ଦୌଡ଼ରୁ ଓହରିଲେ ବ୍ଲୁମ୍‌ବର୍ଗ

ଓ୍ବାଶିଂଟନ,୫ା୩: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଉଦ୍ଦିଷ୍ଟ ଡେମୋକ୍ରାଟିକ୍‌ ପ୍ରାଇମେରି ପ୍ରସେସ୍‌ ‘ସୁପର ଟ୍ୟୁଜ୍‌ଡେ’ ଦୁର୍ବଳ ପ୍ରଦର୍ଶନ ପରେ ଦୌଡ଼ରୁ ଓହରିଯାଇଛନ୍ତି ବିଲିଅନାରି ବିଜନେସମ୍ୟାନ୍‌ ମାଇକ୍‌ ବ୍ଲୁମ୍‌ବର୍ଗ। ସେ ପ୍ରତିଦ୍ୱନ୍ଦ୍ୱିତାରୁ ହଟିଯିବା ସହ ବର୍ତ୍ତମାନ ଦୌଡ଼ରେ ଆଗୁଆ ଥିବା ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କୁ ସମର୍ଥନ କରିଥିବା ଘୋଷଣା କରିଛନ୍ତି ନ୍ୟୁୟର୍କର ପୂର୍ବତନ ମେୟର ବ୍ଲୁମ୍‌ବର୍ଗ।
ତିନିମାସ ପୂର୍ବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇବା ପାଇଁ ମୁଁ ଏହି ଦୌଡ଼ରେ ସାମିଲ ହୋଇଥିଲି। ଆଜି ମୁଁ ସେହି ଟ୍ରମ୍ପ୍‌ଙ୍କୁ ହରାଇବା ପାଇଁ ରାଷ୍ଟ୍ରପତି ପଦ ଦୌଡ଼ରୁ ଓହରିଯାଉଛି। କାରଣ ମୁଁ ଭଲ ଭାବେ ଜାଣିଛି ଯେ, ଦୌଡ଼ରେ ଲକ୍ଷ୍ୟ ହାସଲ ଅଧିକ କଠିନ ହୋଇପଡ଼ିବ ବୋଲି ବ୍ଲୁମ୍‌ବର୍ଗ ନିଜ ସମର୍ଥକମାନଙ୍କୁ ଇ-ମେଲ୍‌ କରି ଜଣାଇଥିଲେ। ଏହାର କିଛି ମିନିଟ ପରେ ସେ ଜୋ ବିଡେନଙ୍କ ପ୍ରାର୍ଥତ୍ତ୍ୱକୁ ସମର୍ଥନ ଘୋଷଣା କରିଥିଲେ। ବିଡେନଙ୍କୁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କରିବା ଲାଗି ସେ କାର୍ଯ୍ୟ କରିବେ ବୋଲି ଏକ ବିବୃତିରେ କହିଛନ୍ତି। ପ୍ରଚାର ବେଳେ ୫୦୦ ବିଲିୟନ୍‌ ଡଲାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିଥିବା ବ୍ଲୁମବର୍ଗ ‘ସୁପର ଟ୍ୟୁଜ୍‌ଡେ’ର ଆମେରିକାନ୍‌ ସାମୋଆରେ ଆଗରେ ଥିବାବେଳେ ତାଙ୍କ ପ୍ରଦର୍ଶନକୁ ଟ୍ରମ୍ପ୍‌ ଟ୍ରୋଲ୍‌ କରିଥିଲେ। ବିଳମ୍ବରେ ଦୌଡ଼ରେ ପ୍ରବେଶ କରିଥିବା ଏହି କୋଟିପତି ବ୍ୟବସାୟୀ ଶେଷରେ ବ୍ୟୟବହୁଳ ପ୍ରତିଦ୍ୱନ୍ଦ୍ୱିତାରୁ ବିଦାୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri