Posted inUncategorized

ଦୁର୍ଭାଗ୍ୟ ଆଣୁଛି ବିରଳବ୍ୟାଧି

ଶରୀରରେ ରୋଗ ପଶିଲେ ଲୋଡ଼ାହୁଏ ଚିକିତ୍ସା। ସାଧାରଣ ବ୍ୟାଧି କ୍ଷେତ୍ରରେ କିଛିଦିନ ଔଷଧ ସେବନ ପରେ ମିଳିଥାଏ ଉପଶମ। ରୋଗୀ ପୁନର୍ବାର ସ୍ବାଭାବିକ ଜୀବନ ଜିଏ। ହେଲେ ଏମିତି ଅନେକ ବିରଳ ରୋଗ ଅଛି, ଯେଉଁଥିରେ ଥରେ ଆକ୍ରାନ୍ତ ହେଲେ ସମ୍ପୂର୍ଣ୍ଣ ଜୀବନଶୈଳୀ ବଦଳିଯାଏ। ବିନା ପଥି, ଡାକ୍ତରୀ ପରାମର୍ଶରେ କଷ୍ଟକର ହୋଇପଡ଼େ ବଞ୍ଚତ୍ବା। ଏଭଳି ଜଟିଳ ରୋଗର ନିଦାନ ଖର୍ଚ୍ଚ ବି କିଛି କମ୍‌ ନୁହେଁ। ତା’ ସହିତ ରୋଗୀ ପାଏ ଅକଥନୀୟ ଯନ୍ତ୍ରଣା। କେବଳ ରୋଗୀ ନୁହନ୍ତି, ଏଥିରେ ପ୍ରଭାବିତ ହୁଅନ୍ତି ପରିବାର ଏବଂ ଆତ୍ମୀୟ। ଦୁର୍ଭାଗ୍ୟକୁ ଡାକିଆଣୁଥିବା ଏପରି ଜଟିଳ ବା ବିରଳ ବ୍ୟାଧି ବିଷୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ ମାସ ଶେଷ ଦିନକୁ (ସାଧାରଣ ବର୍ଷରେ ୨୮ ତାରିଖ, ଅଧିବର୍ଷରେ ୨୯ ତାରିଖ) ବିରଳ ରୋଗ ଦିବସ ବା ରେୟାର ଡିଜିଜ୍‌ ଡେ’ ଭାବେ ପାଳନ କରାଯାଉଛି। ଏ ସଂକ୍ରାନ୍ତରେ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା…

ଏକ ସର୍ବେକ୍ଷଣ ଅନୁଯାୟୀ ସାରା ପୃଥିବୀରେ ପ୍ରାୟ ୩୦ କୋଟି ଜନସାଧାରଣ ବିରଳ ତଥା ଜଟିଳ ରୋଗରେ ପୀଡ଼ିତ। ଏଭଳି ଦୁରାରୋଗ୍ୟ ବ୍ୟାଧିର ନିଦାନ ଅଦ୍ୟାବଧି ବାହାରିନାହିଁ। ବିଶେଷଜ୍ଞମାନେ ରୋଗୀଙ୍କ ସ୍ଥିତିକୁ ଦେଖି ଚିକିତ୍ସା କରିଥାଆନ୍ତି କିମ୍ବା ପରାମର୍ଶ ଦେଇଥାଆନ୍ତି। ତେଣୁ ଶେଷନିଃଶ୍ୱାସ ଥିବା ଯାଏ ପୀଡ଼ିତଙ୍କୁ ରୋଗ ସହିତ ଜିଇବାକୁ ପଡ଼େ।
ବିଭିନ୍ନ ନୈଦାନିକ ପରୀକ୍ଷଣରୁ ୭,୦୦୦ରୁ ଊର୍ଦ୍ଧ୍ୱ ବ୍ୟାଧିକୁ ବିରଳ ରୋଗ ଶ୍ରେଣୀଭୁକ୍ତ କରାଯାଇଛି। ଏଭଳି ରୋଗର ପ୍ରାୟ ୭୨% ଆନୁବଂଶିକ ହୋଇଥିବାବେଳେ ତନ୍ମଧ୍ୟରୁ ୭୦% ଶୈଶବରୁ ହିଁ ଆରମ୍ଭ ହୋଇଥାଏ। ଦି ୟୁରୋପିଆନ ଅର୍ଗାନାଇଜେଶନ ଫର୍‌ ରେୟାର ଡିଜିଜ୍‌ (ଇୟୁଆର୍‌ଓଆର୍‌ଡିଆଇଏସ୍‌) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ବିଶ୍ୱ ଜନସଂଖ୍ୟାର ୩.୫%ରୁ ୫.୯% ଏଭଳି ଜଟିଳ ରୋଗରେ ପୀଡ଼ିତ। ଏଥିରେ ଆକ୍ରାନ୍ତ ହେଲେ ବ୍ୟକ୍ତିର ଶାରୀରିକ, ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୁଏ। ଅନ୍ୟମାନଙ୍କ ଭଳି ସ୍ବାଭାବିକ ଜୀବନ ବଞ୍ଚତ୍ବା, ଇଚ୍ଛା ଅନୁଯାୟୀ ଖାଦ୍ୟ ଗ୍ରହଣ କରିବା ସମ୍ଭବପର ହୁଏନାହିଁ। ଦୈନନ୍ଦିନ ଜୀବନରେ ଏକାଧିକ କଟକଣା ଜୀବନକୁ ସଙ୍କୁଚିତ କରିପକାଏ।
ଅଧିକାଂଶ ବିରଳ ରୋଗ ଆନୁବଂଶିକ। ଜିନ୍‌ଗତ ତ୍ରୁଟି, ହର୍‌ମୋନ ପ୍ରବାହରେ ବାଧକକୁ ଏହାର ପ୍ରମୁଖ କାରଣ ବୋଲି ବିଚାର କରାଯାଏ। ଅନ୍ୟ କେତେକ କ୍ଷେତ୍ରରେ ବ୍ୟାକ୍ଟେରିଆ, ଭାଇରସ୍‌, ସଂକ୍ରମଣ, ଆଲର୍ଜି ମଧ୍ୟ ଏଭଳି ବ୍ୟାଧିକୁ ଆମନ୍ତ୍ରଣ କରିଥିବାର ନଜିର ରହିଛି। ପ୍ରାରମ୍ଭିକ ଅବସ୍ଥାରେ ଲକ୍ଷଣ ନ ଥିବାରୁ ଏଭଳି ରୋଗ ଚିହ୍ନଟ ହୋଇପାରି ନ ଥାଏ। ବୟସ ବଢ଼ିବା ସହ ଏହା ଜଣାପଡ଼େ। ସେତେବେଳକୁ ବହୁ ବିଳମ୍ବ ହୋଇସାରିଥାଏ ଏବଂ ଏହାର ଚିକିତ୍ସା କରିବା କଷ୍ଟକର ହୋଇପଡ଼େ। ବିରଳ ରୋଗ ପୀଡ଼ିତଙ୍କ କ୍ଷମତାର ଅନ୍ତ କରିଦିଏ। ବେଳେ ବେଳେ ଏହା ଏତେ ବିପଜ୍ଜନକ ହୋଇପଡ଼େ ଯେ, ରୋଗୀ ନିଶ୍ଚିତ ମୃତ୍ୟୁମୁଖରେ ପଡ଼େ। ଏଭଳି ରୋଗରେ ଆକ୍ରାନ୍ତଙ୍କୁ ବିଶେଷ ଯତ୍ନର ଆବଶ୍ୟକତା ଲୋଡ଼ାପଡ଼େ। ଯଦିଓ ରୋଗ ସମ୍ପୂର୍ଣ୍ଣ ଉପଶମ ହେବା ସମ୍ଭାବନା ନ ଥାଏ, ତଥାପି ପରିବାର ସଦସ୍ୟଙ୍କ ସହଯୋଗ, ସେବା ଦ୍ୱାରା ରୋଗୀଙ୍କ ଯନ୍ତ୍ରଣା କିଛି ମାତ୍ରାରେ ଲାଘବ ହୋଇଥାଏ ଏବଂ ମନରେ ସକାରାତ୍ମକ ଭାବନା ସୃଷ୍ଟି ହେବାରେ ସହାୟକ ହୁଏ।
ଭାରତର ସ୍ଥିତି ଜଟିଳ
ଭାରତ ଭଳି ବିଶାଳ ଦେଶରେ ବିରଳ ରୋଗରେ ଆକ୍ରାନ୍ତଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ନିରୂପଣ କରିବା କେବଳ କଷ୍ଟସାଧ୍ୟ ନୁହେଁ, ଏକପ୍ରକାର ଅସମ୍ଭବ ମଧ୍ୟ। ତେବେ ଦେଶରେ ୭ କୋଟିରୁ ଊର୍ଦ୍ଧ୍ୱ ଏଭଳି ଜଟିଳ ରୋଗର ଶିକାର ହୋଇଥିବା ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ଅନୁମାନ କରାଯାଇଛି। ଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନ୍ଧବିଶ୍ୱାସ ଏବଂ ସଚେତନତା ଅଭାବରୁ ଏବେ ବି ଲୋକେ ଔଷଧ ଅପେକ୍ଷା ଝଡ଼ାଫୁଙ୍କା ଉପରେ ବେଶି ବିଶ୍ୱାସ କରୁଛନ୍ତି। ମେଡିକାଲ ଯିବା ବଦଳରେ ଦେଶୀୟ ଚିକିତ୍ସା ଆପଣାଉଛନ୍ତି। ତେଣୁ ବିରଳ ରୋଗରେ ଆକ୍ରାନ୍ତ ହେଲେ ରୋଗୀ ନିଜେ ମଧ୍ୟ ଏ ସମ୍ପର୍କରେ ଜାଣିପାରି ନ ଥାନ୍ତି। ସେମାନେ ଏହାକୁ ସାଧାରଣ ରୋଗ ଭାବି ଶସ୍ତା ଚିକିତ୍ସା ଉପରେ ଭରସା କରୁଛନ୍ତି। ତେଣୁ ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଜଣାପଡୁନାହିଁ, ଯାହା ସ୍ଥିତିକୁ ଅଧିକ ଜଟିଳ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ,୧୭ା୧୨:  ଯଦି ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଗମ୍ଭୀର ଏବଂ ମାରାତ୍ମକ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇପାରେ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରିବା...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଦମ ଦେଖାଇଲା ଭାରତ, ପାକିସ୍ତାନକୁ ୯୦ ରନରେ ହରାଇଲା

ନୂଆଦିଲ୍ଲୀ,୧୫।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ମ୍ୟାଚରେ, ଭାରତୀୟ ଦଳ ଏକ ଚମତ୍କାର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri