ଦୁର୍ଦ୍ଦିନରେ ନିର୍ମାଣ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ: ସହାୟତାକୁ ଚାହିଁ ରହିଛନ୍ତି ୧.୩୭ ଲକ୍ଷ ନିର୍ମାଣ ଶ୍ରମିକ

ଯାଜପୁର ଅଫିସ, ୬ା୪: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ବଢ଼ି ଚାଲିଥିବାବେଳେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କଟକଣା ଯୋଗୁ ଅନେକଙ୍କୁ ଖାଦ୍ୟ ଚିନ୍ତା ଘାରିଛି। ବହୁ ଲୋକ ରୋଜଗାର ହରାଇଛନ୍ତି। ବିଶେଷକରି ନିର୍ମାଣ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀମାନେ ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ ସହାୟତା ରାଶି ବଣ୍ଟନରେ ସେତେଟା ଅଗ୍ରଗତି ହୋଇ ପାରିନାହିଁ। କ୍ଷୁଦ୍ର ବ୍ୟବସାୟୀମାନଙ୍କ ମଧ୍ୟରୁ ମାତ୍ର ୧୩.୪୬% ୩ ହଜାର ଟଙ୍କା ଲେଖାଏ ସହାୟତା ରାଶି ପାଇଥିବାବେଳେ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏ ଏଯାଏ ବଣ୍ଟନ ହୋଇପାରିନାହିଁ।
ଅନ୍ୟପକ୍ଷରେ ଖାଦ୍ୟ ସମସ୍ୟା ଦେଖାଦେବ ବୋଲି ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି। ତେଣୁ ସୁଯୋଗ ମିଳିବା କ୍ଷଣି ଲୋକ ଦୋକାନ ବଜାରରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। ସୋମବାର ରାତି ୮ଟାରେ ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ହଟିଯିବା ପରେ ମଙ୍ଗଳବାର ସକାଳୁ ଏଭଳି ଆଶଙ୍କା ଦେଖାଦେବା ଓ ସାମାଜିକ ଦୂରତ୍ୱକୁ ଲୋକେ ଉଲ୍ଲଂଘନ କରିବାର ଆଶଙ୍କା ରହିଛି। ଏହି ସମୟରେ ଜିଲା ପ୍ରଶାସନ ଓ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ ପକ୍ଷରୁ ପିଡିଏସ୍‌ ସାମଗ୍ରୀ ବଣ୍ଟନ ଉପରେ ଗୁରୁତ୍ୱ ଦିଆଯାଉଛି। ଜିଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ସୁଦ୍ଧା ୩,୯୫,୪୦୦ ହିତାଧିକାରୀ ପରିବାରଙ୍କ ମଧ୍ୟରୁ ୧,୦୧,୨୨୫ ପରିବାରଙ୍କୁ ୫୦,୬୮୫.୮୯ କୁଇଣ୍ଟାଲ ଚାଉଳ ଓ ୬୦୩୧.୬୩ କୁଇଣ୍ଟାଲ ଗହମ ବଣ୍ଟନ ହୋଇଛି, ଯାହାକି ୨୫.୬ ପ୍ରତିଶତ। ଆସନ୍ତା ୧୫ ତାରିଖ ସୁଦ୍ଧା ଶତପ୍ରତିଶତ ହିତାଧିକାରୀଙ୍କୁ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ସେହିପରି ଜିଲାର ୧୦ ବ୍ଲକ ଓ ୨ ସହରାଞ୍ଚଳରେ ସୋମବାର ୧୭,୭୪୫ ଜଣଙ୍କୁ ମାଗଣା ଖାଦ୍ୟ ବଣ୍ଟନ ହୋଇଛି। ଏଯାଏ ୫୪,୮୨୨ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। ଏହାସହ ଜିଲାରେ ଥିବା ସାମଜିକ ସୁରକ୍ଷା ହିତାଧିକାରୀଙ୍କୁ ପେନ୍‌ସନ ବଣ୍ଟନ ହୋଇଛି। ସୋମବାର ସୁଦ୍ଧା ଜିଲାର ସମୁଦାୟ ୧,୯୫,୪୨୨ ହିତାଧିକାରୀ(ଏନ୍‌ଏସ୍‌ଏପି ଓ ଏମ୍‌ବିପିୱାଇ) ମଧ୍ୟରୁ ୧,୯୨,୫୨୯ ଜଣଙ୍କୁ ୩୭୩୮.୨୮ ଲକ୍ଷ ଟଙ୍କା ବଣ୍ଟନ ହୋଇଛି। ବାକି ୨୯୦୨ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବାରୁ ତାହା ବଣ୍ଟନ ହୋଇପାରିନାହିଁ।
ଶଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ରେ କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ସହାୟତା ରାଶି ବଣ୍ଟନରେ ସେତେଟା ଅଗ୍ରଗତି ହୋଇ ପାରିନାହିଁ। ଜିଲାର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳରେ ୪୬୮ ଜଣ ବ୍ୟବସାୟୀ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୋମବାର ଅପରାହ୍ନ ୨ଟା ସୁଦ୍ଧା ମାତ୍ର ୬୩ ଜଣଙ୍କୁ ୩ ହଜାର ଟଙ୍କା ଲେଖାଏ ବଣ୍ଟନ ହୋଇପାରିଛି। ନିର୍ମାଣ ଶ୍ରମିକମାନଙ୍କୁ ମଧ୍ୟ ସହାୟତା ରାଶି ବଣ୍ଟନରେ ଅବହେଳା ଦେଖିବାକୁ ମିଳିଛି। ଏଯାଏ ୧,୩୭,୦୩୦ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ଏଯାଏ କାହାରିକୁ ସରକାରଙ୍କ ନିର୍ଦ୍ଧାରିତ ୧୫୦୦ ଟଙ୍କା ଲେଖାଏ ବଣ୍ଟନ କରାଯାଇ ନାହିଁ। ଯାଜପୁରରୋଡ ଡେପୁଟି ଲେବର କମିଶନର ସୁନୀଲ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଶଟ୍‌ଡାଉନ୍‌ ଯୋଗୁ ନିର୍ମାଣ ଶ୍ରମିକମାନଙ୍କୁ ସହାୟତା ରାଶି ବଣ୍ଟନରେ ବିଳମ୍ବ ହୋଇଛି। ଏଥିପାଇଁ ଅନୁଦାନ ଆସି ସାରିଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସହାୟତା ରାଶି ବଣ୍ଟନ କରିବାକୁ ପ୍ରକ୍ରିୟା ଜୋରସୋରରେ ଚାଲିଛି ବୋଲି ସେ କହିଛନ୍ତି।
ଅପରପକ୍ଷରେ ଜିଲାରେ କରୋନା ସଂକ୍ରମଣ ମୁକାବିଲା ପାଇଁ ସ୍ବଳ୍ପକାଳ ମେଡିକାଲ ସେଣ୍ଟର(ଟିଏମ୍‌ସି) ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଜିଲାର ୧୦ ବ୍ଲକର ୩୧୧ ଗ୍ରାମ ପଞ୍ଚାୟତରେ ୩୦୭ ଟିଏମ୍‌ସି ସମ୍ପୂର୍ଣ୍ଣ ହୋଇଛି। ଏଥିରେ ୯୨୭୩ ବେଡ୍‌ର ଆବଶ୍ୟକତା ରହିଥିବାବେଳେ ୩୯୪୮ ବେଡ୍‌ ବ୍ୟବସ୍ଥା ହୋଇସାରିଛି। ଆସନ୍ତା ୧୦ ତାରିଖ ସୁଦ୍ଧା ସମସ୍ତ ଟିଏମ୍‌ସିରେ ବେଡ୍‌ ବ୍ୟବସ୍ଥା ହୋଇଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଦର୍ଶାଯାଇଛି। ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳର ୪୪ଟି ୱାର୍ଡରେ ୪ଟି ଟିଏମ୍‌ସିରେ ଧାର୍ଯ୍ୟ ୮୬୪ ବେଡ୍‌ରୁ ୪୮୬ ବେଡ୍‌ ବ୍ୟବସ୍ଥା ହୋଇସାରିଛି। ବାକି ଆସନ୍ତା ୧୦ ତାରିଖ ସୁଦ୍ଧା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?