ଦୁର୍ଦ୍ଦଶା ଲାଗି ଅଟୋ ସେକ୍ଟର ନିଜେ ଦାୟୀ: ରାଜୀବ ବଜାଜ

ମୁମ୍ବାଇ,୧୧।୯: ଗତ କିଛି ମାସ ହେବ ଅଟୋମୋବାଇଲ ସେକ୍ଟରରେ ସଙ୍କଟ ଆସିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏଥିପାଇଁ ଲୋକଙ୍କ ମାନସିକତାକୁ ଦାୟୀ କରିଛନ୍ତି। ଲୋକେ ଇଏମ୍‌ଆଇ ଭରିବା ବଦଳରେ ଓଲା ଓ ଉବର କ୍ୟାବ୍‌ରେ ଯିବାକୁ ପସନ୍ଦ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବଜାଜ ଅଟୋ ଏମ୍‌ଡି ରାଜୀବ ବଜାଜଙ୍କର ଏ କ୍ଷେତ୍ରରେ ଭିନ୍ନ ମତ ରହିଛି। ସେ କହିଛନ୍ତି ଯେ, ଅତ୍ୟଧିକ ଉତ୍ପାଦନ ଯୋଗୁ ଗାଡ଼ି ଗଦା ହେବା ଏବଂ କେତେକ ପରିମାଣରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଅଟୋ ସେକ୍ଟରରେ ସଙ୍କଟଗ୍ରସ୍ତ ହୋଇଛି। ଏଥିପାଇଁ ଅଟୋ ସେକ୍ଟର ନିଜେ ଦାୟୀ ବୋଲି ସେ କହିଛନ୍ତି। ତାଙ୍କ ମତରେ ଜିଏସ୍‌ଟି ହାର ହ୍ରାସ ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି।
ସୂଚନାଥାଉ କି, ଆସନ୍ତା ୨୦ରେ ଜିଏସ୍‌ଟି କାଉନସିଲ୍‌ର ବୈଠକରେ ଅଟୋ ସେକ୍ଟର ପାଇଁ ଜିଏସ୍‌ଟି ହାର ହ୍ରାସ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ। ବଜାଜ୍‌ଙ୍କ କହିବାନୁଯାୟୀ, ଅଟୋ ଶିଳ୍ପ ବିଏସ୍‌-୬ ମାନଦଣ୍ଡ ପୂରଣ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ନଭେମ୍ବର ସୁଦ୍ଧା ସଙ୍କଟ ଶେଷ ହୋଇଯିବ। ସେ କହିଛନ୍ତି ଯେ, ଏଭଳି କୌଣସି ଶିଳ୍ପ ନାହିଁ ଯାହା କେବେ ନିମ୍ନଗାମୀ ହୁଏନାହିଁ। ଏହା ସର୍ବଦା ଗୋଟିଏ ବେଗରେ ଯାଉଥିବାର କେବେ ହେଲେ ଦେଖାଯାଇନାହିଁ। ଉଲ୍ଲେଖ କରାଯାଇପାରେ ଯେ, ବଜାଜ୍‌ ଅଟୋ ଦେଶର ତୃତୀୟ ସର୍ବବୃହତ ବାଇକ ନିର୍ମାତା ଭାବେ ପରିଗଣିତ। ଏହା ଉତ୍ପାଦନ କରୁଥିବା ମୋଟ ଗାଡ଼ିର ଅଧା ରପ୍ତାନି କରିଥାଏ। ତେବେ ରାଜୀବ ବଜାଜ କହିଛନ୍ତି ଯେ, ଜୁଲାଇ ଓ ଅଗଷ୍ଟରେ କମ୍ପାନୀର ଗାଡ଼ି ବିକ୍ରି ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଆର୍ଥିକ ନୀତି କାରଣରୁ ୫-୭ ପ୍ରତିଶତ ଅଧିକ ହ୍ରାସ ଦେଖାଯାଇଛି। ସେ କହିଛନ୍ତି ଯେ, ସବୁ ଉଦ୍ୟୋଗର ଏକ ଚକ୍ର ରହିଛି। ଅଭିବୃଦ୍ଧି ଓ ହ୍ରାସ ସମାନ ଭାବେ ହୋଇଥାଏ। କେବେ ସୁଦ୍ଧା ଅଟୋମୋବାଇଲ ସେକ୍ଟରରେ ସୁଦିନ ଫେରିବ କହିହେବ ନାହିଁ। ତେବେ ତାଙ୍କ ମତରେ ଏଥିପାଇଁ ବର୍ଷେ କିମ୍ବା ଦୁଇ ବର୍ଷ ଲାଗିଯାଇପାରେ। ସେ କହିଛନ୍ତି ଯେ, ଅଟୋ ଶିଳ୍ପ ବେଳେ ବେଳେ କିଛି ନ ଭାବି ଗୋଟି ଚଳାଇଦିଏ। ଭବିଷ୍ୟତର ଅନୁମାନ ପ୍ରତି ଧ୍ୟାନ ନ ଦେଇ ଉତ୍ପାଦନ ବଢ଼ାଇ ଚାଲେ। ବର୍ତ୍ତମାନ ସେଭଳି ସ୍ଥିତି ଦେଖାଦେଇଛି। ଅଟୋ ସେକ୍ଟରରେ ଜିଏସ୍‌ଟି ହାରକୁ ୨୮ରୁ ୧୮%କୁ ହ୍ରାସ ପାଇଁ ଦାବି ହେଉଥିବାକୁ ନେଇ ବଜାଜ କହିଛନ୍ତି ଯେ, ଏହାଦ୍ୱାରା ଡିଲରଙ୍କ ଅର୍ଥ ଫଶିଯିବ। ତାଙ୍କର କହିବାନୁଯାୟୀ, ଡିଲରମାନେ ଇତିମଧ୍ୟରେ ଅଧିକ ଜିଏସ୍‌ଟି ଦେଇସାରିଛନ୍ତି। ଜିଏସ୍‌ଟି ହାର ହ୍ରାସ ପାଇଲେ ଲୋକେ ଶସ୍ତାରେ ଗାଡ଼ି କିଣିବାକୁ ଚାହିଁବେ। ଏହାଦ୍ୱାରା ଡିଲରଙ୍କୁ କ୍ଷତି ସହିବାକୁ ପଡିବ। ଜିଏସ୍‌ଟି ହାର ହ୍ରାସ କେବଳ ବିଏସ୍‌-୬ ଗାଡ଼ିରେ ସୀମିତ ରହିବା ଆବଶ୍ୟକ ବୋଲି ବଜାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri