ଦୁଇଦିନରେ ୨୮ ନିଶା ବେପାରୀ ଗିରଫ

ଭୁବନେଶ୍ୱର,୧୩।୭(ବ୍ୟୁରୋ)/ ଜଟଣୀ/ ଯାଁଳା/ ବାରଙ୍ଗ (ଡି.ଏନ୍‌.ଏ.): ରାଜଧାନୀ ଓ ଉପକଣ୍ଠରେ ନିଶାମାଫିଆ ଆଡ୍ଡା ଜମାଇ ବଡ଼ ବଡ଼ ଅପରାଧ ଘଟାଇଚାଲିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ପୋଲିସର ନିଦ ଭାଙ୍ଗିଛି। ନିଶା ମାଫିଆମାନଙ୍କୁ ସାବାଡ୍‌ କରିବା ଲାଗି କମିଶନରେଟ୍‌ ପୋଲିସ ପକ୍ଷରୁ ସ୍ପେଶାଲ୍‌ ଡ୍ରାଇଭ ଆରମ୍ଭ ହୋଇଛି। ଦୁଇ ଦିନରେ କ୍ୟୁଏଟି ଓ ବିଭିନ୍ନ ଥାନା ପୋଲିସ ଚଢାଉ କରି ୨୮ଜଣ ନିଶା ବେପାରୀଙ୍କୁ ଗିରଫ କରିଥିବାବେଳେ ୧୭ଟି ମାମଲା ରୁଜୁ ହୋଇଛି। ସେମାନଙ୍କ ନିକଟରୁ ୧୨୨.୮ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିବାବେଳେ ୨୮.୩୯ କେଜି ଗଞ୍ଜେଇ ଓ ୭୭ ହଜାର ଟଙ୍କା ଜବତ କରାଯାଇଛି। ହେଲେ ଏବେ ପ୍ରଶ୍ନ ଉଠୁଛି, ପୋଲିସ ଖୁଚୁରା ବେପାରୀଙ୍କୁ ଗିରଫ କରିଥିବାବେଳେ ଜଣେ ହେଲେ ମାଷ୍ଟରମାଇଣ୍ଡ୍‌ ତଥା ହୋଲସେଲରଙ୍କୁ ଧରିପାରନି। ଫଳରେ ସେମାନେ ପୁଣି ଅନ୍ୟମାନଙ୍କୁ ସେମାନଙ୍କ ର଼୍ୟାକେଟରେ ସାମିଲ୍‌ କରି ନିଶା କାରବାର ଓ ଅପରାଧ ଘଟାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଶୁକ୍ରବାର କମିଶନରେଟ ପୋଲିସ ଓ କ୍ୟୁଏଟି ବିଭିନ୍ନ ଥାନା ଅଞ୍ଚଳରେ ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଛି। ଜଟଣୀ ଥାନାଞ୍ଚଳରୁ ୪ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪୧ ଗ୍ରାମ ବ୍ରାଉନସୁଗାର ୫୨ ହଜାର ଟଙ୍କା ଓ ୪ ବାଇକ ଜବତ କରିଛି ଜଟଣୀ ପୋଲିସ। ନୂଆଗଁା ଅଞ୍ଚଳରୁ ଅଜୁ ନାୟକ(୨୦) ଓ ସୁକାନ୍ତ ନାୟକ(୪୦)ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନ ସୁଗାର, ୪୦ ହଜାର ଟଙ୍କା ଓ ଦୁଇଟି ଗାଡି ଜବତ କରାଯାଇଛି। କେସ୍‌ ନଂ.୨୩୬/୧୯ ରୁଜୁ କରି ସେମାନଙ୍କୁ କୋର୍ଟଚାଲାଣ କରିଛି ପୋଲିସ। ଗଙ୍ଗପଡ଼ା ଅଞ୍ଚଳରେ ଚଢ଼ାଉ କରି ଜଟଣୀ ପୋଲିସ ଓ କ୍ୟୁଏଟି ଗୌତମ ବେହେରା, ରାଜେଶ ପଟ୍ଟନାୟକ(୧୯) ଓ ପ୍ରିତମ ଦାଶ(୨୧)ଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଯାଞ୍ଚ କରିବା ପରେ ୩୧ ଗ୍ରାମର ବ୍ରାଉନ ସୁଗାର, ୧୨ହଜାର ଟଙ୍କା ଓ ଦୁଇଟି ବାଇକ ଜବତ କରାଯାଇଥିଲା। କେସ୍‌ ନଂ-୨୩୭/୧୯ରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ସେହିଭଳି ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଗାଁ ମୁଣ୍ଡରେ ଥିବା ନିଜ ଦୋକାନରେ ନିଶା ବେପାର କରୁଥିବା ଜୟକୃଷ୍ଣ ପ୍ରଧାନଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ୧କେଜି ୩ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ସେ ନିଜ ସ୍କୁଟି (ଓଆର୍‌୦୨ଏଏ୪୨୦୯)ରେ ଗଞ୍ଜେଇ ନେଇ ଆସୁଥିବାବେଳେ ଧରାପଡ଼ିଥିଲେ। କେସ୍‌ ନଂ.୧୨୬/୧୯ ଏନ୍‌ଡିପିଏସ୍‌ ଲଗାଇ ଜୟକୃଷ୍ଣଙ୍କୁ କୋର୍ଟଚାଲାଣ କରାଯାଇଛି। ଖାରବେଳନଗର ଥାନା ପୋଲିସ ସତ୍ୟନଗର ବ୍ଲାଇଣ୍ଡ୍‌ ଆସୋସିଶନ ନିକଟରେ ବାଇକ ଉପରେ ବସି ବ୍ରାଉନସୁଗାର ବେପାର କରୁଥିବାବେଳେ ଦୁଇଜଣ ବ୍ୟବସାୟୀ ଲୋକେଶ ପାଲ ଓ ଶିବ ଶଙ୍କର ବେହେରାଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୩.୫ଗ୍ରାମର ବ୍ରାଉନସୁଗାର ଓ ୮ଶହ ଟଙ୍କା ମିଳିଛି। ଖଣ୍ଡଗିରି ପୋଲିସ ରଘୁନାଥପୁର ହାଟପଡିଆ ନିକଟରେ ୪ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଏସ୍‌.କେ. ନୁର୍‌ଉଦ୍ଦିନ, ଅର୍ଜୁନ ପ୍ରଧାନ, ହେମନ୍ତ କୁମାର ମାହାଲିକା ଓ ରମାକାନ୍ତ ଜେନା। ସେମାନଙ୍କଠାରୁ ୧୦କେଜି ୬ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ସେମାନେ ଫୁଲବାଣୀରୁ ଗଞ୍ଜେଇ ଆଣି ଏଠାରେ ବିକ୍ରି କରୁଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ପୁଅ ହିଁ ଏହି କାମ କରିବେ: ମୋଦି

ନୂଆଦିଲ୍ଲୀ/ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାର ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିରୋଧୀଙ୍କୁ କଡ଼ା ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ଜଳଖିଆରେ ଛେନାପୋଡ଼ ଖାଇଲେ ମୋଦି, ପ୍ରସ୍ତୁତ ହେଲା ସ୍ପେଶାଲ ଖାଇବା

ଭୁବନେଶ୍ୱର,୬।୫: ସାଧାରଣ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ରବିବାର ଆସି ଓଡ଼ିଶାରେ ପହଁଞ୍ଚିଛନ୍ତି। ରାତି ପ୍ରାୟ ୧୦ଟା ୪୫ ମିନିଟ୍‌ ସମୟରେ ଆସି ସେ ରାଜଭବନରେ...

ରାଜଭବନରୁ ବାହାରିଲେ ମୋଦି: ବ୍ରହ୍ମପୁରରେ ବିଶାଳ ଜନସଭାକୁ କରିବେ ସମ୍ବୋଧିତ

ଭୁବନେଶ୍ୱର,୬।୫: ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଅଛନ୍ତି। ସେ ରାଜଭବନରୁ ସୋମବାର ସକାଳେ ବ୍ରହ୍ମପୁର ଅଭିମୁଖେ ବାହାରିଛନ୍ତି। ବ୍ରହ୍ମପୁରରେ ମୋଦି ଏକ...

୪୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):ରାଜ୍ୟରେ ଗତ ଏପ୍ରିଲ ୧୫ରୁ ୨୧ଦିନ ଧରି ଲଗାତର ଭାବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ବଲାଙ୍ଗୀର, ନୟାଗଡ଼, ନୂଆପଡ଼ା, ଗଞ୍ଜାମ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri