ନବୀନ ସରକାରର ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର,୧୪ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୩ ଦିନିଆ କେନ୍ଦୁଝର ଗସ୍ତ ଅବସରରେ ସୋମବାର ପଦ୍ମପୁର ଲକ୍ଷ୍ମୀ ପଡ଼ିଆଠାରେ ଭାଜପାର ଏକ ମେଗା ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଲୋକଙ୍କୁ ନୂତନ ସଦସ୍ୟ ଭାବେ ଭାଜପାରେ ଯୋଡ଼ିଥିଲେ। ଏହି ଅବସରରେ ଭାଜପା ସରକାରଙ୍କ ଯୋଜନା ବିଷୟରେ ବୁଝାଇଥିଲେ। ବିଜେଡିକୁ ଟାର୍ଗେଟ କରି ପୂର୍ବ ସରକାର ସମୟରେ ଅଧିକାରୀ ମଞ୍ଚରେ ବସୁଥିଲେ ଏବଂ ନେତା, ମନ୍ତ୍ରୀ ମଞ୍ଚ ତଳେ ରହୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହେଲେ ଭାଜପା ସରକାରରେ ସରପଞ୍ଚ ଓ ଓ୍ବାର୍ଡମେମ୍ବର ବି ମଞ୍ଚରେ ବସୁଥିବା କହିଥିଲେ। ଏଥିସହ ପୂର୍ବ ସରକାର ଅଧିକାରୀଙ୍କୁ ପଠାଇ ତାଙ୍କ ଜରିଆରେ ନେଇଥିବା ଅଭିଯୋଗର ସମାଧାନ ହୋଇଛି କି ବୋଲି ପ୍ରଶ୍ନ କରିଥିଲେ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଭାରତୀୟ ଜନତା ପାର୍ଟିର ସଦସ୍ୟ ହେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ପଦ୍ମପୁର ମାଟି ମା’ ଲକ୍ଷ୍ମୀଙ୍କ ମାଟି, ଏଠାକାର ଜନତା ବିପୁଳ ପରିମାଣର ଭୋଟ ଦେଇ ଭାଜପାକୁ ଜିତାଇଛନ୍ତି। ମୋଦି ଡବଲ ଇଞ୍ଜିନ ସରକାର ମାଗିଥିଲେ, ଆପଣମାନେ ୨୧ ରୁ ୨୦ ଏମ୍‌ପି ଜିତାଇଛନ୍ତି। ମୋଦି ଏ ଦାନକୁୁ ଭୁଲି ନାହାନ୍ତି। ଆଉ ଅଭିଯୋଗ ନେଇ ଭୁବନେଶର ଯିବାକୁ ପଡ଼ିବ ନାହିଁ, ଆଜି ସରକାର ଆପଣଙ୍କ ପାଖକୁ ଆସିଛନ୍ତି। ଏହି ଜିଲାକୁ ଏକ ନମ୍ବର କରିବା ପାଇଁ ଆପଣମାନଙ୍କ ସହଯୋଗ ଦରକାର ବୋଲି କହିଥିଲେ।

 

ବିଜେଡିକୁ ଟାର୍ଗେଟ କରି କହିଥିଲେ, ପୂର୍ବ ସରକାରରେ ଜଣେ ଅଧିକାରୀ ଆସି ଦରଖାସ୍ତ ନେଉଥିଲେ, ଆଉ ସମାଧାନ ହୋଇଯିବ କହୁଥିଲେ। ସମସ୍ୟାର ସମାଧାନ ହୋଇଛି କି ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ। ସେତେବେଳେ ଜଣେ ସଚିବ ମଞ୍ଚରେ ଭାଷଣ ଦେଉଥିଲେ, ନେତା, ମନ୍ତ୍ରୀ ତଳେ ଠିଆ ହେଉଥିଲେ। ଆଜି ମଞ୍ଚରେ ସରପଞ୍ଚ, ଓ୍ବାର୍ଡ ମେମ୍ବର ବସିଛନ୍ତି। ଏଠାରେ ତାଙ୍କର ବସିବାର ଅଧିକାର ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୂର୍ବ ସରକାର ଲୋକଙ୍କ ପାଖକୁ ଗଲେ ନାହିଁ। ଅଫିସରଙ୍କୁ ପଠାଇଲେ। ଗଣତନ୍ତ୍ର ବଦଳରେ ଅମଲାତନ୍ତ୍ର ଚାଲିଲା, ତେଣୁ ଲୋକେ ସରକାର ପରିବର୍ତ୍ତନ କଲେ। ଭାଜପାର ସରକାର ଆସିବା ପରେ ଜିଲାର ମଣ୍ଡୁଆରେ ମଧ୍ୟ ଏକ ଅଭିଯୋଗ ପ୍ରକୋଷ୍ଠର କ୍ୟାମ୍ପ ଅଫିସ ଖୋଲିଛି। ଭୁବନେଶ୍ୱର ଯିବା ଦରକାର ନାହିଁ, ସେହିଠାରେ ଅଭିଯୋଗ ଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ଲୋକଙ୍କ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଜିଲାର ଉନ୍ନତି ପାଇଁ ଏଠାରେ ନିଶ୍ଚୟ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ହେବ। ଜିଲାର ପିଲାମାନେ ଚାକିରି ପାଇବେ, ମେଡିକାଲ କଲେଜ ଫୁଲଫ୍ଲେଜ୍‌ଡ ଚାଲିବ। ସୁଭଦ୍ରା ଯୋଜନାରେ ଏକ କୋଟି ମହିଳା ପର୍ଯ୍ୟାୟ କ୍ରମେ ୫୦ ହଜାର ଟଙ୍କା ପାଇବେ। ଏଥିସହ ଜଗନ୍ନାଥ ମନ୍ଦିର ୪ ଦ୍ୱାର, ରତ୍ନ ଭଣ୍ଡାର ଖୋଲାଯାଇଛି, ଧାନର ଏମ୍‌ଏସ୍‌ପି ମୂଲ୍ୟ ୩୧୦୦ ହୋଇଛି ବୋଲି କହିଥିଲେ। ତାଙ୍କ ସହ ଏମ୍‌ପି ଅନନ୍ତ ନାଏକ ଓ ତେଲକୋଇ ବିଧାୟକ ଫକିର ନାଏକ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?