Posted inରାଜ୍ୟ

ଦୂରହେବ ଦୃଷ୍ଟିବାଧିତ ପିଲାଙ୍କ ପାଠପଢ଼ା ସମସ୍ୟା: ଜର୍ମାନୀରୁ ଆସିଲା ଉଚ୍ଚଶକ୍ତିସମ୍ପନ୍ନ ବ୍ରେଲ୍‌ ମେଶିନ

ଭୁବନେଶ୍ୱର, ୭ା୮(ବ୍ୟୁରୋ): ରାଜ୍ୟର ଦୃଷ୍ଟି ବାଧିତ ଛାତ୍ରୀଛାତ୍ରଙ୍କ ନିମନ୍ତେ ବ୍ରେଲ୍‌ ପାଠ୍ୟପୁସ୍ତକ ପାଇଁ ଉଚ୍ଚ କ୍ଷମତାବିଶିଷ୍ଟ ଅତ୍ୟାଧୁନିକ ବ୍ରେଲ୍‌ ମେଶିନ ଜର୍ମାନୀରୁ ଅଣାଯାଇଛି। ଏହି ମେଶିନ ଦ୍ୱାରା ମାଧ୍ୟମିକ ସ୍ତରରେ ପଢ଼ୁଥିବା ଦୃଷ୍ଟି ବାଧିତ ପିଲାଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ପାଠ୍ୟପୁସ୍ତକ ଛପାଯାଇପାରିବ। ଆସନ୍ତା ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଏହାକୁ ବ୍ରହ୍ମପୁରସ୍ଥିତ ରାଜ୍ୟର ଏକମାତ୍ର ବ୍ରେଲ୍‌ ପ୍ରେସ୍‌ରେ ସ୍ଥାପନ କରାଯିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏହି ମେଶିନ ପାଇଁ ୧.୧୮ କୋଟି ଟଙ୍କା ବ୍ୟୟ କରିଛି। ଏହି ମେଶିନ କମ୍ପ୍ୟୁଟର ସହାୟତାରେ ଆଲୁମିନିୟମ୍‌ ମାଷ୍ଟର ପ୍ଲେଟ୍‌ରେ ପ୍ରତି ସେକେଣ୍ଡକୁ ୧୬ଟି ଅକ୍ଷର ଛାପିବ। ପରେ ମୋଟା କାଗଜରେ ଘଣ୍ଟାପ୍ରତି ୧୦ ହଜାର ପୃଷ୍ଠା ଛପାଯାଇପାରିବ। ଏହାଦ୍ୱାରା ବ୍ରେଲ୍‌ ଛାପା କାର୍ଯ୍ୟ ନିର୍ଭୁଲ ଓ ପରିମାଣ ଦୃଷ୍ଟିରୁ ଅଧିକ ହେବ।
୧୯୭୪ରେ ବ୍ରହ୍ମପୁରଠାରେ ପ୍ରତିଷ୍ଠିତ ରେଡ୍‌କ୍ରସ ଦୃଷ୍ଟିହୀନ ବିଦ୍ୟାଳୟରେ ୧୯୮୬ ନଭେମ୍ବରରେ ବ୍ରେଲ୍‌ ପ୍ରେସ୍‌ ଆରମ୍ଭ କରାଯାଇଥିଲା। ରାଜ୍ୟର ଏକମାତ୍ର ବ୍ରେଲ୍‌ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ଭାବରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି। ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ନିମନ୍ତେ ପାଠ୍ୟ ପୁସ୍ତକ ପାଇଁ ୨୦୧୩ରେ ରାଜ୍ୟ ସରକାର ୧.୫୫ କୋଟି ଖର୍ଚ୍ଚ କରି ଦୁଇଟି ବ୍ରେଲ୍‌ ମେଶିନ ଆଣିଥିଲେ। ସେଥିରୁ ମାଷ୍ଟରପ୍ଲେଟ୍‌ ପ୍ରସ୍ତୁତ କରୁଥିବା ମେଶିନଟିର କ୍ଷମତା କମ୍‌ ଥିଲା। ଫଳରେ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ବିଳମ୍ବ ହେଉଥିଲା। ଏଣିକି ଏହି ସମସ୍ୟା ବି ଦୂର ହେବ। ଭବିଷ୍ୟତରେ ଓଡ଼ିଆ ସାହିତ୍ୟର ପ୍ରମୁଖ ପୁସ୍ତକଗୁଡ଼ିକ ସମେତ ଉଚ୍ଚମାଧ୍ୟମିକ ସ୍ତରର ଦୃଷ୍ଟିବାଧିତ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ବ୍ରେଲ୍‌ ପୁସ୍ତକ ପ୍ରକାଶ କରାଯିବାର ଯୋଜନା ରଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri