ଦୁଆରେ ପେଟ୍ରୋଲ ପହଞ୍ଚାଇବେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ; ଡିଜେଲ ଯୋଗାଣ ଆଉ ୨୦ ସହରକୁ ବ୍ୟାପିବ

ନୂଆଦିଲ୍ଲୀ,୧୮ -୮: ଦେଶର ୩୫ ସହରରେ ଘର ଦୁଆରେ ଡିଜେଲ ଯୋଗାଣରେ ସଫଳତା ହାସଲ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆଗାମୀ ଦିନରେ ପେଟ୍ରୋଲ ଯୋଗାଇବାକୁ ସ୍ଥିର କରିଛନ୍ତି। ସେହିପରି ଡିଜେଲ ଯୋଗାଣକୁ ଆହୁରି ୨୦ ସହରକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ(ଆଇଓସିଏଲ୍‌), ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚ୍‌ପିସିଏଲ୍‌) ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫୦୦ ଘର ଦୁଆରେ ପେଟ୍ରୋଲ ଯୋଗାଣ କେନ୍ଦ୍ର ଖୋଲିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏଚ୍‌ପିସିଏଲ୍‌ ସିଏମ୍‌ଡି ଏମ୍‌.କେ. ସୁରାନା କହିଛନ୍ତି ଯେ, ଘର ଦୁଆରେ ତୈଳ ଯୋଗାଣ ଯୋଜନା ବେଶ୍‌ ସଫଳ ହୋଇଛି। ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆଗ୍ରହ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ସୁରକ୍ଷା ଓ ନିୟାମକ ଦୃଷ୍ଟିକୋଣକୁ ଆପଣାଇ ଘର ଦୁଆରେ ତୈଳ ଯୋଗାଣ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାର ଯୋଜନା ରହିଛି। ତେବେ ଦ୍ୱାରଦେଶରେ ଡିଜେଲ ଯୋଗାଣ ଲାଗି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ଅନୁମତି ମିଳିଥିବା ବେଳେ ଆସନ୍ତା କିଛି ଦିନ ମଧ୍ୟରେ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍‌ ସେଫ୍‌ଟି ଅର୍ଗାନାଇଜେଶନ(ପେସୋ)ଠାରୁ ପେଟ୍ରୋଲ ଯୋଗାଣ ଲାଗି ଅନୁମତି ମିଳିଯିବ ବୋଲି ସେ କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଏବେ ୩୫ ସହରର ଦ୍ୱାର ଦେଶରେ ଡିଜେଲ ଯୋଗାଣ ହେଉଛି। ତନ୍ମଧ୍ୟରେ ଆଇଓସି ୧୫, ବିପିସିଏଲ ୧୩ ଓ ୭ ସହରରେ ଏଚପିସିଏଲ୍‌ ଡିଜେଲ ଯୋଗାଉଛି। ତେବେ ଅଧିକ ପରିମାଣରେ ତେଲ କିଣୁଥିବା ଗ୍ରାହକଙ୍କୁ ହିଁ ତେଲ ଯୋଗାଇ ଦିଆଯାଉଛି। ନିୟମ ଅନୁଯାୟୀ, ୨୫୦୦ ଲିଟରରୁ ଅଧିକ ତେଲ କିଣୁଥିବା ଗ୍ରାହକଙ୍କ ନିକଟରେ ପେସୋ ଲାଇସେନ୍ସ ରହିବା ଆବଶ୍ୟକ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆଇଓସି ୪, ବିପିସିଏଲ୍‌ ୧୦ ଏବଂ ଏଚ୍‌ପିସିଏଲ୍‌ ୬ ସହରରେ ଦ୍ୱାରଦେଶରେ ପେଟ୍ରୋଲ ଯୋଗାଣ ପାଇଁ ଲାଇସେନ୍ସ ପାଇବ। ତୈଳ କମ୍ପାନୀଗୁଡ଼ିକଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ଶିଳ୍ପାଞ୍ଚଳ କୁହାଯାଉଥିବା ନଭି ମୁମ୍ବାଇରେ ମାସକୁ ସର୍ବାଧିକ ୧୫୦ କିଲୋଲିଟର ଡିଜେଲ ଦ୍ୱାରଦେଶରେ ଯୋଗାଣ ହୋଇଛି। ଏହାଛଡ଼ା ଜୋର୍‌ହାଟ, ଚେନ୍ନାଇ, ବେଙ୍ଗାଲୁରୁ, ଦିଲ୍ଲୀ ଓ ଉଦୟପୁରରେ ଅଧିକ ପରିମାଣରେ ଡିଜେଲ ଯୋଗାଣ ହେଉଛି। ଡିସ୍‌ପେନ୍ସିଂ ମେଶିନ ଲାଗିଥିବା କ୍ଷୁଦ୍ର ଗାଡି ମାଧ୍ୟମରେ ଘର ଦୁଆରେ ଡିଜେଲ ଯୋଗାଣ ଚାଲିଛି। ଇଣ୍ଟରନ୍ୟାଶନାଲ ଏନର୍ଜି ଏଜେନ୍ସିର ଆକଳନ ଅନୁଯାୟୀ, ଭାରତରେ ଡିଜେଲ ଚାହିଦା ୨୦୩୦ ସୁଦ୍ଧା ୧୬୩ ମିଲିୟନ ଟନରେ ପହଞ୍ଚତ୍ବ। ଆର୍ଥିକ ବର୍ଷ ୨୦୧୯ରେ ଦେଶରେ ଡିଜେଲ ବ୍ୟବହାର ୮୩.୫୨ ମିଲିୟନ ଟନ ରହିଛି, ଯାହା କି ଆର୍ଥିକ ବର୍ଷ ୨୦୧୮ରେ ୮୧.୦୭୩ ମିଲିୟନ ଟନ ଠାରୁ ୩% ଅଧିକ। ଅନ୍ୟପକ୍ଷରେ ୨୦୩୦ ସୁଦ୍ଧା ପେଟ୍ରୋଲ ଚାହିଦା ୪୯ ମିଲିୟନ ଟନକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଆର୍ଥିକ ବର୍ଷ ୨୦୧୯ରେ ଏହା ୨୮.୨୮ ମିଲିୟନ ଟନ ରହିଛି ,ଯାହା କି ଆର୍ଥିକ ବର୍ଷ ୨୦୧୮ର ୨୬.୧୭୪ ମିଳିୟନ ଟନ ଠାରୁ ୮ ପ୍ରତିଶତ ଅଧିକ। ଚାହିଦାକୁ ଦୃଷ୍ଟିରେ ରଖି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଦେଶରେ ଆହୁରି ୭୮,୫୦୦ ପେଟ୍ରୋଲ ପମ୍ପ ପ୍ରତିଷ୍ଠା ପାଇଁ ବିଡ୍‌ ଆହ୍ବାନ କରିଛନ୍ତି। ୯୫ ପ୍ରତିଶତ ସ୍ଥାନରୁ ଏଥିପାଇଁ ଆଗ୍ରହ ପ୍ରଦର୍ଶନ କରାଯାଇଛି। ଏମାନଙ୍କ ମଧ୍ୟରୁ ୯୧୦୦ ପମ୍ପ ପ୍ରତିଷ୍ଠା ପାଇଁ ଆଗ୍ରହପତ୍ର ଜାରି କରାଯାଇସାରିଛି। ଜୁନ୍‌ ସୁଦ୍ଧା ଭାରତରେ ୬୪,୯୭୬ ପେଟ୍ରୋଲ ପମ୍ପ ରହିଛି। ତନ୍ମଧ୍ୟରେ ଆଇଓସିର ୨୭,୮୦୦, ଏଚ୍‌ପିସିଏଲ୍‌ର ୧୫,୪୭୧ ଓ ବିପିସିଏଲ୍‌ର ୧୪,୯୦୩ ପମ୍ପ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri