ଦୁବାଇ ଷ୍ଟାଇଲରେ ମେଗା ଶପିଂ ଫେଷ୍ଟିଭାଲ

ନୂଆଦିଲ୍ଲୀ,୧୫-୯: ମାନ୍ଦାବସ୍ଥାକୁ ଦୂର କରିବା ଲକ୍ଷ୍ୟରେ ରପ୍ତାନି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୫୦ ହଜାର କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ସରକାର ଦୁବାଇ ଷ୍ଟାଇଲରେ ନୂଆ କରି ମାର୍ଚ୍ଚ ୨୦୨୦ରୁ ଦେଶରେ ଶପିଂ ଫେଷ୍ଟିଭାଲ ଆରମ୍ଭ କରିବାକୁ ଯାଉଛନ୍ତି। ଦେଶର ୪ ବଡ଼ ସହରରେ ଏହାକୁ ଆୟୋଜନ କରାଯିବ। ଜେମ୍ସ ଆଣ୍ଡ ଜୁଏଲେରି, ଯୋଗ ଏବଂ ପର୍ଯ୍ୟଟନ, ବୟନଶିଳ୍ପ ଏବଂ ଚମଡା ଉଦ୍ୟୋଗ ସହ ସମ୍ପର୍କିତ ଫେଷ୍ଟିଭାଲ ଆୟୋଜନ କରାଯିବ। ଦିଲ୍ଲୀର ପ୍ରଗତି ମଇଦାନରେ ଯେପରି ପ୍ରତିବର୍ଷ ଟ୍ରେଡ୍‌ ଫେୟାର ଆୟୋଜନ କରାଯାଉଛି, ଠିକ୍‌ ସେହି ଢ଼ଙ୍ଗରେ ଶପିଂ ଫେଷ୍ଟିଭାଲ ଆୟୋଜନ କରାଯିବ। ଦୁବାଇରେ ଏଭଳି ଶପିଂ ଫେଷ୍ଟିଭାଲ ପ୍ରତିବର୍ଷ ଆୟୋଜନ କରାଯାଇଥାଏ।
ସେହିପରି ରପ୍ତାନି ପାଇଁ ଲାଗୁଥିବା ସମୟକୁ କମାଇବାକୁ ସରକାର ଚାହୁଁଛନ୍ତି। ଅର୍ଥାତ୍‌ ବନ୍ଦରଗୁଡ଼ିକରେ ରପ୍ତାନି ପାଇଁ ଆପଣାଯାଉଥିବା ପଦ୍ଧତିକୁ ଅଧିକ ସରଳ କରାଯିବ। ବର୍ତ୍ତମାନ ସାମଗ୍ରୀର କ୍ଲିୟରିଂ ଲାଗି ଅଧିକ ସମୟ ଲାଗିଥାଏ। ଏହାକୁ କମାଇ ଦିଆଯିବ। ନିର୍ମଳା ଆମେରିକା ଓ ଚାଇନାର ଉଦାହରଣ ଦେଇ କହିଛନ୍ତି ଯେ, ସେଠାରେ ବନ୍ଦରରେ ସାମଗ୍ରୀର କ୍ଲିୟରାନ୍ସ ଲାଗି ଗୋଟିଏ ଦିନରୁ କମ୍‌ ସମୟ ଲାଗିଥାଏ। କିନ୍ତୁ ଭାରତରେ ଏଥିପାଇଁ ୧ରୁ ଅଧିକ ଦିନ ଲାଗିଯାଏ। ସେହିପରି ରପ୍ତାନିକୁ ପ୍ରୋତ୍ସାହିତ କରିବା ଲାଗି ସରକାର ରପ୍ତାନି ଉତ୍ପାଦ ଉପରେ ଲାଗୁଥିବା ଶୁଳ୍କ ଏବଂ ଟିକସ ଛାଡ଼(ଆର୍‌ଓଡିଟିଇପି) ସ୍କିମ୍‌କୁ ଲାଗୁ କରିବାକୁ ଯାଉଛନ୍ତି। ଏହାଦ୍ୱାରା ସରକାରଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ। ଆର୍‌ଓଡିଟିଇପି ସ୍କିମ୍‌ ୨୦୨୦ ଜାନୁୟାରୀ ପହିଲାରୁ ମର୍ଚ୍ଚାଣ୍ଡାଇଜ ଏକ୍ସପୋର୍ଟସ ଫ୍ରମ୍‌ ଇଣ୍ଡିଆ ସ୍କିମ୍‌(ଏମ୍‌ଇଆଇଏସ୍‌)ର ସ୍ଥାନ ନେବ। ପୁରୁଣା ସ୍କିମ୍‌ ଅଧୀନରେ ସରକାର ସାମଗ୍ରୀ ଏବଂ ଦେଶ ଆଧାରରେ ଶୁଳ୍କ ଉପରେ ଲାଭ ଉପଲବ୍ଧ କରାଇଥାଏ। ଦେଶର ରପ୍ତାନି ୬% ହ୍ରାସ ପାଇଥିବା ବେଳେ ଏହାକୁ ବୃଦ୍ଧି କରିବା ପାଇଁ ସରକାର ପ୍ୟାକେଜ ଘୋଷଣା କରିଛନ୍ତି। ବିଶେଷଜ୍ଞଙ୍କ ମତରେ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରିଦେଇଛନ୍ତି। ସୀତାରାମନ୍‌ କହିଛନ୍ତି ଯେ, ରପ୍ତାନି କ୍ଷେତ୍ରରେ ଇ-ରିଫଣ୍ଡ ଶୀଘ୍ର ଲାଗୁ କରାଯିବ। ଏଥିସହିତ ଏକ୍ସପୋର୍ଟ କ୍ରେଡିଟ୍‌ ସ୍କିମ୍‌(ଇସିଜିସି)ର ରପ୍ତାନି ଋଣ ବୀମା ଯୋଜନା ପରିସରକୁ ବୃଦ୍ଧି କରାଯିବ। ଏହାଦ୍ୱାରା ସରକାର ବାର୍ଷିକ ୧୭୦୦ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ। ପ୍ରାଥମିକତା ଥିବା ସେକ୍ଟର ଅଧୀନରେ ଏକ୍ସପୋର୍ଟ କ୍ରେଡିଟ ଲାଗି ୩୬ହଜାର କୋଟି ଟଙ୍କାରୁ ୬୮ ହଜାର କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଜାରି କରାଯିବ ବୋଲି ସୀତାରାମନ୍‌ କହିଛନ୍ତି। ରପ୍ତାନି କ୍ଷେତ୍ର ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ପ୍ୟାକେଜ ଘୋଷଣାକୁ ଉଦ୍ୟୋଗ ଜଗତ ସ୍ବାଗତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri