ଦେଶରେ ସଂରକ୍ଷିତ ରହିବ ପେମେଣ୍ଟସ ଡାଟା:ଆର୍‌ବିଆଇ

ମୁମ୍ବାଇ,୨୭-୬: ଘରୋଇ ବଜାରରେ ପେମେଣ୍ଟସ ସଂକ୍ରାନ୍ତ ସମସ୍ତ ଡାଟା କେବଳ ଦେଶ ମଧ୍ୟରେ ସଂରକ୍ଷିତ ହୋଇ ରହିବା ଆବଶ୍ୟକ। ଯଦି କୌଣସି କ୍ଷେତ୍ରରେ ଡାଟା ବିଦେଶକୁ ପ୍ରୋସେସ ହୋଇଥାଏ ତେବେ ତାହା ୨୪ ଘଣ୍ଟା ମଧ୍ୟରେ ଦେଶ ମଧ୍ୟକୁ ଆଣିବା ଉପରେ ପଦକ୍ଷେପ ନେବା ଉଚିତ ବୋଲି ବୁଧବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ସ୍ପଷ୍ଟ କରିଛି। ପେମେଣ୍ଟ ସିଷ୍ଟମ ଅପରେଟର୍ସ(ପିଏସ୍‌ଓ)ଗୁଡିକର କାର୍ଯ୍ୟ ପରିଚାଳନାରେ ଉପୁଜିଥିବା ଦ୍ୱନ୍ଦ୍ୱକୁ ଦୂରକରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି କୁହାଯାଇଛି। ଡାଟାର ପରିଚାଳନା ନେଇ ଆର୍‌ବିଆଇ ‘ଷ୍ଟୋରେଜ ଅଫ୍‌ ପେମେଣ୍ଟ ସିଷ୍ଟମ ଡାଟା’ ସଂକ୍ରାନ୍ତ ଫାକ୍‌ସ ଜାରି କରିଥିଲା। ପେମେଣ୍ଟ ସିଷ୍ଟମରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାର ୬ ମାସ ମଧ୍ୟରେ ସେମାନଙ୍କ ସିଷ୍ଟମ ଡାଟାକୁ ଭାରତରେ ସଂରକ୍ଷିତ କରିବା ନେଇ ନିଶ୍ଚିତ କରିବାକୁ ରିଜର୍ଭ ବ୍ୟାଙ୍କ ୨୦୧୮ ଏପ୍ରିଲରେ ନିର୍ଦ୍ଦେଶ ଦେଇଥିଲା।
ପିଏସ୍‌ଓଗୁଡିକ ବିଦେଶରେ ପେମେଣ୍ଟ ଡାଟା ରଖିବା ନେଇ ଇଛୁକ ଥିବା ବେଳେ ଫାକ୍‌ସରେ ଏହାର ବାରଣ କରାଯାଇଥିଲା। ଯଦିଓ ପ୍ରୋସେସିଂ ପରେ ପରେ ଡାଟା ଭାରତରେ ଷ୍ଟୋର ହୋଇ ପାରିବ ବୋଲି ଆର୍‌ବିଆଇ କହିଛି। ସେହିଭଳି ସମ୍ପୂର୍ଣ୍ଣ ଏଣ୍ଡଟୁଏଣ୍ଡ ଟ୍ରାଞ୍ଜାକଶନ ବିବରଣୀ ଡାଟାର ଅଂଶ ବିଶେଷ ବୋଲି ଆର୍‌ବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯଦି କୌଣସି ସଂସ୍ଥା ବିଦେଶରେ ଡାଟାର ପ୍ରୋସେସିଂ କରିଥାନ୍ତି ତେବେ ତାଙ୍କୁ ସେଠାରୁ ଡାଟାକୁ ସମ୍ପୂର୍ଣ୍ଣ ହଟାଇବାକୁ ପଡିବ। ଏହାକୁ ତୁରନ୍ତବାଦ ଭାରତକୁ ଆଣିବାକୁ ହେବ। ଏହା ଗୋଟିଏ ବାଣିଜ୍ୟ ଦିବସରୁ ଅଧିକ ନ ହେବା ଆବଶ୍ୟକ କିମ୍ବା ପେମେଣ୍ଟ ପ୍ରୋସେସିଂ ହେବାର ୨୪ ଘଣ୍ଟା ମଧ୍ୟରୁ ଏହାକୁ ସଂସ୍ଥାଗୁଡିକ କରିବା ଲାଗି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶରେ କହିଛି।
ଡାଟା ପ୍ରୋସେସିଂ ନେଇ ସରକାର ଆଣିଥିବା ବିଭିନ୍ନ ନିୟମକୁ ନେଇ ବିଦେଶୀ କମ୍ପାନୀଗୁଡିକ ବିରୋଧ କରୁଛନ୍ତି। ବିଭିନ୍ନ ଇ-କମର୍ସ ଫାର୍ମଗୁଡିକ ଗତମାସରେ ଏ ନେଇ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀଙ୍କୁ ଭେଟିଥିବା ବେଳେ ସେମାନଙ୍କ ଅଭିଯୋଗ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri