Posted inଖେଳ

ଦୁର୍ଘଟଣାରେ ନଂ. ୧ ଶଟଲର ମୋମୋତା ଆହତ, ଡ୍ରାଇଭର ମୃତ

କୁଆଲାଲମ୍ପୁର,୧୩ା୧ (ଏଏଫ୍‌ପି)- ବ୍ୟାଡ୍‌ମିଣ୍ଟନରେ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି କେଣ୍ଟୋ ମୋମୋତା ମାଲେସିଆ ମାଷ୍ଟର୍ସ ଟାଇଟଲ ଜିତିବାର କିଛି ଘଣ୍ଟା ପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ଆହତ ହୋଇଥିବାବେଳେ ତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ପୋଲିସଙ୍କ କହିବା ଅନୁଯାୟୀ, ୨୫ ବର୍ଷୀୟ ମୋମୋତାଙ୍କ ନାକ ଫ୍ରାକଚର ହୋଇଯାଇଛି। ତାଙ୍କ ମୁହଁରେ ଆଘାତ ଲାଗିଛି। ବିମାନ ବନ୍ଦରକୁ ଯାଉଥିବା ସମୟରେ ମୋମୋତାଙ୍କ ଭ୍ୟାନ ରାଜରାସ୍ତାରେ ଲରିରେ ପିଟି ହୋଇଥିଲା। ଦୁର୍ଘଟଣା ସକାଳ ୪: ୪୦ରେ ଘଟିଥିଲା। ୧୦ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କରିଥିଲେ। ଦୁର୍ଘଟଣା ସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ମୋମୋତାଙ୍କ ସହ ଭ୍ୟାନରେ ଥିବା ସହାୟକ କୋଚ୍‌, ଫିଜିଓ ଥେରାପିଷ୍ଟ ଓ ବ୍ୟାଡମିଣ୍ଟନ ଅଫିସିଆଲ ମଧ୍ୟ ଆହତ ହୋଇଛନ୍ତି। ଏହା ଜାପାନିଜ ଶଟଲରଙ୍କ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତିକୁ ଶକ୍ତ ଧକ୍କା ଦେଇଛି। ମାଲେସିଆର କ୍ରୀଡ଼ାମନ୍ତ୍ରୀ ସୟଦ ସାଦ୍ଦିକ ମେଡିକାଲକୁ ଯାଇ ମୋମୋତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ସେ କହିଛନ୍ତି। ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ମାଲେସିଆ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

ଆଇପିଏଲ୍ ନିଲାମ: ଧୋନୀ ତିଆରି କରିଥିଲେ ଏହି ବୋଲରଙ୍କୁ, ୧୮ କୋଟି ଟଙ୍କାରେ କିଣିଲା କୋଲକାତା

ଆବୁଧାବି,୧୬।୧୨: କୋଲକାତା ନାଇଟ୍ ରାଇଡର୍ସ (KKR) ଚଳିତ IPL ମିନି ନିଲାମରେ ବଡ଼ ଧରଣର ଖର୍ଚ୍ଚ କରିଛି। ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍‌ଙ୍କୁ ୨୫.୨୦ କୋଟି...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri