ଦୁର୍ଘଟଣାରେ ଅଚଳ ହୋଇଛି ଡାହାଣ ଗୋଡ଼, ସହାୟତା ଆଶାରେ ଜିଲାପାଳ ଅଫିସ ଆସିଥିଲେ: ପୋଲିସ କର୍ମଚାରୀ ଦେଖାଇଲେ ମାନବିକତା

ବରଗଡ଼ ଅଫିସ୍‌,୨୨।୭-ଅନେକ ସମୟରେ କିଛି ପୋଲିସ କର୍ମଚାରୀ ନିଜ ଖାକି ବର୍ଦ୍ଦିର ଅପବ୍ୟବହାର କରିଥାନ୍ତି । କେତେବେଳେ ଦାଦାଗିରି ତ ଆଉ କେବେ ଲୁଟ୍‌ପାଟ୍‌, ମାଡ଼ପିଟ୍‌ ଘଟଣାରେ ସମ୍ପୃକ୍ତ ରହିବା ଯୋଗୁ ପୋଲିସକୁ ବହୁତ ସମାଲୋଚିତ ହେବାକୁ ପଡ଼ିଥାଏ। ତେବେ ସୋମବାର ବରଗଡ଼ ଜିଲାପାଳ ଅଫିସରେ ଜଣେ ଖାକି ବର୍ଦ୍ଦିଧାରୀ ପୋଲିସ କର୍ମଚାରୀ ଏ.ଏ କୁମାର ଭଲଭାବେ ଚାଲିପାରୁ ନଥିବା ଅନ୍ୟଜଣେ ଅର୍ଥାତ୍‌ ଭଟଲି ଥାନା ଉର୍ଦ୍ଦୁନା ନିକଟ ଝାଙ୍କରପାଲି ନିବାସୀ ବୃନ୍ଦାବନ କୁମ୍ଭାରଙ୍କୁ କାନ୍ଧେଇ ଧରି ତାଙ୍କୁ ଚାଲିବାରେ ସହଯୋଗ କରିବା ସହିତ ଜିଲାପାଳ ଅଫିସ ବାହାର ପର୍ଯ୍ୟନ୍ତ ନେଇ ନିଜ ମାନବିକତାକୁ ଉପସ୍ଥାପନ କରି ପାରିଛନ୍ତି ।

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୮ତାରିଖ ବୃନ୍ଦାବନ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ସେ ଏକ ବାଇକ୍‌ ଯୋଗେ ଯାଉଥିବାବେଳେ ଅନ୍ୟ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେହିଦିନଠାରୁ ତାଙ୍କ ଡାହାଣ ଗୋଡ଼ ଅଚଳ ହୋଇ ପଡ଼ିଛି । ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ ସେ ସମ୍ପୁର୍ଣ୍ଣ ଆରୋଗ୍ୟ ଲାଭ କରି ପାରି ନାହାନ୍ତି । ତାଙ୍କ ଉଚ୍ଚତର ଚିକିତ୍ସାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଅଧିକ ଟଙ୍କା ଦରକାର । ମାତ୍ର କୁଳି, ମଜୁରୀ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ବୃନ୍ଦାବନଙ୍କ ପକ୍ଷରେ ତାହା ଯୋଗାଡ଼ କରିବା ସମ୍ଭବ ହେଉ ନାହିଁ । ସେ ସୁସ୍ଥ ଥିବାବେଳେ କୁଳିକାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ସେ ପରିବାର ପୋଷଣ କରିଥିଲେ । ଝିଅପୁଅଙ୍କ ପାଠପଢ଼ା ଖର୍ଚ୍ଚ ମଧ୍ୟ ସେଥିରୁ ବାହାର କରୁଥିଲେ । ମାତ୍ର ଏବେ ସେ ଆଉ କାମଧନ୍ଦା କରି ପାରୁ ନଥିବାବେଳେ ସ୍ତ୍ରୀ ସୁକାନ୍ତୀ ମଧ୍ୟ ଅସୁସ୍ଥ ଅଛନ୍ତି । ଫଳରେ ଝିଅପୁଅଙ୍କ ଭବିଷ୍ୟତକୁ ନେଇ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ମଧ୍ୟ ଉଜୁଡ଼ିବାରେ ଲାଗିଛି । ବୃନ୍ଦାବନଙ୍କ ୨ଝିଅ, ୨ପୁଅ। ପୁଅ ଶିବା ଯୁକ୍ତ ଦୁଇ, ଦେବା ସପ୍ତମ, ଜଗା ଅଷ୍ଟମ ଏବଂ ଝିଅ ଝରଣା ସପ୍ତମ ପଢ଼ୁଥିବାବେଳେ ସାନଝିଅ ଜ୍ୟୋତ୍ସ୍ନା ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉଛନ୍ତି ।

ଏଭଳି ସ୍ଥିତିରେ ପଡ଼ିଥିବା ବୃନ୍ଦାବନ ସୋମବାର ଜିଲାପାଳ ଅଫିସକୁ ସହାୟତା ମିଳିବା ଆଶା ନେଇ ଆସିଥିଲେ । ଘରୁ ସେ ବାହାରି ରାସ୍ତାରେ ଆସୁଥିବା ଏକ କମାଣ୍ଡର ଜିପ୍‌ରେ ବରଗଡ଼ ଗାନ୍ଧୀଛକ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ କଷ୍ଟେମଷ୍ଟେ ହାତରେ ବାଡ଼ିର ସାହାଯ୍ୟ ନେଇ ଗୋଟିଏ ଗୋଡ଼ରେ ଜିଲାପାଳ ଅଫିସ ପହଞ୍ଚିଥିଲେ। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ ସହିତ ସହାୟତା ପାଇଁ ଗୁହାରୀ ମଧ୍ୟ କରିଥିଲେ । ତେବେ ଜିଲାପାଳ ଅଫିସରୁ ସେ ଯେତେବେଳେ ବାହାରକୁ ଆସୁଥିଲେ, ସେହି ସମୟରେ ପୋଲିସ କର୍ମଚାରୀ ଏ.ଏ କୁମାରଙ୍କ ଦୃଷ୍ଟିରେ ସେ ପଡ଼ିଥିଲେ। ଏହାପରେ ସେହି ପୋଲିସ କର୍ମଚାରୀ ବୃନ୍ଦାବନଙ୍କୁ କାନ୍ଧେଇ ଜିଲାପାଳ ଅଫିସରୁ ବାହାରକୁ ଆଣୁଥିଲେ ଏବଂ ପରେ ଅନ୍ୟଜଣେ ତାଙ୍କୁ ଗାଡ଼ିରେ ବସାଇ ଗାନ୍ଧୀଛକ ଟ୍ୟାକ୍ସିଷ୍ଟାଣ୍ଡକୁ ନେଇ ଛାଡ଼ି ଆସିଥିଲେ । ପୋଲିସ କର୍ମଚାରୀଙ୍କ ଏଭଳି ମାନବିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri