ଦୁଇଦିନରେ ୨୮ ନିଶା ବେପାରୀ ଗିରଫ

ଭୁବନେଶ୍ୱର,୧୩।୭(ବ୍ୟୁରୋ)/ ଜଟଣୀ/ ଯାଁଳା/ ବାରଙ୍ଗ (ଡି.ଏନ୍‌.ଏ.): ରାଜଧାନୀ ଓ ଉପକଣ୍ଠରେ ନିଶାମାଫିଆ ଆଡ୍ଡା ଜମାଇ ବଡ଼ ବଡ଼ ଅପରାଧ ଘଟାଇଚାଲିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ପୋଲିସର ନିଦ ଭାଙ୍ଗିଛି। ନିଶା ମାଫିଆମାନଙ୍କୁ ସାବାଡ୍‌ କରିବା ଲାଗି କମିଶନରେଟ୍‌ ପୋଲିସ ପକ୍ଷରୁ ସ୍ପେଶାଲ୍‌ ଡ୍ରାଇଭ ଆରମ୍ଭ ହୋଇଛି। ଦୁଇ ଦିନରେ କ୍ୟୁଏଟି ଓ ବିଭିନ୍ନ ଥାନା ପୋଲିସ ଚଢାଉ କରି ୨୮ଜଣ ନିଶା ବେପାରୀଙ୍କୁ ଗିରଫ କରିଥିବାବେଳେ ୧୭ଟି ମାମଲା ରୁଜୁ ହୋଇଛି। ସେମାନଙ୍କ ନିକଟରୁ ୧୨୨.୮ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିବାବେଳେ ୨୮.୩୯ କେଜି ଗଞ୍ଜେଇ ଓ ୭୭ ହଜାର ଟଙ୍କା ଜବତ କରାଯାଇଛି। ହେଲେ ଏବେ ପ୍ରଶ୍ନ ଉଠୁଛି, ପୋଲିସ ଖୁଚୁରା ବେପାରୀଙ୍କୁ ଗିରଫ କରିଥିବାବେଳେ ଜଣେ ହେଲେ ମାଷ୍ଟରମାଇଣ୍ଡ୍‌ ତଥା ହୋଲସେଲରଙ୍କୁ ଧରିପାରନି। ଫଳରେ ସେମାନେ ପୁଣି ଅନ୍ୟମାନଙ୍କୁ ସେମାନଙ୍କ ର଼୍ୟାକେଟରେ ସାମିଲ୍‌ କରି ନିଶା କାରବାର ଓ ଅପରାଧ ଘଟାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଶୁକ୍ରବାର କମିଶନରେଟ ପୋଲିସ ଓ କ୍ୟୁଏଟି ବିଭିନ୍ନ ଥାନା ଅଞ୍ଚଳରେ ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଛି। ଜଟଣୀ ଥାନାଞ୍ଚଳରୁ ୪ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪୧ ଗ୍ରାମ ବ୍ରାଉନସୁଗାର ୫୨ ହଜାର ଟଙ୍କା ଓ ୪ ବାଇକ ଜବତ କରିଛି ଜଟଣୀ ପୋଲିସ। ନୂଆଗଁା ଅଞ୍ଚଳରୁ ଅଜୁ ନାୟକ(୨୦) ଓ ସୁକାନ୍ତ ନାୟକ(୪୦)ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନ ସୁଗାର, ୪୦ ହଜାର ଟଙ୍କା ଓ ଦୁଇଟି ଗାଡି ଜବତ କରାଯାଇଛି। କେସ୍‌ ନଂ.୨୩୬/୧୯ ରୁଜୁ କରି ସେମାନଙ୍କୁ କୋର୍ଟଚାଲାଣ କରିଛି ପୋଲିସ। ଗଙ୍ଗପଡ଼ା ଅଞ୍ଚଳରେ ଚଢ଼ାଉ କରି ଜଟଣୀ ପୋଲିସ ଓ କ୍ୟୁଏଟି ଗୌତମ ବେହେରା, ରାଜେଶ ପଟ୍ଟନାୟକ(୧୯) ଓ ପ୍ରିତମ ଦାଶ(୨୧)ଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଯାଞ୍ଚ କରିବା ପରେ ୩୧ ଗ୍ରାମର ବ୍ରାଉନ ସୁଗାର, ୧୨ହଜାର ଟଙ୍କା ଓ ଦୁଇଟି ବାଇକ ଜବତ କରାଯାଇଥିଲା। କେସ୍‌ ନଂ-୨୩୭/୧୯ରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ସେହିଭଳି ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଗାଁ ମୁଣ୍ଡରେ ଥିବା ନିଜ ଦୋକାନରେ ନିଶା ବେପାର କରୁଥିବା ଜୟକୃଷ୍ଣ ପ୍ରଧାନଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ୧କେଜି ୩ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ସେ ନିଜ ସ୍କୁଟି (ଓଆର୍‌୦୨ଏଏ୪୨୦୯)ରେ ଗଞ୍ଜେଇ ନେଇ ଆସୁଥିବାବେଳେ ଧରାପଡ଼ିଥିଲେ। କେସ୍‌ ନଂ.୧୨୬/୧୯ ଏନ୍‌ଡିପିଏସ୍‌ ଲଗାଇ ଜୟକୃଷ୍ଣଙ୍କୁ କୋର୍ଟଚାଲାଣ କରାଯାଇଛି। ଖାରବେଳନଗର ଥାନା ପୋଲିସ ସତ୍ୟନଗର ବ୍ଲାଇଣ୍ଡ୍‌ ଆସୋସିଶନ ନିକଟରେ ବାଇକ ଉପରେ ବସି ବ୍ରାଉନସୁଗାର ବେପାର କରୁଥିବାବେଳେ ଦୁଇଜଣ ବ୍ୟବସାୟୀ ଲୋକେଶ ପାଲ ଓ ଶିବ ଶଙ୍କର ବେହେରାଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୩.୫ଗ୍ରାମର ବ୍ରାଉନସୁଗାର ଓ ୮ଶହ ଟଙ୍କା ମିଳିଛି। ଖଣ୍ଡଗିରି ପୋଲିସ ରଘୁନାଥପୁର ହାଟପଡିଆ ନିକଟରେ ୪ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଏସ୍‌.କେ. ନୁର୍‌ଉଦ୍ଦିନ, ଅର୍ଜୁନ ପ୍ରଧାନ, ହେମନ୍ତ କୁମାର ମାହାଲିକା ଓ ରମାକାନ୍ତ ଜେନା। ସେମାନଙ୍କଠାରୁ ୧୦କେଜି ୬ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ସେମାନେ ଫୁଲବାଣୀରୁ ଗଞ୍ଜେଇ ଆଣି ଏଠାରେ ବିକ୍ରି କରୁଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri