ଦୁର୍ଦ୍ଦଶା ଲାଗି ଅଟୋ ସେକ୍ଟର ନିଜେ ଦାୟୀ: ରାଜୀବ ବଜାଜ

ମୁମ୍ବାଇ,୧୧।୯: ଗତ କିଛି ମାସ ହେବ ଅଟୋମୋବାଇଲ ସେକ୍ଟରରେ ସଙ୍କଟ ଆସିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏଥିପାଇଁ ଲୋକଙ୍କ ମାନସିକତାକୁ ଦାୟୀ କରିଛନ୍ତି। ଲୋକେ ଇଏମ୍‌ଆଇ ଭରିବା ବଦଳରେ ଓଲା ଓ ଉବର କ୍ୟାବ୍‌ରେ ଯିବାକୁ ପସନ୍ଦ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବଜାଜ ଅଟୋ ଏମ୍‌ଡି ରାଜୀବ ବଜାଜଙ୍କର ଏ କ୍ଷେତ୍ରରେ ଭିନ୍ନ ମତ ରହିଛି। ସେ କହିଛନ୍ତି ଯେ, ଅତ୍ୟଧିକ ଉତ୍ପାଦନ ଯୋଗୁ ଗାଡ଼ି ଗଦା ହେବା ଏବଂ କେତେକ ପରିମାଣରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଅଟୋ ସେକ୍ଟରରେ ସଙ୍କଟଗ୍ରସ୍ତ ହୋଇଛି। ଏଥିପାଇଁ ଅଟୋ ସେକ୍ଟର ନିଜେ ଦାୟୀ ବୋଲି ସେ କହିଛନ୍ତି। ତାଙ୍କ ମତରେ ଜିଏସ୍‌ଟି ହାର ହ୍ରାସ ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି।
ସୂଚନାଥାଉ କି, ଆସନ୍ତା ୨୦ରେ ଜିଏସ୍‌ଟି କାଉନସିଲ୍‌ର ବୈଠକରେ ଅଟୋ ସେକ୍ଟର ପାଇଁ ଜିଏସ୍‌ଟି ହାର ହ୍ରାସ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ। ବଜାଜ୍‌ଙ୍କ କହିବାନୁଯାୟୀ, ଅଟୋ ଶିଳ୍ପ ବିଏସ୍‌-୬ ମାନଦଣ୍ଡ ପୂରଣ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ନଭେମ୍ବର ସୁଦ୍ଧା ସଙ୍କଟ ଶେଷ ହୋଇଯିବ। ସେ କହିଛନ୍ତି ଯେ, ଏଭଳି କୌଣସି ଶିଳ୍ପ ନାହିଁ ଯାହା କେବେ ନିମ୍ନଗାମୀ ହୁଏନାହିଁ। ଏହା ସର୍ବଦା ଗୋଟିଏ ବେଗରେ ଯାଉଥିବାର କେବେ ହେଲେ ଦେଖାଯାଇନାହିଁ। ଉଲ୍ଲେଖ କରାଯାଇପାରେ ଯେ, ବଜାଜ୍‌ ଅଟୋ ଦେଶର ତୃତୀୟ ସର୍ବବୃହତ ବାଇକ ନିର୍ମାତା ଭାବେ ପରିଗଣିତ। ଏହା ଉତ୍ପାଦନ କରୁଥିବା ମୋଟ ଗାଡ଼ିର ଅଧା ରପ୍ତାନି କରିଥାଏ। ତେବେ ରାଜୀବ ବଜାଜ କହିଛନ୍ତି ଯେ, ଜୁଲାଇ ଓ ଅଗଷ୍ଟରେ କମ୍ପାନୀର ଗାଡ଼ି ବିକ୍ରି ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଆର୍ଥିକ ନୀତି କାରଣରୁ ୫-୭ ପ୍ରତିଶତ ଅଧିକ ହ୍ରାସ ଦେଖାଯାଇଛି। ସେ କହିଛନ୍ତି ଯେ, ସବୁ ଉଦ୍ୟୋଗର ଏକ ଚକ୍ର ରହିଛି। ଅଭିବୃଦ୍ଧି ଓ ହ୍ରାସ ସମାନ ଭାବେ ହୋଇଥାଏ। କେବେ ସୁଦ୍ଧା ଅଟୋମୋବାଇଲ ସେକ୍ଟରରେ ସୁଦିନ ଫେରିବ କହିହେବ ନାହିଁ। ତେବେ ତାଙ୍କ ମତରେ ଏଥିପାଇଁ ବର୍ଷେ କିମ୍ବା ଦୁଇ ବର୍ଷ ଲାଗିଯାଇପାରେ। ସେ କହିଛନ୍ତି ଯେ, ଅଟୋ ଶିଳ୍ପ ବେଳେ ବେଳେ କିଛି ନ ଭାବି ଗୋଟି ଚଳାଇଦିଏ। ଭବିଷ୍ୟତର ଅନୁମାନ ପ୍ରତି ଧ୍ୟାନ ନ ଦେଇ ଉତ୍ପାଦନ ବଢ଼ାଇ ଚାଲେ। ବର୍ତ୍ତମାନ ସେଭଳି ସ୍ଥିତି ଦେଖାଦେଇଛି। ଅଟୋ ସେକ୍ଟରରେ ଜିଏସ୍‌ଟି ହାରକୁ ୨୮ରୁ ୧୮%କୁ ହ୍ରାସ ପାଇଁ ଦାବି ହେଉଥିବାକୁ ନେଇ ବଜାଜ କହିଛନ୍ତି ଯେ, ଏହାଦ୍ୱାରା ଡିଲରଙ୍କ ଅର୍ଥ ଫଶିଯିବ। ତାଙ୍କର କହିବାନୁଯାୟୀ, ଡିଲରମାନେ ଇତିମଧ୍ୟରେ ଅଧିକ ଜିଏସ୍‌ଟି ଦେଇସାରିଛନ୍ତି। ଜିଏସ୍‌ଟି ହାର ହ୍ରାସ ପାଇଲେ ଲୋକେ ଶସ୍ତାରେ ଗାଡ଼ି କିଣିବାକୁ ଚାହିଁବେ। ଏହାଦ୍ୱାରା ଡିଲରଙ୍କୁ କ୍ଷତି ସହିବାକୁ ପଡିବ। ଜିଏସ୍‌ଟି ହାର ହ୍ରାସ କେବଳ ବିଏସ୍‌-୬ ଗାଡ଼ିରେ ସୀମିତ ରହିବା ଆବଶ୍ୟକ ବୋଲି ବଜାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri