ଦୂରାନ୍ତୁ ଝାଳ ଗନ୍ଧ…

ଗୃହିଣୀ ହୁଅନ୍ତୁ ଅବା କର୍ମଜୀବୀ, ବିଭିନ୍ନ କାର୍ଯ୍ୟର ଚାପ ଏବଂ ଅବିରତ ପରିଶ୍ରମ ଯୋଗୁ ଅଧିକାଂଶ ମହିଳାଙ୍କଠାରେ ଝାଳ ବୋହିବା ଏକ ସାଧାରଣ କଥା। ହେଲେ କେବେ କେବେ ଏହା ଗନ୍ଧ ହୋଇଥାଏ, ଯାହାକି ପରବର୍ତ୍ତି ସମୟରେ ବିଭିନ୍ନ ଇନ୍‌ଫେକ୍ସନର କାରଣ ପାଲଟିଥାଏ। ଯଦି ଆପଣ ବି ଏଭଳି ସମସ୍ୟା ଭୋଗୁଛନ୍ତି ତେବେ ଏହାକୁ ଦୂର କରିବା ଲାଗି ଜାଣନ୍ତୁ ରଖନ୍ତୁ କିଛି ଘରୋଇ ଉପାୟ…

ପ୍ରଥମ କଥା ହେଉଛି ଝାଳ ଦେହରେ ଅଧିକ ସମୟ ରହିଗଲେ କିମ୍ବା ସୁଖି ନ ପାରିଲେ ସେଥିରେ ଜୀବାଣୁ ସୃଷ୍ଟି ହୋଇଯାଆନ୍ତି, ଯାହାକି ଗନ୍ଧ ହେବାର ମୁଖ୍ୟ କାରଣ। ତେଣୁ ସବୁବେଳେ ସିନ୍ଥେଟିକ୍‌ ପରିବର୍ତ୍ତେ କଟନ ବସ୍ତ୍ର ପିନ୍ଧନ୍ତୁ। ଏହା ଝାଳକୁ ଶୋଷିନିଏ ଫଳରେ ଦେହରେ ଝାଳ ଲାଗି କୁଣ୍ଡେଈ ହେବା ସମସ୍ୟା ହୋଇନ ଥାଏ।
ପ୍ରତିଦିନ ଗାଧାନ୍ତୁ। ଯଦି ଝାଳ ଅଧିକ ଗନ୍ଧଯୁକ୍ତ ହେଉଥାଏ ତେବେ ଗାଧେଇବା ଲାଗି ଆଣ୍ଟିବ୍ୟାକ୍ଟେରିଆଲ ସାବୁନ ବ୍ୟବହାର କରନ୍ତୁ।
ଅଧିକ ଝାଳ ବୋହୁଥିବା ସ୍ଥାନରେ ଏକ କଟନରେ ଆପୁଲ୍‌ ସାଇଡର୍‌ ଭିନେଗାର ନେଇ ଲଗାନ୍ତୁ। ଏଥିରେ ଥିବା ଆଣ୍ଟିମାଇକ୍ରୋବାୟାଲ୍‌ ଏବଂ ଏସିଡିଟି ଗୁଣ ବ୍ୟାକ୍ଟେରିଆ ହେବାକୁ ଦେଇ ନ ଥାଏ। ଯାହାଦ୍ୱାରା ଝାଳଗନ୍ଧ ହୋଇ ନ ଥାଏ।
ଗାଧେଇବା ପାଣିରେ କିଛି ବୁନ୍ଦା ଗୋଲପ ଜଳ ମିଶାନ୍ତୁ। ନଚେତ୍‌ ଆପଣ ଚାହିଁଲେ କିଛି ସୁଗନ୍ଧଯୁକ୍ତ ତେଲ ବି ପାଣିରେ ମିଶାଇ ଗାଧେଇ ପାରିବେ। ଏପରି କରିବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ସୁଗନ୍ଧ ଦେହରେ ରହିଥାଏ ଏବଂ ଝାଳ ଗନ୍ଧ ହେବାକୁ ଦିଏନାହିଁ।
ମୁଣ୍ଡ ଓ କେଶରୁ ଝାଳ ବାହାରି ଗନ୍ଧ ହେଉଥିଲେ ପାଣିରେ ଅଳ୍ପ ଲେମ୍ବୁରସ ଏବଂ ଗୋଲାପ ଜଳ ମିଶାଇ କେଶ ଧୋଇଦିଅନ୍ତୁ। ଏହା ଝାଳ ଗନ୍ଧ ଦୂର କରିବାରେ ସାହାଯ୍ୟ କରିବ।
ଝାଳ ହେଉଥିବା ସ୍ଥାନରେ କଞ୍ଚା ଆଳୁ ଖଣ୍ଡ ଘଷିଲେ ବି ଝାଳ ଗନ୍ଧ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିଆ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଶୀଘ୍ର ଲିଙ୍କ୍‌ କରନ୍ତୁ ଆଧାରକାର୍ଡ ନହେଲେ…

ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

ପାରଳାଖେମୁଣ୍ଡି,୯ା୯: ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ ଅଡ଼ୁଆ…

ନବଜାତ ଶିଶୁଙ୍କୁ ସୁନାମୁଦି ଦେବେନି ବିଜୟ? ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୯।୯: ତାମିଲନାଡୁରେ କ୍ଷମତା ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନବଜାତ ଶିଶୁମାନଙ୍କୁ ସୁନା ମୁଦି ପ୍ରଦାନ କରିବା ସମ୍ପର୍କିତ ଚର୍ଚ୍ଚିତ ଯୋଜନାର ଶୁଭାରମ୍ଭ ବର୍ତ୍ତମାନ…

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri