ଦୁର୍ଦ୍ଦଶା ବଢାଉଛି ବିଦ୍ୟୁତ୍‌ କାଟ : ସକାଳ ୬ରୁ ମଧ୍ୟାହ୍ନ ୧୨ ସଂଯୋଗ ବିଚ୍ଛିନ୍ନ

ବଇଣ୍ଡା,୨।୬(ଡି.ଏନ.ଏ.)- ଗ୍ରୀଷ୍ମ ପ୍ରବାହ ଅପେକ୍ଷା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଲୋକଙ୍କ ଦୁର୍ଦ୍ଦଶା ବଢାଉଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସଂଯୋଗ କାଟି ଦିଆଯାଉ ଥିବାରୁ ଉପଭୋକ୍ତା ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି, ଯାହା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଷୋଳଷପଦା ଅଞ୍ଚଳରେ ଦେଖିବାକୁ ମିଳିଛି। ସକାଳୁ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏଠାରେ ଲୋକେ ବିନା ବିଦ୍ୟୁତ୍‌ରେ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି। ୧୫ ଦିନ ହେଲା ଅଞ୍ଚଳବାସୀ ସମସ୍ୟା ଭୋଗୁଥିଲେ ହେଁ ବିଭାଗ ପକ୍ଷରୁ ସ୍ଥିତି ସ୍ବାଭାବିକ କରାଯାଉ ନ ଥିବା ଯୋଗୁ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଜାମ୍ବୁନାଳୀ ଗ୍ରୀଡ଼ରୁ ବଇଣ୍ଡା ବିଦ୍ୟୁତ୍‌ ସବଷ୍ଟେଶନ ଦେଇ ଷୋଳଷପଦାକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ହେଲେ ୧୫ ଦିନ ହେବ ଅଞ୍ଚଳର ବଡ଼ହୁଲା, ଧୁଣ୍ଡି, ପେଡ଼ିପଥର, ପଟାପଥର, ଧଉରାଗୋଠ, ଭେଜିଗୋଠ, ସାନହୁଲା, ମନ୍ଦରବାହାଳ, କୁରୁମଟାପ, ଝିଲିମୁଣ୍ଡା, ବରହ୍ମ, ବନ୍ତୁଲୁ, ସାପଘରା, ଖମାର, ରାଇନାଳୀ, ଶିଶୁକଟା, ଲକ୍ଷ୍ମୀପୁର, ହେମାମୁରା, ପାଇକସାହି, କଳାପାଟନାଳୀ, ଟାପଢୋଲ, ବାଲିସାହି ଆଦି ୨୫ରୁ ଊର୍ଦ୍ଧ୍ୱ ଗ୍ରାମରେ ପ୍ରତିଦିନ ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ୍‌ କରିଦିଆଯାଉଛିି। ଦୀର୍ଘ ୧୫ ଦିନ ହେବ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି। ପ୍ରଚଣ୍ଡ ଖରା ସାଙ୍ଗକୁ ଏଭଳି ବିଦ୍ୟୁତ୍‌ କାଟ ରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ବିଦ୍ୟୁତ ବିଭାଗର ଠିକାଦାରଙ୍କୁ କେତେଜଣ ବିଭାଗୀୟ ଅଧିକାରୀ ଅନୁକମ୍ପା ଦେଖାଇ ଏଭଳି କରୁଥିବା ହେମାମୁରା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଗତ ଡିସେମ୍ବରରେ ହେମାମୁରାର ବିଲମାଳରେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିବା ପରଠାରୁ ୪ ମାସ ଧରି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍‌ କାଟ କରାଯାଇଥିଲା। ବର୍ଷ ତମାମ ଏଭଳି ସମସ୍ୟା ଲାଗି ରହିଥିବାବେଳେ ଉପଭୋକ୍ତାମାନେ ୨୪ ଘଣ୍ଟିଆ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ଭଙ୍ଗା ବିଦ୍ୟୁତ୍‌ ଖୁଣ୍ଟ ସାଙ୍ଗକୁ ବାଉଁଶ କାଠରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି। ବିଲ୍‌ ଆଦାୟ କରିବା ପାଇଁ କର୍ମଚାରୀମାନେ ଯେତିକି ତତ୍ପର ହେଉଛନ୍ତି ସେହିମାତ୍ରାରେ ସେବା ଯୋଗାଉ ନ ଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ବିଭାଗର ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ନଚେତ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ବଇଣ୍ଡା ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ମାଝି କହିଛନ୍ତି, ଦୀନଦୟାଲ ଯୋଜନାରେ ଉକ୍ତ ଗ୍ରାମଗୁଡ଼ିକରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ପୋତାଯାଇ କାମ କରାଯାଉଥିବା ଯୋଗୁ ୬ ଘଣ୍ଟା ପାଓ୍ବାର କଟ କରାଯାଉଛି। ପୂର୍ବରୁ ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri