ଦ୍ୱନ୍ଦ୍ୱରେ ଚାଷୀ

ଧାନ ଉତ୍ପାଦନରେ ବଳକା ଜିଲା ସୁବର୍ଣ୍ଣପୁର। ଆଧୁନିକ ଉପାୟରେ ଚାଷ କରି ସ୍ଥାନୀୟ କୁଶଳୀ ଚାଷୀ ଅଧିକ ଉତ୍ପାଦନ କରୁଛନ୍ତି। ବାହାର ଜିଲା ଓ ରାଜ୍ୟକୁ ଏଠାରୁ ଚାଉଳ ଯୋଗାଣ ହେଉଛି। ଧାନ ଚାଷରେ ସୁନାମ ମିଳିଛି। ଜିଲାର ଦୁଇ ମହିଳା ଚାଷୀ କୃଷିକର୍ମଣ ପୁରସ୍କାର ପାଇଛନ୍ତି। କିନ୍ତୁ ସରକାର ସ୍ଥାନୀୟ ଚାଷୀଙ୍କ ପାଇଁ ସମ୍ବେଦନଶୀଳ ନୁହନ୍ତି। ଧାନ ବିକ୍ରି କ୍ଷେତ୍ରରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଚାଷୀମାନେ ଦଲାଲଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀ ଧାନ ବିକି ପାରୁନି। ଚଳିତ ଖରିଫ୍‌ ଧାନକ୍ରୟରେ ନାନା ବିଶୃଙ୍ଖଳା ସୃଷ୍ଟି ହୋଇଛି। ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁ ଅମଳ ଭଲ ହୋଇଥିଲା। ତେବେ ମିଲର୍ସଙ୍କ ମନମାନି ସାଙ୍ଗକୁ ସରକାରଙ୍କ ଅନ୍‌ଲାଇନ ଟୋକନ ପ୍ରଦାନରେ ଅହେତୁକ ବିଳମ୍ବ ଚାଷୀଙ୍କୁ କ୍ଷତି ସହିବାକୁ ବାଧ୍ୟ କରିଛି। ହଜାରହଜାର ପଞ୍ଜୀକୃତ ଚାଷୀଙ୍କୁ ଟୋକନ ମିଳି ନ ଥିବା ବେଳେ ସରକାର ଧାନକ୍ରୟ ବନ୍ଦ କରି ଦେଇଛନ୍ତି । ଟୋକନ ପାଇ ନ ଥିବା ଚାଷୀଙ୍କୁ ଧାନ ବିକ୍ରି ପାଇଁ ସୁଯୋଗ ଦେବାକୁ ଜିଲାସ୍ତରୀୟ ଧାନକ୍ରୟ କମିଟିର ସ୍ବତନ୍ତ୍ର ବୈଠକ ବସିଥିଲା। ନିର୍ବାଚିତ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନ କିଣିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଚିଠି ଲେଖାଗଲା। କିନ୍ତୁ ଧାନକିଣା ଆରମ୍ଭ ହେଉନି। ଚାଷୀ ଦ୍ୱନ୍ଦ୍ୱରେ ଅଛନ୍ତି। କମ୍‌ଦରରେ ବ୍ୟବସାୟୀଙ୍କୁ ଚାଷୀ ଧାନ ବିକ୍ରି କରୁଛନ୍ତି। ଜିଲାରେ ଗତ ନଭେମ୍ବର ୧୫ ତାରିଖରୁ ଖରିଫ ଧାନକିଣା ଆରମ୍ଭ ହୋଇଥିଲା । ୪୭ ହଜାର ୯୯୦ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ ହୋଇଥିଲେ । ଜିଲାରୁ ୩୪ଲକ୍ଷ କୁଇଣ୍ଟାଲ ଧାନକ୍ରୟ ପାଇଁ ଟାର୍ଗେଟ୍‌ ମିଳିଥିଲା। ୬୫ଟି ପ୍ୟାକ୍ସ ଓ ୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୪୪ହଜାର ୭୪୦ଜଣ ଚାଷୀଙ୍କଠାରୁ ୩୨ଲକ୍ଷ ୯୦ହଜାର ୧୧୫କୁଇଣ୍ଟାଲ ଧାନ କ୍ରୟ ହୋଇଛି । ଟୋକନ ପାଇ ନ ଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାରେ ଚାଷୀ ସଂଗଠନଗୁଡିକ ପକ୍ଷରୁ ସରକାରଙ୍କୁ ଦାୟୀ କରାଯାଉଛି । ସୁବର୍ଣ୍ଣପୁର ଜିଲାର ୪୧ ମିଲର୍ସ ସମସ୍ତ ଧାନ ସଂଗ୍ରହ କରିବାକୁ ଅକ୍ଷମ ଥିବାରୁ ବାହାର ଜିଲାର ମିଲର୍ସଙ୍କୁ ସାମିଲ କରିବା ପାଇଁ ପ୍ରଶାସନ ଚିଠି ଲେଖିଥିଲା। ହେଲେ ରାଜ୍ୟ ଯୋଗାଣ ନିଗମ ଦେଢ ମାସ ବିଳମ୍ବରେ ବରଗଡ ଓ ସମ୍ବଲପୁର ଜିଲାର ୧୩ ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରିଥିଲେ। ଅନ୍‌ଲାଇନ ଟୋକନ ଇସ୍ୟୁ ଓ କ୍ୟାନସେଲ ସମ୍ପର୍କରେ ଚାଷୀ ବୁଝି ପାରିଲେନି । ଅଦିନିଆ ବର୍ଷା ମଧ୍ୟ ଦାଉ ସାଧିଲା। ତେଣୁ ଟୋକନ ଇସ୍ୟୁ କରିବା ସହ ଧାନ ସଂଗ୍ରହ ଅବଧି ବୃଦ୍ଧି କରିବାକୁ ଚାଷୀମାନେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri