ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଆତଙ୍କ: ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ

ଭବାନୀପାଟଣା,୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବ୍ଲକର ପୋଖରୀବନ୍ଧ ପଞ୍ଚାୟତ ମେଲଭୁଟୁ ଗାଁରେ ଏବେ ହାତୀପଲ ଆତଙ୍କ ଖେଳାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ହାତୀପଲ ଗାଁର ୫ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିବା ଧାନ ଓ ମାଣ୍ଡିଆ ଫସଲ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ବନ ବିଭାଗର ସୂଚନା ଅନୁସାରେ କିଛିଦିନ ହେଲା ଏହି ହାତୀପଲ ବେଡ଼ାଗାଁ ପଞ୍ଚାୟତର ବିଭିନ୍ନ ଗାଁରେ ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘର ଭାଙ୍ଗି ଦେଇଛନ୍ତି। ବର୍ତ୍ତମାନ ହାତୀ ପୋଖରୀବନ୍ଧ ଆଡ଼କୁ ମୁହଁାଇଛନ୍ତି। ପ୍ରଥମେ ଗାଁର ଠେଲା ମାଝିଙ୍କ ଖଳାରେ ଗଦା ହୋଇଥିବା ୭କୁଇଣ୍ଟାଲ ଧାନ ଖାଇ ଦେଇଥିଲେ। ରିଞ୍ଜା ମାଝ,ଧ୍ରୁବ ମାଝିଙ୍କ ଧାନ ଓ ମାଣ୍ଡିଆ ଚାଷକୁ ଦଳି ଚକଟି ଦେଇଥିଲେ। ପରେ ଗାଁରେ ପଶି ଲକ୍ଷ୍ମଣ ମାଝି, ତୁପୁରା ମାଝି, କ୍ରିଷ୍ଣା ମାଝି, ସୁଶାନ୍ତି ମାଝି ଓ ବୁଡୁ ମାଝିଙ୍କ ଘର ଭାଙ୍ଗି ଦେଇଛନ୍ତି। ବନ ବିଭାଗ ପକ୍ଷରୁ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍‌ ଯାଇ ତଦନ୍ତ କରି ଫେରି ଆସିଛନ୍ତି। ଘଟଣାକୁ ନେଇ ବ୍ଲକ ଅଧ୍ୟକ୍ଷ ଇ.ଫକୀର ମୋହନ ମାଝି କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କୁ ପଲିଥିନ ଯୋଗାଇ ଦେବା ପାଇଁ ଲାଞ୍ଜିଗଡ଼ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି। ବିପନ୍ନ ପରିବାର ଖୋଲା ଆକାଶ ତଳେ ପ୍ରଶାସନିକ ସହାୟତାକୁ ଚାହିଁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri