Posted inଜାତୀୟ

ଦୁର୍ଗା ଭସାଣି ବେଳେ ହିଂସା

ଲକ୍ଷ୍ନୌ,୧୫ା୧୦: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାରେ ରବିବାର ଦୁର୍ଗା ମୂର୍ତ୍ତି ଭସାଣି ବେଳେ ହିଂସାକାଣ୍ଡ ଘଟିଛି। ଦୁର୍ଗା ମେଢ଼କୁ ଶୋଭାଯାତ୍ରାରେ ନିଆଯାଉଥିବାବେଳେ ଗୀତ ବଜାଇବାକୁ କେନ୍ଦ୍ରକରି ଜଣେ ୨୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯିବା ସହ ଅନ୍ୟ କେତେଜଣ ଆହତ ହୋଇଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ବାହରିଚ୍‌ର ମହସି ସବ୍‌ଡିଭିଜନ ଦେଇ ଶୋଭାଯାତ୍ରା ଗଲାବେଳେ ଟେକାମାଡ଼ ସହ ଗୁଳିମାଡ଼ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଲକ୍ଷ୍ନୌ ସେବା ହସ୍ପିଟାଲରେ ନିଆଁ ଲଗାଇଦେବା ସହ ଏକ୍ସ-ରେ’ ମେଶିନ ଭାଙ୍ଗିଦେଇଛନ୍ତି। ହସ୍ପିଟାଲର କେତେକ ବେଡ୍‌ ଓ ଝରକା ମଧ୍ୟ ଭଙ୍ଗାଯାଇଛି। ଏଥିସହିତ ହସ୍ପିଟାଲ ନିକଟରେ ଥିବା ଅନେକ ଦୋକାନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଏକ ମୋଟରସାଇକେଲ ଶୋ’ରୁମ୍‌ରେ ନିଆଁ ଲଗାଇଦେବାରୁ ବହୁସଂଖ୍ୟାରେ ବାଇକ ପୋଡ଼ିଯାଇଛି।
ସଂଘର୍ଷ ପରେ ଜିଲା ପ୍ରଶାସନ ମହସିରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଥିବାବେଳେ ବହୁସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେଠାକୁ ୧୦ କମ୍ପାନୀ ସଶସ୍ତ୍ର ପୋଲିସ, ୨ କମ୍ପାନୀ ସିଏପିଏଫ୍‌ ଏବଂ ଉତ୍ତରପ୍ରଦେଶ ସ୍ବତନ୍ତ୍ର ଟାସ୍କଫୋର୍ସର ୫ଟି ଟିମ୍‌କୁ ପଠାଯାଇଛି। ସେଠାରେ ୧୫ ଜଣ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିବା ସହ ଦଙ୍ଗା ନିୟନ୍ତ୍ରଣ ଗାଡ଼ିଗୁଡ଼ିକୁ ମହଜୁଦ୍‌ ରଖାଯାଇଛି। ପୋଲିସ ଅନୂ୍ୟନ ୩୦ ଜଣଙ୍କୁ ଅଟକ ରଖିବା ସହ ସଲ୍‌ମାନ ନାମକ ଯୁବକଙ୍କୁ ଗିରଫ କରିଛି। ସେ ଶୋଭାଯାତ୍ରା ଉପରକୁ ଗୁଳି ଚଳାଇଥିବାର ପ୍ରମାଣ ମିଳିଛି। ଏଥିସହିତ ଅନ୍ୟ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଉକ୍ତ ଅଞ୍ଚଳକୁ ଯାଇଥିବା ସମସ୍ତ ରାସ୍ତାକୁ ପୋଲିସ ସିଲ୍‌ କରିବା ସହ ଡ୍ରୋନ୍‌ ନିୟୋଜିତ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲାର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ବୈଠକରେ ଆଲୋଚନା କରିଛନ୍ତି। ମହସିରେ ହିଂସାକାଣ୍ଡ ଘଟାଇଥିବା କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ଦଙ୍ଗାକାରୀଙ୍କୁ ତୁରନ୍ତ ଚିହ୍ନଟ କରିବା ସହ ଯେଉଁମାନଙ୍କ ଅବହେଳାରୁ ଏଭଳି ଘଟଣା ଘଟିଲା, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri