ଦୃଷ୍ଟି ଆଢୁଆଳରେ ବନଦୁର୍ଗା ମନ୍ଦିର

ଛେଣ୍ଡିପଦା,୨୩ା୬(ଡି.ଏନ.ଏ.) – ଅନୁଗୋଳ ଜିଲାର କେତେକ ଜଣାଶୁଣା ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ହେଁ ଆଉ କେତେକ ପ୍ରସିଦ୍ଧ ସ୍ଥାନ ରହିଯାଇଛି ସରକାରଙ୍କ ଦୃଷ୍ଟି ଆଢୁଆଳରେ। ସେଥିମଧ୍ୟରେ ରହିଛି ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗ୍ରାମ ମଠମୁଣ୍ଡିଆ ପାହାଡ ଉପରେ ଥିବା ମା ବନଦୁର୍ଗାଙ୍କ ପୀଠ। ଜଙ୍ଗଲ ପାହାଡ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିରରେ ବର୍ଷ ତମାମ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିଲେ ହେଁ ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଉ ନ ଥିବାରୁ ଅସନ୍ତୋଷ ଉପୁଜୁଛି।
ମଠମୁଣ୍ଡିଆ ପାହାଡ ଉପରେ ରହିଛି ମା’ ଅପରାଜିତା ବନଦୁର୍ଗା ମନ୍ଦିର। ଜଙ୍ଗଲ ପାହାଡ ଘେରା ସୌନ୍ଦର୍ଯ୍ୟ ଏବଂ ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ଦେବୀ ପୀଠରେ ବର୍ଷର ସବୁ ସମୟରେ ଯାତ୍ରୀ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହି ପାହାଡ ପାଦଦେଶରେ ରହିଛି ଜମେଇଝରଣ ଜଳସେଚନ ପ୍ରକଳ୍ପ। ପିକନିକ ଋତୁ ତଥା ନୂଆବର୍ଷ ପାଳନ କରିବା ପାଇଁ ଏହି ପୀଠ ଚଳଚଞ୍ଚଳ ହୋଇଥାଏ। ଏହା ସତ୍ତ୍ୱେ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଉ ନ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ, ସମ୍ବଲପୁର ଏମ୍‌ପି, ଅନୁଗୋଳ ଜିଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଜଣାଯାଇଥିଲେ ହେଁ କେହି ଦୃଷ୍ଟି ଦେଉ ନ ଥିବା ମନ୍ଦିର ପରିଚାଳନା କମିଟି ମୁଖ୍ୟ ଅକ୍ଷୟ କୁମାର ପଟ୍ଟନାୟକ, କେଦାରନାଥ ପ୍ରଧାନ, ଜୟଦେବ ବୁର୍ଗୀ, ଅସିତ କୁମାର ପଟ୍ଟନାୟକ, ରାମଚନ୍ଦ୍ର ସାହୁ, କନ୍ଦର୍ପ ସାହୁ, ହୃଦାନନ୍ଦ ସାହୁ, କପିଳା ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଉପରୋକ୍ତ ସ୍ଥାନକୁ ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ଦୁର୍ଗାପୁର ପଞ୍ଚାୟତ ଟାଙ୍ଗିରିସାହି ଗ୍ରାମ ନିକଟସ୍ଥ ଦାନ୍ତିଆଣୀ ପାହାଡ, ଜେରେଙ୍ଗ ଦେହୁରୀ ସାହି ମା’ ବୁଢ଼ୀ ପାହାଡ ପାଦଦେଶରେ ଥିବା ଦେବାଦେବୀ ପୀଠ, କୋରଡା ପଞ୍ଚାୟତ ଝିଣ୍ଟିପାଳ ଗ୍ରାମରେ ଥିବା ବୀରେଶ୍ୱର ମହାଦେବ ଅଷ୍ଟଶମ୍ଭୁ ମନ୍ଦିର, ବାଲିପଟା ପଞ୍ଚାୟତ କିସିଣ୍ଡା ଗ୍ରାମ ନିକଟସ୍ଥ କାଶବାଶ ଜଳସେଚନ ପ୍ରକଳ୍ପ, ଚାଙ୍ଗୁଡିଆ ପଞ୍ଚାୟତ ବଡବେରେଣା ଜଙ୍ଗଲ ମଧ୍ୟରେ ଥିବା ଉଷ୍ମ ପ୍ରସବଣ ଆଦି ସ୍ଥାନକୁ ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ସବୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା

ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri