ଦେବୀ ନଦୀ ଶଯ୍ୟା ଖନନ: ସ୍ଥିତି ଅନୁଧ୍ୟାନ କଲେ ବୁର୍ଲା ଜଳସମ୍ପଦ ବିଭାଗ ବିଶେଷଜ୍ଞ

କାକଟପୁର, ୨୦।୮(ଡି.ଏନ୍‌.ଏ.)-ପୋତି ହୋଇପଡ଼ିଥିବା ଦେବୀ ନଦୀ ଶଯ୍ୟା ଖନନ ହେବ। ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ସମ୍ବଲପୁରର ବୁର୍ଲାସ୍ଥିତ ଜଳସମ୍ପଦ ବିଭାଗର ରିସର୍ଚ୍ଚ ଆଣ୍ଡ କ୍ୱାଲିଟି କଣ୍ଟ୍ରୋଲ ବିଭାଗ ନିର୍ଦ୍ଦେଶକ ତଥା ବିଶେଷଜ୍ଞ ସୁବାସଚନ୍ଦ୍ର ମିଶ୍ର ମଙ୍ଗଳବାର କାକଟପୁରର ଦେବୀ ନଦୀକୁ ଯାଇ ଅନୁଧ୍ୟାନ କରିଛନ୍ତି। ବିଶେଷଜ୍ଞ ମିଶ୍ର ବନ୍ଧର ଷାଠିଏବାଟିଠାରୁ ଡଙ୍ଗାରେ ନଦୀ ଗର୍ଭକୁ ଯାଇ ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିଥିଲେ। ଦେବୀ ନଦୀର ଶଯ୍ୟା ପୋତି ହୋଇଯାଇଥିବାରୁ ଏହାର ଖନନ ହେଲେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ହୋଇପାରିବ ବୋଲି କାକଟପୁର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ପ୍ରତାପଚନ୍ଦ୍ର ବିଶ୍ୱାଳ କହିଥିଲେ। ବିଶେଷଜ୍ଞ ମିଶ୍ରଙ୍କ ସହିତ ନିମାପଡ଼ା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶଶୀଭୁଷଣ ମିଶ୍ର, କାକଟପୁର ସହକାରୀ ଯନ୍ତ୍ରୀ ପ୍ରାଣବନ୍ଧୁ ବେହେରା, କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ ଉପସ୍ଥିତ ଥିଲେ।

ମହାନଦୀରେ ବନ୍ୟାଜଳ ପ୍ରବେଶ କଲେ ଏହାର ୬୦ଭାଗରୁ ଊର୍ଦ୍ଧ୍ୱ ଜଳ ଶାଖା ନଦୀମାନଙ୍କରେ ପ୍ରବାହିତ ହୋଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ। ମହାନଦୀର ଅନ୍ୟତମ ଶାଖା ନଦୀ ହେଉଛି ଦେବୀ ନଦୀ। ଦେବୀ ନଦୀର ଶେଷ ମୁଣ୍ଡ ଅର୍ଥାତ୍‌ କାକଟପୁର ଜଳସେଚନ ଉପଖଣ୍ଡ ଅଧୀନସ୍ଥ ଶିଖସେତୁଠାରୁ ମୁହଁାଣ ପର୍ଯ୍ୟନ୍ତ ଶଯ୍ୟାରେ ବାଲିଚଡ଼ା ସୃଷ୍ଟି ହୋଇଛି। ଫଳରେ ସମୁଦ୍ରକୁ ଠିକ୍‌ ଭାବେ ଜଳ ନିଷ୍କାସିତ ହୋଇ ନ ପାରି ପ୍ରତିବର୍ଷ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ୁଛି। ଦେବୀନଦୀ ଦକ୍ଷିଣପାର୍ଶ୍ୱ ବନ୍ଧର ବାଉରିଆକଣ ଏବଂ ଷାଠିଏବାଟିଠାରେ ବନ୍ୟାଜଳ ବନ୍ଧକୁ ଲାଗି ପ୍ରବାହିତ ହେଉଥିବାରୁ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ଜନସାଧାରଣ ଆତଙ୍କିତ ହୋଇପଡ଼ୁଛନ୍ତି। ଦେବୀ ନଦୀରେ ବନ୍ୟା ନିୟନ୍ତ୍ରଣ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଆଇଆଇଟି ମାଡ୍ରାସକୁ ଦାୟିତ୍ୱ ଦିଆଯାଇଥିଲା। ମାଡ୍ରାସ ଆଇଆଇଟିର ବିଶେଷଜ୍ଞମାନେ ଏଠାକୁ ଆସି ପରିସ୍ଥିିତି ଅନୁଧ୍ୟାନ କରି ନଦୀର ଦକ୍ଷିଣପାର୍ଶ୍ୱ ବନ୍ଧ ତଳକୁ ୧୪ଟି ସ୍ପର୍‌(ହାଇଲେବୁଲ ବୁରୁଜ) ନିର୍ମାଣ ସହ ନଦୀର ଶଯ୍ୟା ଖନନ କରିବାକୁ ପରାମର୍ଶ ଦେଇଥିଲେ। କାକଟପୁର ଜଳସେଚନ ବିଭାଗ ପକ୍ଷରୁ ବନ୍ଧ ତଳେ ବିଭିନ୍ନ ସ୍ଥାନରେ ୧୪ଟି ସ୍ପର୍‌ ନିର୍ମାଣ କରାଯାଇଥିଲେ ବି ଶଯ୍ୟା ଖନନ କରାଯାଇନାହିଁ। ଫଳରେ ବନ୍ୟା ପରିସ୍ଥିତିରେ କୌଣସି ସୁଧାର ଆସିପାରିନାହିଁ। ଏହାର ଅନୁଧ୍ୟାନ କରିବାକୁ ଗତ ୧୫ତାରିଖରେ ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ସ୍ଥିତି ଅନୁଧ୍ୟାନ କରି ବାଲିଚଡା ସୃଷ୍ଟିହୋଇ ଶଯ୍ୟା ପୋତି ହୋଇଯାଇଥିବା ଦେଖିବା ପରେ ଖନନ ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri