂଙ୍କ ଶପଥ ନେବାର ପାଳି ପଡ଼ିଥିଲା। ଗାନ୍ଧୀନଗର ଆସନରୁ ପ୍ରଥମଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ଶାହଙ୍କୁ ଅର୍ଥ ଓ ଲକ୍ଷ୍ନୌ ଏମ୍‌ପି ରାଜନାଥଙ୍କୁ ପୁଣି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମିଳିପାରେ ବୋଲି ଆଲୋଚନା ହେଉଛି। ସେହିପରି ନାଗପୁର ଏମ୍‌ପି ନୀତୀନ ଜୟରାମ ଗଡ଼କରୀ ଏବଂ ବେଙ୍ଗାଲୁରୁ ନର୍ଥ ଆସନରୁ ବିଜୟୀ ହୋଇଥିବା ଡି.ଭି. ସଦାନନ୍ଦ ଗୌଡ଼ାଙ୍କୁ ପୁଣିଥରେ ମୋଦି କ୍ୟାବିନେଟରେ ସାମିଲ କରାଯାଇଛି। ପ୍ରତିରକ୍ଷାମନ୍ତ୍ରୀ ଥିବା ରାଜ୍ୟ ସଭା ସଦସ୍ୟ ନିର୍ମଳା ସୀତାରାମନ ପୁଣିଥରେ କ୍ୟାବିନେଟକୁ ଫେରିଛନ୍ତି। ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଅଧ୍ୟକ୍ଷ ତଥା ରାଜ୍ୟ ସଭା ସଦସ୍ୟ ରାମବିଳାସ ପାଶ୍ୱାନ, ମେରେନା ଏମ୍‌ପି ନରେନ୍ଦ୍ର ସିଂ ତୋମର, ପାଟନା ସାହିବରୁ ପ୍ରଥମଥର ପାଇଁ ଲୋକ ସଭାରେ ପ୍ରତିନିଧ୍‌ତ୍ତ୍ୱ କରିବାକୁ ଥିବା ରବିଶଙ୍କର ପ୍ରସାଦ, ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)ର ହର୍‌ସିମରତ୍‌ କୌର ବାଦଲ, ଦଳିତ ଚେହେରା ଥାଓ୍ବର୍‌ଚନ୍ଦ୍‌ ଗେହଲଟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସମସ୍ତଙ୍କୁ ବିସ୍ମିତ କରିଦେବା ଭଳି ଖବର ହେଉଛି ଡକ୍ଟର ସୁବ୍ରମଣ୍ୟମ୍‌ ଜୟଶଙ୍କରଙ୍କୁ କ୍ୟାବିନେଟରେ ସାମିଲ କରାଯିବା। ଜୟଶଙ୍କର ପୂର୍ବରୁ ବହିର୍ବ୍ୟାପାର ସଚିବ ଥିବାବେଳେ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଥିବା କୁହାଯାଉଛି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତାଙ୍କ ପାରମ୍ପରିକ ଆସନ ଅମେଠିରେ ପରାଜିତ କରିଥିବା ସ୍ମୃତି ଜୁବିନ ଇରାନୀ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ କେଶବ ଜାଭଡେକର ଓ ଅର୍ଥମନ୍ତ୍ରୀ ଥିବା ପୀୟୂଷ ବେଦପ୍ରକାଶ ଗୋୟଲ ମୋଦି କ୍ୟାବିନେଟକୁ ପୁଣି ଫେରିଛନ୍ତି। ରାଜ୍ୟ ସଭା ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଚାନ୍ଦ୍‌ନୀଚୌକ ଏମ୍‌ପି ଡାକ୍ତର ହର୍ଷବର୍ଦ୍ଧନ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ହରିଦ୍ୱାର ଏମ୍‌ପି ରମେଶ ପୋଖରିୟାଲ, ବେଗୁସରାଇରୁ ବିଜୟୀ ହୋଇଥିବା ଗିରିରାଜ ସିଂ, ଶିବସେନାର ଅରବିନ୍ଦ ସାଓ୍ବନ୍ତଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ଅନ୍ୟପକ୍ଷରେ ବରେଲି ଏମ୍‌ପି ସନ୍ତୋଷ ଗଙ୍ଗଓ୍ବାର,
\ଉତ୍ତର ଗୋଆରୁ ବିଜୟୀ ହୋଇଥିବା ଶ୍ରୀପଦ ୟାଶୁ ନାଏକ, ଡକ୍ଟର ଜିତେନ୍ଦ୍ର ସିଂ (ଉଧମପୁର) ଓ କିରେନ୍‌ ରିଜିଜୁ (ଅରୁଣାଚଳ ଓ୍ବେଷ୍ଟ)ଙ୍କ ସମେତ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ପାହ୍ୟା ମିଳିଛି। ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଫଗନ ସିଂ କୁଲସ୍ତେ, ଅଶ୍ୱିନୀ କୁମାର ଚୌବେ, ଅର୍ଜୁନରାମ ମେଘଓ୍ବାଲ, ଜେନେରାଲ (ଅବସରପ୍ରାପ୍ତ) ବିଜୟ କୁମାର ସିଂ, ଗଙ୍ଗା କିଷନ ରେଡ୍ଡୀ, ପୁରୁଷୋତ୍ତମ ରୁପାଲା (ରାଜ୍ୟ ସଭା), ଆର୍‌ପିଆଇ ମୁଖ୍ୟ ରାମଦାସ ଅଠାଓ୍ବଲେ, ସାଧ୍ୱୀ ନିରଞ୍ଜନ ଜ୍ୟୋତି, ବାବୁଲ ସୁପ୍ରିୟୋ, ସଞ୍ଜୀବ ବାଲ୍ୟାନ, ଅନୁରାଗ ଠାକୁର, ସୁରେଶ ଅଙ୍ଗାଡି, ରାଓସାହେବ ଧୋତ୍ରେଙ୍କ ସମେତ ୨୪ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ରାଷ୍ଟପତି ଶପଥପାଠ କରାଇଛନ୍ତି। ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ ସୁଯୋଗ ମିଳିଥିବାବେଳେ ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରଥମଥର ପାଇଁ ସାମିଲ କରାଯାଇଛି। ହେଲେ ଏନ୍‌ଡିଏ-୧ରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବା ଜୁଏଲ୍‌ ଓରାମଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ଓଡ଼ିଶାରୁ ଭାଜପାର ୮ ଏମ୍‌ପି ନିର୍ବାଚିତ ହୋଇଥିବାରୁ ମୋଦି କ୍ୟାବିନେଟରେ ଅଧିକ ସଂଖ୍ୟକ ପ୍ରତିନିଧିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ଶପଥଗ୍ରହଣ ପରେ ଏଥିରେ ବିରାମ ଲାଗିବା ସହ ଆଶାୟୀଙ୍କୁ ନିରାଶ ହେବାକୁ ପଡ଼ିଛି।
ଶପଥଗ୍ରହଣ ପୂର୍ବରୁ ମୋଦି ପୂର୍ବାହ୍ନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ମହାମତ୍ା ଗାନ୍ଧୀଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବା ସହ ଇଣ୍ଡିଆ ଗେଟ୍‌ ନିକଟସ୍ଥ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶହୀଦ ଯବାନଙ୍କୁ ସ୍ମରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…

Gen-Zଙ୍କୁ ବଡ଼ ବାର୍ତ୍ତା ଦେଲେ ମୋଦି

ଭଦୋଦରା,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଭଦୋଦରାରେ ପହଞ୍ଚିଥିଲେ। ସେଠାରେ ସେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ…

ସ୍କୁଲରେ ଚାଞ୍ଚଲ୍ୟ; ପାଇଖାନାରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଲକ୍ଷ୍ନୌ,୮।୯: ଉତ୍ତରପ୍ରଦେଶର ମବାନା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଘଟିଛି ଦୁଃଖଦ ଘଟଣା। ସପ୍ତମ ଶ୍ରେଣୀର ୧୩ ବର୍ଷୀୟ ଛାତ୍ର କୁନାଲ ଶର୍ମାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ସାମ୍ନାକୁ ଆସିଲା ୮ମ ବେତନ ଆୟୋଗର ନୂଆ ଅପଡେଟ୍

ନୂଆଦିଲ୍ଲୀ,୮।୯: କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ଆୟୋଗ ୭ ଓ ୮ ସେପ୍ଟେମ୍ବରରେ ଚେନ୍ନାଇରେ କର୍ମଚାରୀ ସଂଗଠନ,…

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଦେଲେ ହାଇକୋର୍ଟ, ପିଏମ୍‌ ମୋଦିଙ୍କୁ ନେଇ…

ନୂଆଦିଲ୍ଲୀ, ୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଲାଗିଛି। ମଙ୍ଗଳବାର (ସେପ୍ଟେମ୍ବର…

ଗାଡ଼ିର ଚାଲାଣ ଭରିନାହାନ୍ତି କି? ଏହିଦିନ ମିଳିବ ବଡ଼ ସୁଯୋଗ, କମ୍‌ ଟଙ୍କାରେ କରନ୍ତୁ ସମାଧାନ

ନୂଆଦିଲ୍ଲୀ,୮।୯: ରାସ୍ତାରେ ଟ୍ରାଫିକ ନିୟମ ଏବେ ଅଧିକ କଡ଼ା ହୋଇଛି। ଅଜାଣତରେ କିମ୍ବା ଭୁଲ୍‌ବଶତଃ ଗାଡ଼ିର ଇ-ଚାଲାଣ କଟିଯିବା ସାଧାରଣ କଥା। ଅନେକ ସମୟରେ ଚାଲାଣ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri