ଦୁର୍ଗାପୂଜାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି:୨୦ ପ୍ଲାଟୁନ ଫୋର୍ସ ମୁତୟନ

ବାରିପଦା ଅଫିସ,୪ା୧୦- ଦୁର୍ଗା ପୂଜା ମାହୋଲରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲା ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ିି କରାଯାଇଛି। ଏଥିପାଇଁ ଜିଲା ପୋଲିସ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡମାନ ଗଠନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଜିଲା ପୋଲିସ ମୁଖ୍ୟାଳୟରେ ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମଦାସ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି।
ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ, ସମଗ୍ର ମୟୂରଭଞ୍ଜ ଜିଲାରେ ୧୭୮ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ କେବଳ ବାରିପଦା ସହରର ୨୬ଟି ସ୍ଥାନରେ ପୂଜା କରାଯାଉଛି। ସୁରକ୍ଷା ପାଇଁ ସମଗ୍ର ଜିଲାରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସେଥିମଧ୍ୟରୁ ୧୦ ପ୍ଲାଟୁନ ଫୋର୍ସ ଉଦଳା, ରାଇରଙ୍ଗପୁର, କରଞ୍ଜିଆ ଓ ବେତନଟୀ ପୋଲିସ ଉପଖଣ୍ଡରେ ମୁତୟନ ହେବାକୁ ଥିବା ବେଳେ ବାରିପଦା ସହରରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ବାରିପଦା ସହରରେ ଜଣେ ଆଡିଶନାଲ ଏସପି, ୫ ଇନ୍ସପେକ୍ଟର, ୧୫ ସବ-ଇନ୍ସପେକ୍ଟର, ୨୩ ଏଏସଆଇ, ୫ ଜଣ ହାବିଲଦାର, ୧୭ କନଷ୍ଟେବଳ, ୬ ମହିଳା କନେଷ୍ଟବଳ ଏବଂ ୧୨୦ ଜଣ ହୋମଗାର୍ଡ ମୁତୟନ ରହିବେ। ଏହା ସହିତ ମୋବାଇଲ ପାଟ୍ରୋଲିଂ, ମୋଟରସାଇକେଲ ପାଟ୍ରୋଲିଂ ଓ ଫୁଟ ପାଟ୍ରୋଲିଂକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସହରର ପାଳବଣି ଛକ, ଷ୍ଟେଶନ ବଜାର ଛକ, କେସି ସର୍କିଲ, ମୁର୍ଗାବାଡି ଗୋଲେଇ ଓ ତୁଳସୀଚଉରା ଛକଠାରେ ଷ୍ଟାଟିକ ପୋଷ୍ଟ ରହିବ। ସେହିପରି ସହରର ଟ୍ରାଫିକ ବ୍ୟବସ୍ଥାର ପରିଚାଳନା ପାଇଁ ୨ଜଣ ଇନ୍ସପେକ୍ଟରଙ୍କ ଅଧୀନରେ ୧୦୯ ଜଣ କର୍ମଚାରୀ ନିୟୋଜିତ ରହିବେ। ଆଣ୍ଟି ଇଭ ଚିଜିଙ୍ଗ ସ୍କ୍ବାଡ, ଆଣ୍ଟି ସ୍ନାଚିଙ୍ଗ ସ୍କ୍ବାଡ ଓ ଆଣ୍ଟି ଡ୍ରିଙ୍କ ଆଣ୍ଡ ଡ୍ରାଇଭିଂ ସ୍କ୍ବାଡ ମଧ୍ୟ ଗଠନ କରାଯାଇଛି। ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପରିଚାଳନା କରାଯିବା ପାଇଁ ବାରିପଦା ଟାଉନ ଥାନାରେ ଏକ କଣ୍ଟ୍ରୋଲ ରୁମ କରାଯାଇଛି। ବିଭିନ୍ନ ସମୟରେ ଟାଉନ ଥାନାର ଲ୍ୟାଣ୍ଡ ଲାଇନ ନମ୍ବର ଓ ୧୦୦ ନମ୍ବର ଠିକ୍‌ ଭାବେ ଲାଗୁ ନ ଥିବା ଅଭିଯୋଗ ହେବାରୁ ସ୍ବତନ୍ତ୍ର ଭାବେ ୨ଟି ମୋବାଇଲ ନମ୍ବର (୭୬୦୬୮୪୩୬୦୦,୬୩୭୦୩୫୬୧୭୦) ସାର୍ବଜନୀନ କରାଯାଇଛି। ଏହା ସହିତ ସହରରେ ଯାନବାହନ ଚଳାଚଳରେ ମଧ୍ୟ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କଟକଣା କରାଯାଇଛି। ସହରର ଷ୍ଟେଶନ ବଜାର ରେଲୱେ ଫାଟକ ନିକଟରୁ ଆଶୀର୍ବାଦ ଛକ ମଧ୍ୟରେ କେବଳ ଦୁଇଚକିଆ ଯାନ ଚଳାଚଳ କରିବ। ସମସ୍ତ ଚାରିଚକିଆ ଯାନ କନଭେଣ୍ଟ ରାସ୍ତା ଦେଇ ଯାତାୟାତ କରିବ। ସେହିପରି ପାଳବଣି ବାଇପାସ ଦେଇ ସହରକୁ ପ୍ରବେଶ କରୁଥିବା ବସଗୁଡିକ ପାଳବଣି ଗୋଲେଇ ରାସ୍ତାରୁ ଦାରୋଗାଡାହି ଗୋଲେଇ ଦେଇ ବସଷ୍ଟାଣ୍ଡକୁ ଆସିବ। ଉଦଳା ରୋଡରେ ଯାତାୟାତ କରୁଥିବା ବସ ପୂର୍ବ ଭଳି କେସିସର୍କିଲ ଦେଇ ବଡବଜାର ରାସ୍ତାରେ ବସଷ୍ଟାଣ୍ଡକୁ ଆସିବ। ସେହିପରି ପୂଜା ସମୟରେ କୌଣସି ଅଘଟଣକୁ ରୋକିବା ପାଇଁ ପୋଲିସ ସର୍ବଦା ପ୍ରସ୍ତୁତ ଥିବା ଆରକ୍ଷୀ ଅଧୀକ୍ଷକ ପୁରୁଷୋତ୍ତମଦାସ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଆଡିଶନାଲ ଏସପି ଅଭିମନ୍ୟୁ ନାୟକ ଓ ଡିଆଇବି ଡିଏସପି ବାମଦେବ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri