Posted inଖେଳ

ଦ୍ୱିତୀୟ ଟେଷ୍ଟ: ଲଥାମଙ୍କ ଶତକ

କଲମ୍ବୋ, ୨୫।୮- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ତାରକା ଓପନର ଟମ୍‌ ଲଥାମଙ୍କ ଅପରାଜିତ ଶତକ ସହାୟତାରେ ଶ୍ରୀଲଙ୍କାକୁ ଦୃଢ଼ ଜବାବ ଦେଇଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମ ଇନିଂସରେ ଧନଞ୍ଜୟ ଡିସିଲଭାଙ୍କ ୧୦୯ ରନର ଶତକୀୟ ପାଳି ବଳରେ ୯୦.୨ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ଶନିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬୨ ଓଭରରେ ୪ ଉଇକେଟ ହରାଇ ୧୯୬ ରନ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡ ୬ ଉଇକେଟ ହାତରେ ରଖି ୪୮ ରନରେ ପଛରେ ପଡିଛି।
ଷ୍ଟମ୍ପ ଅପସାରଣ ବେଳକୁ ଲଥାମ ୧୧୧ ରନର ଶତକୀୟ ପାଳି ଖେଳି ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂ ୨୫ ରନ କରି ଅପରାଜିତ ରହିଛନ୍ତି। ଲଥାମ ୧୮୪ଟି ବଲ୍‌ର ସମ୍ମୁଖୀନ ହୋଇ ୧୦ଟି ଚୌକା ମାରିଛନ୍ତି। ଯୁବ ଓପନର ଜିତ ରାଭାଲ ଖାତା ଖୋଲିବା ପୂର୍ବରୁ ଦିଲରୁଓ୍ବାନ ପେରେରାଙ୍କ ବଲ୍‌ରେ ଧନଞ୍ଜୟ ଡି’ସିଲଭାଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ସେହିପରି ଅଧିନାୟକ କେନ୍‌ ଓ୍ବିଲିୟମସନ ୨୦ ରନ କରିଥିବା ବେଳେ ଲାହିରୁ କୁମାରାଙ୍କ ବଲ୍‌ରେ କୁଶଲ ମେଣ୍ଡିସ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଅଭିଜ୍ଞ ରସ୍‌ ଟେଲର ୨୩ ରନ କରି ଲାସିଥ ଏମ୍ବୁଲ୍‌ଡେନିୟାରଙ୍କ ବଲ୍‌ରେ ଡିସିଲଭା ଓ ହେନେରୀ ନିକୋଲ୍ସ ୧୫ ରନ କରିଥିବା ବେଳେ ଦିଲରୁଓ୍ବାନ ପେରେରାଙ୍କ ବଲ୍‌ରେ ଡି’ସିଲଭାଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ପଞ୍ଚମ ଉଇକେଟରେ ଲଥାମ ଓ ଓ୍ବାଟଲିଂ ଅପରାଜିତ ୭୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ପେରେରା ୨, କୁମାରା ଓ ଏମ୍ବୁଲଡେନିୟା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଦ୍ୱିତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୪୪/୬ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ୨୪୪ ରନରେ ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଧନଞ୍ଜୟ ଡିସିଲଭା ୩୨ରୁ ଖେଳ ଆରମ୍ଭ କରି ୧୦୯ ରନର ଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ୧୪୮ଟି ବଲର ସମ୍ମୁଖୀନ ହୋଇ ସେ ୧୬ଟି ଚୌକା ଓ ୨ଟି ଛକା ମାରି ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେହିପରି ଦିଲରୁଓ୍ବାନ ପେରେରା ୫ରୁ ଖେଳ ଆରମ୍ଭ କରି ୧୩ ରନ କରି ଆଉଟ ହୋଇଥିଲେ। ସେହିପରି ସୁରଙ୍ଗା ଲାକମଲ ୧୦, ଏମ୍ବୁଲଡେନିୟା ବିନା ସ୍କୋରରେ ଆଉଟ ହୋଇଥିବା ବେଳେ ଲାହିରୁ କୁମାରା ୫ ରନକରି ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଅଭିଜ୍ଞ ଦ୍ରୁତ ବୋଲର ଟିମ୍‌ ସୌଦି ସର୍ବାଧିକ ୪, ବୋଲ୍ଟ ୩, କଲିନ୍‌ ଡି ଗ୍ରାଣ୍ଡହୋମ, ଓ୍ବିଲିୟମ ସମରଭିଲେ ଓ ଆଜାଜ ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପୂର୍ବରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଶ୍ରୀଲଙ୍କା ୬ ଉଇକେଟରେ ବିଜୟୀ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ପ୍ରଥମ ଇନିଂସ- ୯୦.୨ ଓଭରରେ ୨୪୪ ଅଲଆଉଟ୍‌
(ଧନଞ୍ଜୟ ଡି’ସିଲଭା- ୧୧୯, କରୁଣାରତ୍ନେ- ୬୫, ମେଣ୍ଡିସ୍‌- ୩୨, ସୌଦି- ୪/୬୩, ବୋଲ୍ଟ- ୩/୭୫)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୬୨ ଓଭରରେ ୧୯୬/୪
(ଲଥାମ- ୧୧୧*, ଓ୍ବାଟଲିଂ- ୨୫*, ଟେଲର- ୨୩, ଓ୍ବିଲିୟମସନ- ୨୦, ପେରେରା- ୨/୭୬)।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri