ଦୈନିକ ୨ ଯାତ୍ରୀରେ ଚାଲିଛି ଟ୍ରେନ୍‌

ବଲାଙ୍ଗୀର ଅଫିସ, ୧୬ା୧: ଆଜିକୁ ଠିକ୍‌ ଏକବର୍ଷ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ବଲାଙ୍ଗୀର-ଖୋର୍ଦ୍ଧା ୧୬.୮ କିଲୋମିଟର ରେଳପଥକୁ ଉଦ୍‌ଘାଟନ କରି ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ଟ୍ରେନ୍‌ ଚଳାଚଳର ଲୋକାର୍ପଣ କରିଥିଲେ। ଏହି ବହୁ ଚର୍ଚ୍ଚିତ ଟ୍ରେନ୍‌ ଚଳାଚଳକୁ ମଙ୍ଗଳବାର ବର୍ଷେ ପୂରିଛି। ଗତ ଏକବର୍ଷ ମଧ୍ୟରେ ଏହି ରେଳଲାଇନ୍‌ ଏକ ଇଞ୍ଚ ଆଗକୁ ବଢ଼ିନାହିଁ। ଗୋଟିଏ ବର୍ଷ ଧରି ଏହି ପାସେଞ୍ଜର ଟ୍ରେନ୍‌ଟି ଦୈନିକ ହାରାହାରି ୨ଜଣ ଯାତ୍ରୀ ଓ ୨୦ ଟଙ୍କା ଭଡାରେ ଚାଲିଛି। ସୂଚନା ଅଧିକାର ଆଇନ ଜରିଆରେ ଖୋଦ୍‌ ରେଳ ବିଭାଗ ପକ୍ଷରୁ ଉପରୋକ୍ତ ତଥ୍ୟ ଦିଆଯାଇଛି। ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ସ୍ଥାନୀୟ ଅମଲା ଭବନଠାରେ ଏକ ଖବରଦାତା ସମ୍ମିଳନୀ କରି ଉପରୋକ୍ତ ସୂଚନା ଦେଇଛନ୍ତି। ଗତବର୍ଷ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଟ୍ରେନ୍‌ ଲୋକାର୍ପଣ କରିଥିଲେ। ଉକ୍ତ ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଏହି ପଛୁଆ ଅଞ୍ଚଳର ବିକାଶ ପାଇଁ ଯେଉଁ ଡିଣ୍ଡିମି ପିଟିଥିଲେ ଗୋଟିଏ ବର୍ଷ ପରେ ତାହା ଫମ୍ପା ପ୍ରତିଶ୍ରୁତି ଥିଲା ବୋଲି ପ୍ରମାଣିତ ହୋଇଥିବା କହିଛନ୍ତି।
ରେଳ ବିଭାଗର ତଥ୍ୟରୁ ଗତ ଏକବର୍ଷ ମଧ୍ୟରେ ବଲାଙ୍ଗୀର-ବିଛୁପାଲି ଟ୍ରେନରେ ଦୈନିକ ହାରାହାରି ମାତ୍ର ୨ ଜଣ ଯାତ୍ରୀ ଯାତ୍ରା କରୁଥିବା ଓ ଦୈନିକ ହାରାହାରି ମାତ୍ର ୨୦ ଟଙ୍କା ଯାତ୍ରୀ ଭଡା ମିଳୁଥିବା ସୂଚନା ଦେଇଥିଲେ। ରେଳପଥ ବିଛାଇବା କାର୍ଯ୍ୟକୁ ଅଣଦେଖା କରି ତରବରିଆ ଭାବେ ବର୍ଷେ ତଳେ ଏହି ଟ୍ରେନ ଚଳାଇ ଦେଇ କେବଳ ଦେଶର ରାଜସ୍ବରୁ ଅର୍ଥଶ୍ରାଦ୍ଧ କରାଯାଉଛି ବୋଲି ସୂଚନା ଅଧିକାର କର୍ମୀ ପଣ୍ଡା ଅଭିଯୋଗ କରିଛନ୍ତି। ଏହି ରେଳପଥରେ ଖୋର୍ଦ୍ଧା ଅର୍ଥାତ୍‌ ଶୂନ୍‌ କିଲୋମିଟର ପଏଣ୍ଟରୁ ୭୭.୩୦ କିମି ପଏଣ୍ଟ ନୟାଗଡ ଜିଲା ମହୀପୁର ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରୁଛି। ତେବେ ୯୦.୬୫ କିମି ପଏଣ୍ଟ ନୂଆଗଁା ପର୍ଯ୍ୟନ୍ତ ୨୦୨୧ ମସିହା ସୁଦ୍ଧା ରେଳ ଚଳାଚଳ କାର୍ଯ୍ୟକ୍ଷମ ହେବ। ନୂଆଗଁାରୁ ଦଶପଲ୍ଲା ପର୍ଯ୍ୟନ୍ତ ଅର୍ଥାତ୍‌ ୧୦୫. ୯୦ କିଲୋମିଟର ପଏଣ୍ଟ ପର୍ଯ୍ୟନ୍ତ ଏହି ରେଳଲାଇନ୍‌ ପହଞ୍ଚତ୍ବା ପାଇଁ ଡିସେମ୍ବର ମାସରେ ଟେଣ୍ଡର ପେପର ଖୋଲାଯାଇଛି। କିନ୍ତୁ ୨୦୨୧ ମସିହା ସୁଦ୍ଧା ଏହି ରେଳପଥକୁ ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ରେଳ ବିଭାଗ ଓ ରାଜ୍ୟ ସରକାର ମଧ୍ୟରେ ୨୦୧୫ ମସିହାରେ ରାଜିନାମା ସ୍ବାକ୍ଷର ହୋଇଥିଲା। ରେଳପଥର ପ୍ରାୟ ୫୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ୨୦୨୧ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହା ସମଗ୍ର ଦେଶର ଏକ ବିଳମ୍ବିତ ରେଳପ୍ରକଳ୍ପ ହୋଇଯାଇଛି। ଯେଭଳି ମନ୍ଥର ଗତିିରେ ରେଳଲାଇନ୍‌ ବିଛାଇବା କାମ ଚାଲିଛି ଏହା ସମ୍ପୂର୍ଣ୍ଣ ହେବାକୁ ଆଉ ପ୍ରାୟ ୧୦ ବର୍ଷ ସମୟ ଲାଗିଯିବ ବୋଲି ପଣ୍ଡା କହିଛନ୍ତି। ବିଛୁପାଲିଠାରୁ ସୋନପୁର ପର୍ଯ୍ୟନ୍ତ ଟେଣ୍ଡର ଗତ ମାସରେ ଖୋଲାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। କଳାହାଣ୍ଡି ୱାଗନ କାରଖାନା ପ୍ରସ୍ତାବକୁ ପିରିୟଡିକାଲ ଓଭର ହଲିଙ୍ଗ କାର୍ଯ୍ୟଶାଳାରେ ପରିଣତ କରି ମାତ୍ର ୧୮୬ କୋଟି ୩୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ମିଳିଥିବା ତଥ୍ୟରୁ ଜଣାପଡିଛି। ସେହିପରି ରାୟଗଡା ରେଳ ଡିଭିଜନ ପ୍ରସ୍ତାବ କେବଳ ପ୍ରସ୍ତାବରେ ସୀମିତ ରହିଥିବା ରେଳ ବିଭାଗ ସୂଚନାରୁ ଜଣାପଡିଛି ବୋଲି ପଣ୍ଡା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୧ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପାଣିପାଗ କେନ୍ଦ୍ର କହିଲା ୩ ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧ା୭: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଇଏମ୍‌ଡି…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri