Posted inରାଜ୍ୟ

ଦେବୋତ୍ତର ବିଭାଗର ଅବହେଳା ଅଭିଯୋଗ: ବିଳମ୍ବରେ ହେଲା ପହଣ୍ଡି ବିଜେ, ରାତିରେ ଛେରାପହଁରା

ରଣପୁର,୧୩ା୭(ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁରରେ ବାହୁଡାଯାତ୍ରା ଅବସରରେ ଶୁକ୍ରବାର ଜନ୍ମବେଦୀରୁ ଶ୍ରୀଜୀଉମାନେ ରତ୍ନବେଦୀ ଅଭିମୁଖେ ବିଜେ କରିବେ। ତେବେ ବର୍ଷା ବାଧକ ସାଜିବାରୁ ନିର୍ଦ୍ଧାରିତ ସମୟଠାରୁ ୫ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ପରେ ରାତି ହେବା ଯୋଗୁ ରଥଟଣା କାର୍ଯ୍ୟ ବନ୍ଦ ରହିଥିଲା । ସୂଚନାଯୋଗ୍ୟ, ଗୋଟିଏ ଦିନରେ ଏକାଦଶୀ ଓ ବାହୁଡ଼ା ପଡ଼ୁଥିବାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିଲା। ଗୁଣ୍ଡିଚା ମନ୍ଦିରରେ ପ୍ରଭାତ ସମୟରୁ ଅବକାଶ, ବଲ୍ଲଭ, ସକାଳ ଧୂପ ଆଦି ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି ସମାପ୍ତ ହୋଇଥିଲା । ତେବେ ଦେବୋତ୍ତର ବିଭାଗ, ଶ୍ରୀମନ୍ଦିର ପ୍ରଶାସନର ଅବହେଳା ଯୋଗୁ ନିର୍ଦ୍ଧାରିତ ସମୟ ଅର୍ଥାତ୍‌ ପୂର୍ବାହ୍ନ ୧୧ଟାରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନ ଥିଲା। ଅପରାହ୍ନ ୫ଟା ପରେ ଘଣ୍ଟଘଣ୍ଟା, କାହାଳୀ, ହରିବୋଲ ଓ ହୁଳହୁଳି ଶବ୍ଦ ମଧ୍ୟରେ ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜାପଣ୍ଡାମାନେ ତିନି ଠାକୁରଙ୍କୁ ରଥ ଉପରେ ବିରାଜ କରାଇଥିଲେ । ଛେରାପହଁରା ପାଇଁ ଦେବୋତ୍ତର ବିଭାଗ କର୍ମକର୍ତ୍ତା ଏବଂ ପୂଜାପଣ୍ଡା ରଣପୁର ରାଜା ଦିଲୀପ କୁମାର ସିଂଦେଓଙ୍କୁ ନିମନ୍ତ୍ରଣ କରିଥିଲେ । ମଧ୍ୟାହ୍ନ ୧୨ଟାରେ ଛେରାପହଁରା ହେବାକୁ ଥିବାବେଳେ ରାତ୍ର ୭ଟାରେ ୩ ରଥରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନିୟମାନୁସାରେ ସନ୍ଧ୍ୟାବେଳେ ସାଧାରଣ ବାସଗୃହରେ ମଧ୍ୟ ମହିଳାମାନେ ଝାଡୁ ମାରୁ ନ ଥିବାବେଳେ ରଥରେ ଏଭଳି ଏକ ନୀତି ବିରୋଧ ସମୟରେ କିଭଳି ଛେରାପହଁରା କରାଯାଇପାରିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ଓ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଛେରାପହଁରା ବେଳେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଥିଲା । ମନ୍ଦିର ପ୍ରଶାସନ ତରଫରୁ ଅପରାହ୍ନ ୨ଟାରେ ରଥଟଣା କାର୍ଯ୍ୟ ହେବ ବୋଲି ଘୋଷଣା କରାଯାଇଥିବାବେଳେ ଏଥିରୁ କିଭଳି ବ୍ୟତିକ୍ରମ ଘଟିଥିଲା ସେଥିପାଇଁ ପରିଚାଳନା ବ୍ୟବସ୍ଥାକୁ ଅନେକ ଦାୟୀ କରିଥିଲେ। ହଜାର ହଜାର ଭକ୍ତ ରଥ ଟାଣିବାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବାବେଳେ ବିଳମ୍ବ ଯୋଗୁ ରଥଟଣା କାର୍ଯ୍ୟ ବନ୍ଦ ରହିବାରୁ ନିରାଶ ହୋଇ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Gold Silver Price: ୨୦ ବର୍ଷ ଭିତରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା ଦାମ୍

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

ଧର୍ମଶାଳା ଗଣ୍ଡଗୋଳ: ରାଜନୀତି ଛକାପଞ୍ଝାରେ ୨ ଗୋଷ୍ଠୀ, ଗାଁରେ  କୋକୁଆ ଭୟ   

ଧର୍ମଶାଳା,୧୫।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ଗଣ୍ଡଗୋଳକୁ ନେଇ ଧାରଣା, ରାଜନୀତି ଛକାପଞ୍ଝା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ବିଜେଡି ଓ ଯାଜପୁରରେ ଭାଜପାର ଧାରଣା। ବିଧାୟକ...

ନାବାଳିକା ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା କଲା ପ୍ରେମିକ: ଆଉ ତା’ପରେ…

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା...

ଭାଜପାର ବଡ଼ ଘୋଷଣା: ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଜନତା ପାର୍ଟି ତାମିଲନାଡୁ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି ଭାଜପା। ବାଣିଜ୍ୟ ଏବଂ...

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

ନବରଙ୍ଗପୁରରେ ବାଘ ଛେଳି ଛକାପଞ୍ଝା: ମନୋହର ରନ୍ଧାରିଙ୍କୁ ଗଣଣଶିକ୍ଷା ମନ୍ତ୍ରୀ କହିଲେ…

ନବରଙ୍ଗପୁର,୧୫।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ -୨୦୨୫ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ...

ଫ୍ୟାଟ୍‌ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…

ଆମେ ସୁସ୍ଥ ରହିବା ପଛରେ ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଦରକାର। ହେଲେ ଏସବୁ ଖାଦ୍ୟ ସନ୍ତୁଳିତ ରହିବା ନିହାତି ଆବଶ୍ୟକ। ତେବେ ଅସନ୍ତୁଳିତ...

ସ୍କୁଟିକୁ ଧକ୍କା ଦେଲା ସଫାରୀ କାର୍, ୨ ସାଙ୍ଗଙ୍କ ମୃତ୍ୟୁ

ଧର୍ମଗଡ଼,୧୫।୧୨(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ଛକରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ପୂର୍ବାହ୍ନରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri