ଦୁର୍ଘଟଣା ପୂର୍ବରୁ ବିମାନରେ ଲାଗିଥିଲା ନିଆଁ:କ୍ଷେପଣାସ୍ତ୍ର ମାଡ଼ରେ ଖସିଥିବା ଆଶଙ୍କା

କିଏଭ୍‌,୯ା୧- ଇରାନ ରାଜଧାନୀ ତେହେରାନ ନିକଟରେ ୟୁକ୍ରେନର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୭୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୌଣସି ମିଶାଇଲ ଆକ୍ରମଣରେ ଏହା ଖସି ପଡ଼ିଥିବା ଆଶଙ୍କା ପ୍ରକାଶ ପାଇଥିବାବେଳେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତନାଘନା ଆରମ୍ଭ ହୋଇଛି। କାରଣ ଏହି ବିମାନ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ବିମାନଟି ଏୟାରପୋର୍ଟ ଆଡ଼କୁ ଫେରିଆସିଥିଲା ବୋଲି ଇରାନର ଅଧିକାରୀମାନେ କହିଛନ୍ତି। ବିମାନର ଦୁଇ ଡାଟା ରେକର୍ଡର (ବ୍ଲାକ୍‌ବକ୍ସ) ମିଳିଛି। କିନ୍ତୁ ତାହା ନଷ୍ଟ ହୋଇଯାଇଥିବା କୁହାଯାଉଛି। ଇରାକରେ ଥିବା ଆମେରିକାର ଦୁଇଟି ସେନାଘାଟି ଉପରେ ଇରାନ ମିଶାଇଲ ମାଡ଼ କରିବାର କିଛି ଘଣ୍ଟା ପରେ ଏହି ଦୁର୍ଘଟଣା ଘଟିଥିବାରୁ ଆକ୍ରମଣରେ ବିମାନ ଖସିପଡ଼ିଥିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରୁନାହିଁ।

ବୋଇଙ୍ଗ୍‌ ୭୩୭-୮୦୦ ବୁଧବାର ସକାଳ ୬ଟା ୧୨ ମିନିଟରେ ତେହେରାନର ଇମାମ ଖୋମେନି ଅନ୍ତର୍ଜାତୀୟ ବିମାନବନ୍ଦରରୁ ୟୁକ୍ରେନ ରାଜଧାନୀ କିଏଭ୍‌ ଅଭିମୁଖେ ଯାତ୍ରା ପାଇଁ ବାହାରିଥିଲା। ହେଲେ ଉଡ଼ାଣ ଆରମ୍ଭ କରିବାର ମାତ୍ର ୨ ମିନିଟ ପରେ ରାଡାର ବାହାରକୁ ଚାଲିଯାଇଥିଲା। କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର କିଛି ସମୟ ପରେ ୪୫ କି.ମି. ଦୂର ଶାହରିଆର କାଉଣ୍ଟିସ୍ଥିତ ଖଲଜ୍‌ର ଏକ ଚାଷଜମିରେ ବିମାନ ଖସିପଡ଼ିଥିଲା। ଫଳରେ ବିମାନରେ ନିଆଁ ଲାଗିଯାଇଥିଲା। ଏଥିଯୋଗୁ ସେଥିରେ ଥିବା ସମସ୍ତ ୧୭୬ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା। ୟୁକ୍ରେନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ (ୟୁଆଇଏ)ର ଏହି ଘରୋଇ ବିମାନ କାହିଁକି ଓ କିପରି ଦୁର୍ଘଟଣାଗ୍ରସ୍ତ ହେଲା ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଏକ ମିଶାଇଲ ମାଡ଼ରେ ଏହା ଖସିପଡ଼ିଥିବା ଆଶଙ୍କା କରି ତଦନ୍ତକାରୀମାନେ ଅନୁଧ୍ୟାନ କରିବେ। ଏନେଇ ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ସୂଚନା ଦେଇଛନ୍ତି। ଦୁର୍ଘଟଣା ପଛରେ ଅନ୍ୟ କିଛି କାରଣ ଥିବା ସମ୍ଭାବନାକୁ ତଦନ୍ତକାରୀମାନେ ଏଡ଼ାଇ ଦେଇନାହାନ୍ତି।
ୟୁକ୍ରେନର ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ପରିଷଦ ସଚିବ ଓଲେକ୍‌ସି ଡାନିଲୋଭ କହିଛନ୍ତି, ଭୂପୃଷ୍ଠରୁ ଆକାଶମାର୍ଗରେ ଆକ୍ରମଣ କରିପାରୁଥିବା ରୁଷିଆ ନିର୍ମିତ ଟୋର ମିଶାଇଲ୍‌ ସିଷ୍ଟମ୍‌ର ଭଗ୍ନାବଶେଷ ବିମାନ ଦୁର୍ଘଟଣାସ୍ଥଳ ନିକଟରୁ ମିଳିଛି। ଉକ୍ତ କ୍ଷେପଣାସ୍ତ୍ରକୁ ଇରାନ ବ୍ୟବହାର କରୁଥିଲା ବୋଲି ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି। ଦୁର୍ଘଟଣାସ୍ଥଳ ନିକଟରେ ରକେଟର ଅବଶିଷ୍ଟ ଭଗ୍ନାବଶେଷ ତଲାସି ଲାଗି ତଦନ୍ତକାରୀଙ୍କୁ ଅନୁମତି ପ୍ରଦାନ ନିମନ୍ତେ ଇରାନ ସହିତ ୟୁକ୍ରେନ ଆଲୋଚନା କରୁଛି। ଇରାନବାସୀ ମଧ୍ୟ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଙ୍ଗଠନ ଜରିଆରେ ଆମେରିକାର ଜାତୀୟ ପରିବହନ ନିରାପତ୍ତା ବୋର୍ଡ (ଏନ୍‌ଟିଏସ୍‌ବି)କୁ ତଦନ୍ତରେ ସହଯୋଗ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି। ଏନ୍‌ଟିଏସ୍‌ବି ତଦନ୍ତ ଆଗକୁ ବଢ଼ାଇବା ପାଇଁ ପରରାଷ୍ଟ୍ର ବିଭାଗ ନିକଟରେ ପହଞ୍ଚତ୍ଛି। ଇରାନ ବିରୋଧରେ କଟକଣା ଜାରି ହୋଇଥିବାରୁ ରପ୍ତାନି ଲାଇସେନ୍ସ ବିନା ସେମାନଙ୍କ ସହ ଯୋଗାଯୋଗରେ ବାଧା ସୃଷ୍ଟି ହୋଇଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ଆତଙ୍କବାଦୀ ଆକ୍ରମଣ, ଡ୍ରୋନ ଭଳି କୌଣସି ଉଡ଼ନ୍ତା ଯାନ ସହ ଧକ୍କା କିମ୍ବା ଇଞ୍ଜିନ ବିସ୍ଫୋରଣ ଯୋଗୁ ବିମାନ ଦୁର୍ଘଟଣା ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ସେହି ସବୁ ଦିଗଗୁଡ଼ିକୁ ନେଇ ମଧ୍ୟ ତଦନ୍ତ କରାଯାଉଛି ବୋଲି ନିଜ ଫେସ୍‌ବୁକ୍‌ ପେଜ୍‌ରେ ଡାନିଲୋଭ ଉଲ୍ଳେଖ କରିଛନ୍ତି। ଅନେକ ନିରପେକ୍ଷ ବିମାନ ଚଳାଚଳ ବିଶେଷଜ୍ଞ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଓ ଏକ ଭିଡିଓରୁ ଜାଣିବାକୁ ପାଇଛନ୍ତି ଯେ, ବୋଇଙ୍ଗ ୭୩୭-୮୦୦ ଆକାଶରେ ହିଁ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା।
ୟୁକ୍ରେନରୁ ଏକ ୪୫ ଜଣିଆ ବିଶେଷଜ୍ଞ ଓ ତଲାସି ତଥା ଉଦ୍ଧାରକାରୀ ଦଳ ଗୁରୁବାର ତେହେରାନରେ ପହଞ୍ଚତ୍ଛନ୍ତି। ସେମାନେ ତଦନ୍ତରେ ସାମିଲ ହେବା ସହ ମୃତହେଦଗୁଡ଼ିକୁ ଚିହ୍ନଟ କରି ୟୁକ୍ରେନକୁ ପଠାଇବା ବ୍ୟବସ୍ଥା କରୁଛନ୍ତି। ୧୭୬ ମୃତକଙ୍କ ମଧ୍ୟରେ ୯ ବିମାନ କର୍ମଚାରୀଙ୍କ ସମେତ ୧୧ ଜଣ ଥିଲେ ୟୁକ୍ରେନ ବାସିନ୍ଦା। ଡାନିଲୋଭ କହିଛନ୍ତି, ତାଙ୍କ ଟିମ୍‌ ଦୁର୍ଘଟଣାସ୍ଥଳରେ ରୁଷିଆ ନିର୍ମିତ ମିଶାଇଲର ଭଗ୍ନାବଶେଷ ଖୋଜିବାକୁ ଚାହୁଁଛି। ଏକ କ୍ଲୋଜ୍‌ଡ-ଶର୍କିଟ ଟିଭି କ୍ୟାମେରାରେ ଉଠାଯାଇଥିବା ଦୁର୍ଘଟଣା ବେଳର ଦୃଶ୍ୟର ଭିଡିଓ ଟୁଇଟର୍‌ରେ ପୋଷ୍ଟ କରାଯାଇଛି। ବିମାନ ଆକାଶରେ ଉଡ଼ୁଥିବାବେଳେ ସେଥିରୁ ଗୋଲାପୀ ରଙ୍ଗର ଉଜ୍ୱଳ ନିଆଁ ଦେଖିବାକୁ ମିଳିଥିଲା ଓ ପରେ ଜଳନ୍ତା ଭଗ୍ନାବଶେଷ ଏକ ବିସ୍ତୃତ ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଥିଲା। ଏହି ଭିଡିଓକୁ ଇରାନର ସରକାରୀ ଚ୍ୟାନେଲ ପୋଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ବାଛନ୍ତି କିମ ଜୋଙ୍ଗ ଉନ, ‘ପ୍ଲେଜର ସ୍କ୍ବାଡ’ରେ ସାମିଲ ଥିବା ଜଣେ ଯୁବତୀ କହିଲେ କିଛି ଅକୁହା କଥା

ପୋଙ୍ଗୟାଙ୍ଗ,୩।୫: ସମୟ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ...

ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ...

ପୁଣି ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ

ନ୍ୟୁୟର୍କ,୩।୫: ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ କରିଛି। ଭାରତ ପାକିସ୍ତାନକୁ ତୀବ୍ର ସମାଲୋଚନା କରି କହିଛି, ପାକିସ୍ତାନର ଟ୍ରାକ ରେକର୍ଡ...

ୟୁସିଏଲ୍‌ଏ କ୍ୟାମ୍ପସ୍‌ରେ ପୋଲିସ ବର୍ବରତା

ଲସ୍‌ ଏଞ୍ଜେଲସ୍‌,୩ା୫:କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ସ୍ଥିତ ବିଶ୍ୱବିଦ୍ୟାଳୟ (ୟୁସିଏଲ୍‌ଏ)ପରିସରରେ ପାଲେଷ୍ଟିନୀୟ ସପକ୍ଷବାଦୀ ଆନ୍ଦୋଳନ ଜାରି ରହିଥିବାବେଳେ ବିଳମ୍ବିତ ରାତିରେ ହେଲମେଟ ପିନ୍ଧିଥିବା ପୋଲିସ କ୍ୟାମ୍ପସ୍‌ରେ ପ୍ରବେଶ କରି...

ଭାରତକୁ ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୩ା୫:ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ସେନା ଅନୁପ୍ରବେଶ କରାଇ ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରଖିଥିବାବେଳେ ସିଆଚେନ୍‌ ନିକଟବର୍ତ୍ତୀ ଶକ୍ସଗାମ୍‌...

କିଏ ହେବେ ଆମେରିକାର ରାଷ୍ଟ୍ରପତି, ଭବିଷ୍ୟକାର କହିଲେ ଏମିତି…

ଓ୍ବାଶିଂଟନ,୨ା୫: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଲାନ ଲିକ୍ଟମ୍ୟାନ ପୁଣି ଥରେ ପୂର୍ବାନୁମାନ କରିଛନ୍ତି। ଆଲାନଙ୍କୁ ଆମେରିକାର ନୋଷ୍ଟ୍ରାଡାମସ ମଧ୍ୟ କୁହାଯାଏ। ଯିଏ ଗତ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri