Posted inଖେଳ

ଦୁଲୀପ ଟ୍ରଫି: ଇଣ୍ଡିଆ ଗ୍ରୀନ- ରେଡ୍‌ ମ୍ୟାଚ୍‌ ଡ୍ର

ବେଙ୍ଗାଲୁରୁ,୧।୯(ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଗ୍ରାଉଣ୍ଡରେ ଇଣ୍ଡିଆ ଗ୍ରୀନ୍‌ ଓ ଇଣ୍ଡିଆ ରେଡ୍‌ ମଧ୍ୟରେ ଅନୁଷ୍ଠିତ ୪ ଦିନିଆ ଦୁଲୀପ ଟ୍ରଫି କ୍ରିକେଟ ମ୍ୟାଚ୍‌ ରବିବାର ଅମୀମାଂସିତ ଭାବେ ଶେଷ ହୋଇଛି। ତେବେ ପ୍ରଥମ ଇନିଂସରେ ମାତ୍ର ୧ ରନର ଅଗ୍ରଣୀ ହାସଲ କରିଥିବାରୁ ରେଡ୍‌ ୩ ପଏଣ୍ଟ ହାସଲ କରିଥିବା ବେଳେ ଗ୍ରୀନକୁ ୧ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଛି। ପ୍ରଥମ ଇନିଂସରେ ୧୨୬ ରନର ଶତକୀୟ ପାଳି ଖେଳି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିବା ରେଡ୍‌ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ମହିପାଲ ଲୋମରର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରି ଗ୍ରୀନ୍‌ ପ୍ରଥମ ଇନିଂସରେ ୧୩୧.୩ ଓଭରରେ ୪୪୦ ରନ କରି ଅଲଆଉଟ ହୋଇଥିଲା। ଜବାବରେ ରେଡ୍‌ କରୁଣ ନାୟାରଙ୍କ ୯୦ରନର ଅର୍ଦ୍ଧଶତକୀୟ ପାଳି, ଲୋମରରଙ୍କ ଶତକ ଓ ଟେଲଏଣ୍ଡର ଆଭେସ ଖାଁଙ୍କ ଉପଯୋଗୀ ଦ୍ରୁତ ୬୪ ରନର ଅର୍ଦ୍ଧଶତକୀୟ ପାଳି ବଳରେ ପ୍ରଥମ ଇନିଂସରେ ୧୪୫.୩ ଓଭରରେ ୪୪୧ ରନ କରି ଅଲଆଉଟ ହୋଇଥିଲା। ଫଳରେ ରେଡ ୧ ରନର ଅଗ୍ରଣୀ ହାସଲ କରିଥିଲା।
ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଗ୍ରୀନ୍‌ ମ୍ୟାଚ୍‌ ଶେଷ ହେବା ବେଳକୁ ୫୪ ଓଭରରେ ୩ ଉଇକେଟ ହରାଇ ୯୮ ରନ ସଂଗ୍ରହ କରିଥିଲା। ଧ୍ରୁବ ସୋରେ ୪୪ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଅକ୍ଷୟ ଓ୍ବାଦେକର ୧୪ ରନ କରି ଅପରାଜିତ ରହିଥିଲେ। ଓପନର ତଥା ଅଧିନାୟକ ଫୈଜ ଫଜଲ ୧୧, ଆକାଶନାଥ ରେଡ୍ଡୀ ୪, ସିଦ୍ଧେଶ ଲାଡ ୨୦ ରନ କରି ଆଉଟ ହୋଇଥିଲେ। ବୋଲିଂରେ ରେଡ୍‌ ତରଫରୁ ଜୟଦେବ ଉନାଡ଼କଟ, ଅକ୍ଷୟ ଓ୍ବାଖରେ ଓ ଆଦିତ୍ୟ ସରାଓ୍ବତ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ତୃତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୪୦୪ /୯ରୁ ଖେଳ ଆରମ୍ଭ କରି ରେଡ୍‌ ରବିବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଆଭେସ ଖାଁ ୩୪ ରନରୁ ଖେଳ ଆରମ୍ଭ କରି ୫୬ଟି ବଲରୁ ୨ ଚୌକା ଓ ୭ ଛକା ସହ ୬୪ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ସନ୍ଦୀପ ଓ୍ବାରିୟର ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଗ୍ରୀନ୍‌ ତରଫରୁ ଧର୍ମେନ୍ଦ୍ରସିନ୍‌ ଜାଡେଜା ସର୍ବାଧିକ ୪, ଅଙ୍କିତ୍‌ ରାଜପୁତ ୩, ତନବିର ଉଲ ହକ ୨ ଓ ରାହୁଲ ଚହର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମ ଇନିଂସରେ ଗ୍ରୀନ୍‌ ତରଫରୁ ଆକାଶନାଥ ରେଡ୍ଡୀ ୧୪୬ ରନର ଶତକୀୟ ପାଳି ଖେଳିଥିଲେ ଓ ରେଡ ତରଫରୁ ଅକ୍ଷୟ ଓ୍ବାଖରେ ସର୍ବାଧିକ ୫ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ୍‌ ପ୍ରଥମ ଇନିଂସ- ୧୩୧.୩ ଓଭରରେ ୪୪୦ ଅଲଆଉଟ।
ଇଣ୍ଡିଆ ରେଡ ପ୍ରଥମ ଇନିଂସ- ୧୪୫.୩ ଓଭରରେ ୪୪୧ ଅଲଆଉଟ।
(ମହିପାଲ ଲୋମରର- ୧୨୬, କରୁଣ ନାୟାର- ୯୦, ଆଭେସ ଖାଁ- ୬୪, ଧର୍ମେନ୍ଦ୍ରସିନ ଜାଡେଜା- ୪/୧୩୫, ଅଙ୍କିତ୍‌ ରାଜପୁତ- ୩/୭୧, ତନବୀର ଉଲ ହକ- ୨/୧୯)।
ଇଣ୍ଡିଆ ଗ୍ରୀନ୍‌ ଦ୍ୱିତୀୟ ଇନିଂସ- ୫୪ ଓଭରରେ ୯୮/୩
(ଧ୍ରୁବ ସୋରେ- ୪୪*, ଅକ୍ଷୟ ଓ୍ବାଦେକର- ୧୪, ଜୟଦେବ ଉନାଡକଟ- ୧/୮, ଅକ୍ଷୟ ଓ୍ବ୍‌ାଖରେ – ୧/୩୫, ଆଦିତ୍ୟ ସରାଓ୍ବତ- ୧/୧୬ )।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri