ଦୁର୍ଗାପୂଜାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି:୨୦ ପ୍ଲାଟୁନ ଫୋର୍ସ ମୁତୟନ

ବାରିପଦା ଅଫିସ,୪ା୧୦- ଦୁର୍ଗା ପୂଜା ମାହୋଲରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲା ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ିି କରାଯାଇଛି। ଏଥିପାଇଁ ଜିଲା ପୋଲିସ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡମାନ ଗଠନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଜିଲା ପୋଲିସ ମୁଖ୍ୟାଳୟରେ ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମଦାସ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି।
ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ, ସମଗ୍ର ମୟୂରଭଞ୍ଜ ଜିଲାରେ ୧୭୮ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ କେବଳ ବାରିପଦା ସହରର ୨୬ଟି ସ୍ଥାନରେ ପୂଜା କରାଯାଉଛି। ସୁରକ୍ଷା ପାଇଁ ସମଗ୍ର ଜିଲାରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସେଥିମଧ୍ୟରୁ ୧୦ ପ୍ଲାଟୁନ ଫୋର୍ସ ଉଦଳା, ରାଇରଙ୍ଗପୁର, କରଞ୍ଜିଆ ଓ ବେତନଟୀ ପୋଲିସ ଉପଖଣ୍ଡରେ ମୁତୟନ ହେବାକୁ ଥିବା ବେଳେ ବାରିପଦା ସହରରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ବାରିପଦା ସହରରେ ଜଣେ ଆଡିଶନାଲ ଏସପି, ୫ ଇନ୍ସପେକ୍ଟର, ୧୫ ସବ-ଇନ୍ସପେକ୍ଟର, ୨୩ ଏଏସଆଇ, ୫ ଜଣ ହାବିଲଦାର, ୧୭ କନଷ୍ଟେବଳ, ୬ ମହିଳା କନେଷ୍ଟବଳ ଏବଂ ୧୨୦ ଜଣ ହୋମଗାର୍ଡ ମୁତୟନ ରହିବେ। ଏହା ସହିତ ମୋବାଇଲ ପାଟ୍ରୋଲିଂ, ମୋଟରସାଇକେଲ ପାଟ୍ରୋଲିଂ ଓ ଫୁଟ ପାଟ୍ରୋଲିଂକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସହରର ପାଳବଣି ଛକ, ଷ୍ଟେଶନ ବଜାର ଛକ, କେସି ସର୍କିଲ, ମୁର୍ଗାବାଡି ଗୋଲେଇ ଓ ତୁଳସୀଚଉରା ଛକଠାରେ ଷ୍ଟାଟିକ ପୋଷ୍ଟ ରହିବ। ସେହିପରି ସହରର ଟ୍ରାଫିକ ବ୍ୟବସ୍ଥାର ପରିଚାଳନା ପାଇଁ ୨ଜଣ ଇନ୍ସପେକ୍ଟରଙ୍କ ଅଧୀନରେ ୧୦୯ ଜଣ କର୍ମଚାରୀ ନିୟୋଜିତ ରହିବେ। ଆଣ୍ଟି ଇଭ ଚିଜିଙ୍ଗ ସ୍କ୍ବାଡ, ଆଣ୍ଟି ସ୍ନାଚିଙ୍ଗ ସ୍କ୍ବାଡ ଓ ଆଣ୍ଟି ଡ୍ରିଙ୍କ ଆଣ୍ଡ ଡ୍ରାଇଭିଂ ସ୍କ୍ବାଡ ମଧ୍ୟ ଗଠନ କରାଯାଇଛି। ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପରିଚାଳନା କରାଯିବା ପାଇଁ ବାରିପଦା ଟାଉନ ଥାନାରେ ଏକ କଣ୍ଟ୍ରୋଲ ରୁମ କରାଯାଇଛି। ବିଭିନ୍ନ ସମୟରେ ଟାଉନ ଥାନାର ଲ୍ୟାଣ୍ଡ ଲାଇନ ନମ୍ବର ଓ ୧୦୦ ନମ୍ବର ଠିକ୍‌ ଭାବେ ଲାଗୁ ନ ଥିବା ଅଭିଯୋଗ ହେବାରୁ ସ୍ବତନ୍ତ୍ର ଭାବେ ୨ଟି ମୋବାଇଲ ନମ୍ବର (୭୬୦୬୮୪୩୬୦୦,୬୩୭୦୩୫୬୧୭୦) ସାର୍ବଜନୀନ କରାଯାଇଛି। ଏହା ସହିତ ସହରରେ ଯାନବାହନ ଚଳାଚଳରେ ମଧ୍ୟ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କଟକଣା କରାଯାଇଛି। ସହରର ଷ୍ଟେଶନ ବଜାର ରେଲୱେ ଫାଟକ ନିକଟରୁ ଆଶୀର୍ବାଦ ଛକ ମଧ୍ୟରେ କେବଳ ଦୁଇଚକିଆ ଯାନ ଚଳାଚଳ କରିବ। ସମସ୍ତ ଚାରିଚକିଆ ଯାନ କନଭେଣ୍ଟ ରାସ୍ତା ଦେଇ ଯାତାୟାତ କରିବ। ସେହିପରି ପାଳବଣି ବାଇପାସ ଦେଇ ସହରକୁ ପ୍ରବେଶ କରୁଥିବା ବସଗୁଡିକ ପାଳବଣି ଗୋଲେଇ ରାସ୍ତାରୁ ଦାରୋଗାଡାହି ଗୋଲେଇ ଦେଇ ବସଷ୍ଟାଣ୍ଡକୁ ଆସିବ। ଉଦଳା ରୋଡରେ ଯାତାୟାତ କରୁଥିବା ବସ ପୂର୍ବ ଭଳି କେସିସର୍କିଲ ଦେଇ ବଡବଜାର ରାସ୍ତାରେ ବସଷ୍ଟାଣ୍ଡକୁ ଆସିବ। ସେହିପରି ପୂଜା ସମୟରେ କୌଣସି ଅଘଟଣକୁ ରୋକିବା ପାଇଁ ପୋଲିସ ସର୍ବଦା ପ୍ରସ୍ତୁତ ଥିବା ଆରକ୍ଷୀ ଅଧୀକ୍ଷକ ପୁରୁଷୋତ୍ତମଦାସ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଆଡିଶନାଲ ଏସପି ଅଭିମନ୍ୟୁ ନାୟକ ଓ ଡିଆଇବି ଡିଏସପି ବାମଦେବ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri