ଦୁଇ ବଛର ହେଲା ଚାଲିଛେ ତିଆରି କାମ୍‌: ପାଏନ୍‌ ପ୍ରକଳ୍ପକେ ନେଇ ଅଁଧାରେ ଗଁ।ବାସୀ

ଡୁଙ୍ଗୁରିପାଲି, ୧ା୨ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ପହଣ୍ଡି ଗଁାରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫୁ ୨ ବଛର ହେଲା ଗୁଟେ ପିଇଲା ପାଏନ୍‌ ପ୍ରକଳ୍ପର କାମ୍‌ ଚାଲିଛେ। ହେଲେ ପ୍ରକଳ୍ପଟା କେଭେ ପୂରା ହେବା ଆର ଗଁାବାସୀ ପାଏନ୍‌ ପାଏବେ ସେତାକେ ନେଇଁ ସଁଧେରେ ରହିଛନ୍‌। ଆଗ୍‌କେ ଖରାଦିନ ମାଡ଼ି ଆସୁଥିଲାବେଲେ ଗଁାବାସୀ ଏବ୍‌ଠାନୁ ପିଇଲା ପାଏନ୍‌ ଚିନ୍‌ତାରେ ରହିଛନ୍‌।
ସୂଚନା ଅନ୍‌ସାରେ ଡୁଙ୍ଗୁରିପାଲି ବ୍ଲକ ସୁନାପାଲି ପଁଚେତ୍‌ ଅଧୀନ ପହଣ୍ଡି ଆର ସାନ ପହଣ୍ଡି ଗଁାବାସୀକୁ ନିରମଲ ପିଇଲା ପାଏନ୍‌ ଯୁଗେଇଦେବାର ଉଦେଶ୍‌ରେ ଥାନୀଅ ବାଞ୍ଜିକଟା ବଁଧ୍‌ ଖଁଡ଼ିରେ ଗୁଟେ ପାଏନ୍‌ ପ୍ରକଳ୍ପ ତିଆରି କାମ୍‌ ଆରମ୍‌ ହେଇଛେ। କାମ୍‌ ମୂଲ ହେବାର ଆଏଜ୍‌କେ ୨ ବଛରରୁ ଅଧ୍‌କା ସମିଆ ବିତିଗଲାନ। ହେଲେ ଓଭର ହେଡ ଟ୍ୟାଙ୍କ ଆର ଭୂତଲ ଟ୍ୟାଙ୍କ ଦରଖଁଡ଼ିଆ ଅବସ୍‌ତାରେ ଆଏଜ୍‌ ବି ପଡ଼ିଛେ। ଇଆଡ଼େ ୩ ମାସ ହେଲା ତିଆରି କାମ୍‌ ବି ବଁଦ୍‌ ହେଇଯାଇଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଏନ୍‌ତାଥି ଦୁଇଖଁଡ଼ ଗଁାର ପାଖାପାଖି ୫ ହଜାର ଲୁକ୍‌କର ବହୁତ ଦିନର ଆଶ୍‌ ଦିନୁଦିନ୍‌କେ ମହଲି ଯାଉଛେ। ପହଣ୍ଡି ଗଁାରେ ଲୁକ୍‌କର ପିଇଲା ପାଏନ୍‌ ସୁବିଧା ଲାଗି ୬ଟା ନଲ୍‌ଚୁଅଁା ରହିଛେ। ହେଲେ ୨ଟା ନଲ୍‌ଚୁଅଁାର ପାଏନ୍‌ ବେଭାରକରି ହେଉଥିଲାବେଲେ ବାକି ୪ଟା ନଲ୍‌ଚୁଅଁାରୁ ଅସ୍‌କୁରା ପାଏନ୍‌ ବାହାରୁଛେ। ସେନ୍‌ତା ସାନପହଣ୍ଡି ଗଁାରେ ୩ଟା ନଲ୍‌ଚୁଅଁା ରହିଛେ। ସେଥ୍‌ରୁ ଗୁଟେ ନଲ୍‌ଚୁଅଁାର ପାଏନ୍‌ ବେଭାରକରି ହେଉଥିଲାବେଲେ ୨ଟାରୁ ଅସ୍‌କୁରା ପାଏନ୍‌ ବାହାରୁଛେ। ସେନ୍‌ତା ଉଭଏ ଗଁାରେ ୩ଟା ଅଙ୍ଗନଓ୍ବାଡି କେନ୍ଦ୍ର ଆର ୨ଟା ସରକାରୀ ପ୍ରାଥମିକ ବିଦ୍ୟାଲୟ ରହିଛେ। ଉଭଏ ଗଁାର ଲୋକ୍‌ ସେଠାନେ ଥିବାର ନଲ୍‌ଚୁଅଁାମାନକର ପାଏନ୍‌ ବେଭାର କରୁଥିଲେ ବି ଦରକାର ହିସାବେ ପାଏନ୍‌ ନାଇଁ ବାହାରବାର। ଏନ୍‌ତାଥି ଲୋକ୍‌ ବାଞ୍ଜିକଟାର ପାଏନ୍‌ ବେଭାର କରୁଛନ୍‌। ଇଆଡ଼େ ପ୍ରକଳ୍ପ କାମ୍‌ ମୂଲ ହେବାର ୨ ବଛର ବିତିଯାଇଥିଲେ ବି ସେଟା କେଭେ ପୂରା ହେବା ଆର ଗଁାବାସୀ ପାଏନ୍‌ ପାଏବେ କିଛି ଠିକ୍‌ଠିକାନା ନଁାଇଁନ। ସେନ୍‌ତା ଇ ପ୍ରକଳ୍ପରେ ସୂଚନା ଫଲକ ନାଇଁ ଲାଗି। ପ୍ରକଳ୍ପ କେତେ ଟଁକାରେ ତିଆର ହେଉଛେ, କେଭେ ଆରମ୍‌, କେଭେ ଶେଷ ହେବା ସେଟାକେ ନେଇ ଗଁାବାସୀ ଅଁଧାରେ ଥିବାର କହିଛନ୍‌। ଇ ଦିଗେ ଜିଲାପାଳ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଗଁାର ଲଲିତ ପଧାନ, ଦୁଶାସନ ପଧାନ, ଲଖିଆ ପଧାନ, ଅଲେଖ ପଧାନ, ସଫେଦ ମଟାରୀ, ମାଧବ ଭୁଏ ପରମୁଖ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri