ଦେବାଳିଆ ହେଉଛି ଗ୍ରୀଡ୍‌କୋ

ଭୁବନେଶ୍ୱର, ୬।୧୨ (ବ୍ୟୁରୋ):ରାଜ୍ୟର ବିଦ୍ୟୁତ୍‌ ଭିତ୍ତିଭୂମି ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଋଣଭାର ସାଙ୍ଗକୁ ବିଦ୍ୟୁତ୍‌ ସଙ୍କଟ ସମଗ୍ର ବ୍ୟବସ୍ଥାକୁ ଦୋହଲାଇ ଦେଲାଣି। ରାଜ୍ୟର ବିଦ୍ୟୁତ୍‌ ଭିତ୍ତିଭୂମି, ଉତ୍ପାଦନ ଖର୍ଚ୍ଚ, ଶୁଳ୍କ ଆଦାୟ, ଋଣ ବୋଝ, ବିଦ୍ୟୁତ୍‌ ବିତରଣ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ଦାୟିତ୍ୱହୀନତାରୁ ଏହା ଜଳ ଜଳ ହୋଇ ଦିଶିଲାଣି। ବିଦ୍ୟୁତ୍‌ କିଣି ଯୋଗାଉଥିବା ଗ୍ରୀଡ୍‌କୋ ଋଣ ବୋଝରେ ଏମିତି ବୁଡିଲାଣି ଯେ ଆଗାମୀ ୨/୩ ବର୍ଷ ମଧ୍ୟରେ ଆଉ କିଣିବା ଅବସ୍ଥାରେ ରହିବ ନାହିଁ। ଗୋଟିଏ ପଟେ ଗ୍ରୀଡ୍‌କୋ ଋଣ ବୋଝରେ ଛଟପଟ ହେଉଥିବା ବେଳେ ଅନ୍ୟପଟେ ବିତରଣ କମ୍ପାନୀଗୁଡିକର ନୈରାଶ୍ୟଜନକ ବିଦ୍ୟୁତ୍‌ ଶୁଳ୍କ ଆଦାୟ ପରିସ୍ଥିତିକୁ ଆହୁରି ଜଟିଳ କରିବାରେ ଲାଗିଛି। ବିଦ୍ୟୁତ୍‌ ବଳକା ରାଜ୍ୟ ଥିବା ଓଡ଼ିଶା ଆଗାମୀ ଦିନରେ ଭୟଙ୍କର ବିଦ୍ୟୁତ୍‌ ସଙ୍କଟ ଦେଇ ଗତି କରିବା ଆଶଙ୍କା ଦେଖାଦେଲାଣି।
କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ବିଦ୍ୟୁତ୍‌ ଚାପକୁ ଦ୍ୱିଗୁଣିତ କରିଦେଇଛି। ୨୦୧୭ରେ ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସଂଖ୍ୟା ୬୧ ଲକ୍ଷ ଥିବାବେଳେ ୨ ବର୍ଷରେ ଅତିରିକ୍ତ ୨୫ ଲକ୍ଷ ନୂତନ ଗ୍ରାହକ ସାମିଲ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ୮୬ ଲକ୍ଷରେ ପହଞ୍ଚିଛି। ବର୍ଦ୍ଧିତ ଗ୍ରାହକଙ୍କ ପାଇଁ ଦୈନିକ ୪,୫୦୦ ମେଗାଓ୍ବାଟ ବିଦ୍ୟୁତ୍‌ ଶକ୍ତିର ଆବଶ୍ୟକତା ପଡୁଛି। ରାଜ୍ୟର ଜଳ ଓ ତାପଜ ବିଦ୍ୟୁତ୍‌ କ୍ଷେତ୍ରରୁ ୩୫୦୦ ମେଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ବେଳେ ବାହାରୁ ପ୍ରାୟ ୧ ହଜାର ମେଗାଓ୍ବାଟ କିଣିବାକୁ ପଡୁଛି। ଶକ୍ତି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରୀଡ୍‌କୋ ରାଜ୍ୟ ଭିତର ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ୟୁନିଟ ପିଛା ୨ ଟଙ୍କା ୭୫ ପଇସାରେ କିଣୁଥିବା ବେଳେ ବୃହତ୍‌ ଜଳ ବିଦ୍ୟୁତ୍‌ରୁ ୮୯.୯୯ ପଇସା ଏବଂ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ୟୁନିଟ ପିଛା ୩ ଟଙ୍କା ୬୯ ପଇସାରେ କ୍ରୟ କରୁଛିି। ତେବେ ନିଅଣ୍ଟିଆ ଚାହିଦା ମେଣ୍ଟାଇବାକୁ ଗ୍ରୀଡ୍‌କୋ ସେଣ୍ଟ୍ରାଲ ପୁଲ୍‌ରୁ ୧୦୦୦ ମେଗାଓ୍ବାଟ ୟୁନିଟ ପିଛା ୩ ଟଙ୍କା ୩୦ ପଇସାରେ କ୍ରୟ କରୁଛି। ବିଡମ୍ବନାର ବିଷୟ ଯେ ୩ଟି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଏବଂ ସେସୁ ଗ୍ରୀଡ୍‌କୋର ବକେୟା ବିଦ୍ୟୁତ୍‌ ଦେୟ ଏବଂ ବିଶ୍ୱବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ମାନିରେ ନେଇଥିବା ଋଣକୁ ଶୁଝୁନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓ ସେସୁ ଉପରେ ଗ୍ରୀଡ୍‌କୋର ବକେୟା ୩୯୩୭.୪୮ କୋଟି ଥିବା ବେଳେ ବିଶ୍ୱବ୍ୟାଙ୍କ ଏବଂ ସରକାର ଗ୍ୟାରେଣ୍ଟର ପଡି ଦେଇଥିବା ଋଣ ପରିମାଣ ୨୯୦୮.୫୫ କୋଟିରେ ପହଞ୍ଚିଲାଣି। ସେସୁ ଉପରେ ଗ୍ରୀଡ୍‌କୋ ବକେୟା ୧୦୭୫.୯୨ କୋଟି ଥିବାବେଳେ ଓ୍ବେସ୍‌କୋ ୧୧୧୮.୯୨ କୋଟି, ନେସ୍କୋ ୮୮୨.୦୬ କୋଟି ଏବଂ ସାଉଥକୋ ଉପରେ ୮୬୦.୫୮ କୋଟି ବାକି ପଡିଛି। ସେହିପରି ସେସୁ ନେଇଥିବା ୧୭୯୭ କୋଟି ଟଙ୍କା ପଇଠ କରୁ ନ ଥିବା ବେଳେ ଓ୍ବେସ୍‌କୋ ୩୦୭.୯୩, ନେସ୍କୋ ୩୯୩.୭୮ କୋଟି ଏବଂ ସାଉଥ୍‌କୋ ୩୦୯.୫୫ କୋଟି ଟଙ୍କାର ଋଣ ଶୁଝୁନାହାନ୍ତି। ବେଳକୁ ବେଳ ଆର୍ଥିକ ବୋଝ ଗ୍ରୀଡ୍‌କୋ ଏବଂ ସରକାରଙ୍କ ଉପରେ ବଢ଼ିଚାଲିଛି। ବକେୟା ଆଦାୟ ପାଇଁ ଗ୍ରୀଡ୍‌କୋ ଏବଂ ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ଚାପ ପକାଇଲେ ବଣ୍ଟନ କମ୍ପାନୀ ବିଭିନ୍ନ ଅଦାଲତରେ କେସ୍‌ କରି ବର୍ଷ ବର୍ଷ ଧରି ଫାଙ୍କି ଚାଲିଛନ୍ତି। ରାଜ୍ୟର ବିଦ୍ୟୁତ୍‌ ଦେବାଳିଆ ଅବସ୍ଥା ପାଇଁ ବିଭିନ୍ନ ସମୟରେ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ଅନେକ ମାତ୍ରାରେ ଦାୟୀ ବୋଲି ଜଣେ ଅବସରପ୍ରାପ୍ତ ଶକ୍ତି ବିଭାଗ ଅଧିକାରୀ କହିଛନ୍ତି। ତାଙ୍କ କହିବା କଥା ହେଲା ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାକୁ ଘରୋଇକରଣ ପରେ ମଧ୍ୟ ସଚ୍ଚୋଟ ଗ୍ରାହକମାନଙ୍କୁ ଉତ୍ତମ ବିଦ୍ୟୁତ୍‌ ସେବା ମିଳିପାରିଲା ନାହିଁ। ଘରୋଇ କମ୍ପାନୀର କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ହାତ କରି ୨୦୦୦ ମସିହାରୁ ଲୁଟ୍‌ କରି ଚାଲିଲେ। ଶୁଳ୍କ ଆଦାୟରେ ମଧ୍ୟ ପାରଦର୍ଶିତା ରହୁନାହିଁ। ମୁଖ୍ୟଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଦ୍ୟୁତ୍‌ ବିଲ୍‌ ଆଦାୟ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ରାଜସ୍ବ ବଢ଼ାଇବା ପରିବର୍ତ୍ତେ ନିଜର ବ୍ୟକ୍ତିଗତ ଫାଇଦାକୁ ଗୁରୁତ୍ୱ ଦେଲେ। ଏଥିଯୋଗ ବିଦ୍ୟୁତ୍‌ ଶୁଳ୍କ ଆଦାୟ ଓ ପଇଠ ମଧ୍ୟରେ ଏକ ବୃହତ୍‌ ସମସ୍ୟା ଛିଡା ହେଲା। ବିଲ୍‌ ଆଦାୟ ପାଇଁ କେତେକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସେସବୁ ସଂସ୍ଥା ହରିଲୁଟ୍‌ରେ ମାତିଗଲେ। ଫଳରେ ପୁନଃ ମୂଷିକ ଭବ ନ୍ୟାୟରେ ହଜାର ହଜାର କୋଟି ଋଣରେ ବୁଡି ରହିଥିବା ବିଦ୍ୟୁତ୍‌ ବ୍ୟବସ୍ଥା ପୁଣି ରାଜ୍ୟ ସରକାରଙ୍କ ମୁଣ୍ଡରେ ଲଦି ହୋଇଛି। ହାଲତ୍‌ ଏମିତି ହେଲାଣି ଯେ ସରକାର ବଣ୍ଟନ କମ୍ପାନୀଗୁଡିକୁ ଘରୋଇ ସଂସ୍ଥା ହାତରେ ଟେକି ଦେବାକୁ ନିଷ୍ପତ୍ତି ନେଲେ ମଧ୍ୟ ତାହା ସମ୍ଭବ ହେଉନାହିଁ। ସେସୁ ପାଇଁ ଟେଣ୍ଡର ଡକାଯାଇଥିଲେ ମଧ୍ୟ ଏହାକୁ ଚଳାଇବାକୁ ଆଗ୍ରହ ଦେଖାଉଥିବା ଘରୋଇ କମ୍ପାନୀ ଋଣ ବୋଝ ଦେଖି ମୁହଁ ଫେରାଇ ନେଉଛନ୍ତି। ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଙ୍କ ବୋଝ ସରକାରଙ୍କୁ ବୋହିବା ଛଡା ଅନ୍ୟ ଗତି ନାହିଁ। ଋଣ ଭାର ଓ ବିଦ୍ୟୁତ୍‌ ଖର୍ଚ୍ଚ ବଢି ଯାଉଥିବାରୁ ଆସନ୍ତା ବର୍ଷ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଏକପ୍ରକାର ନିଶ୍ଚିତ ହେଲାଣି। ଖୁବ୍‌ଶୀଘ୍ର ଓଇଆର୍‌ସି ଏ ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି। ବଣ୍ଟନ କମ୍ପାନୀମାନେ ଏ ନେଇ ମଧ୍ୟ ଓଇଆରସିଙ୍କ ନିକଟରେ ଆବେଦନ କଲେଣି। ବିଦ୍ୟୁତ୍‌ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ବେଳକୁ ବେଳ ଅସମ୍ଭାଳ ହେଲାଣି। ଶୁଳ୍କ ବୃଦ୍ଧି ଛଡା ସରକାରଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ ବୋଲି ଶକ୍ତି ବିଭାଗର ଜଣେ ଅଧିକାରୀ କହିଛନ୍ତି। ଶୀତଦିନ ଥିବାରୁ ପରିସ୍ଥିତି ସମ୍ଭାଳି ଯାଉଛି। ମାର୍ଚ୍ଚରୁ ବିଦ୍ୟୁତ୍‌ ଚାପ ଅସମ୍ଭାଳ ହେବ ବୋଲି ଏବେଠାରୁ ସଙ୍କେତ ମିଳିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri