ଦୀପାବଳି ଖୁସି ବଦଳରେ ଚାଷୀଙ୍କୁ ଚିନ୍ତା, ୨୫୦ ଏକର ଜମି ଜଳମଗ୍ନ

କାଶୀନଗର,୨୭ା୧୦(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ଗତ ୩ ଦିନର ଲଗାଣ ବର୍ଷା ଚାଷୀଙ୍କ ବର୍ଷକର ଶ୍ରମ ଉପରେ ଦାଉ ସାଧିଛି। ଉଜାଡ଼ିଦେଇଛି ଏକର ଏକର ଫସଲ। ଅମଳ ବେଳ ସମୟରେ କାଶୀନଗର ବ୍ଲକ୍‌ ଓ ଏନ୍‌ଏସିର ପ୍ରାୟ ୨୫୦ ଏକର ଜମିରେ ଧାନଚାଷ ଜଳମଗ୍ନ ହୋଇଛି। କୃଷି ବିଭାଗର ଅଧିକାରୀ ଶ୍ରୀନିବାସ ରାଓ ଚାଷଜମି ବୁଲି ଦେଖିବା ପରେ ଏହି ଆକଳନକୁ ପ୍ରାୟ ଠିକ୍‌ ବୋଲି ମଧ୍ୟ ଦର୍ଶାଇଛନ୍ତି। ସେହିପରି ରଇତ ସଂଘର ଏକ ତିନିଜଣିଆ ଦଳ ମଧ୍ୟ କାଶୀନଗର ବ୍ଲକ୍‌ ଓ ଏନଏସିର ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। କୃଷି ବିଭାଗ ଓ ରଣତ ସଂଘ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନକୁ ଦିଆଯିବ। ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ କ୍ଷୟକ୍ଷତି ଘଟିଥିବାବେଳେ ଏନ୍‌ଏସି ଅଧୀନ ରେଲଓ୍ବେ ଷ୍ଟେଶନ୍‌ ନିକଟରୁ ଗୋରିବନ୍ଧା ପଞ୍ଚାୟତର ରାଜପୁର ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଚାଷଜମି ବର୍ଷାଜଳରେ ବୁଡ଼ି ରହିଛି। ରବିବର୍ମା ନାଳରେ ବର୍ଷାଜଳ କୂଳ ଲଂଘି ଚାଷଜମିରେ ପଶିଯିବା ଯୋଗୁ ଅଧିକ କ୍ଷତି ହୋଇଛି। ଆଲୋକର ପର୍ବ ଦୀପାବଳୀ ପାଳିବା ପାଇଁ ସେ ଖୁସି ଆଉ ଚାଷୀଙ୍କ ପାଖରେ ନାହିଁ। ଅଦିନିଆ ବର୍ଷା ଉତ୍ସବକୁ ଫିକା କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର…

ଚାକିରିଆଙ୍କ ପାଇଁ ଖୁସିଖବର: PF ଆକାଉଣ୍ଟ ଥିଲେ ମିଳିବ ୭ ଲକ୍ଷର… ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୫।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର ମାଗଣା ଜୀବନ ବୀମା ଯୋଜନା (Free Life Insurance Policy) ବିଷୟରେ ଅଧିକାଂଶ ଭାରତୀୟ ଜାଣିନାହାନ୍ତି,…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

କ’ଣ CJP ମୁଖ୍ୟ ଅଭିଜିତ ଦିପକେ ୩ ପ୍ରବକ୍ତାଙ୍କୁ ଦେବେ ଦରମା, ସୋସଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୬: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଭାରତ ଫେରିବା ଏବଂ ଜୁନ ୬ ତାରିଖରେ ଦିଲ୍ଲୀରେ ପ୍ରତିବାଦ କାର୍ଯ୍ୟକ୍ରମ ସ୍ଥିର ହେବାର କିଛି ଦିନ…

TMCକୁ ଆଉ ଏକ ଧକ୍କା, ମେୟର ପଦରୁ ଇସ୍ତଫା ଦେଲେ ମମତାଙ୍କ ନିକଟତମ

କୋଲକାତା,୫।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବିଭାଜନ ମଧ୍ୟରେ, ଦଳର ବରିଷ୍ଠ ନେତା ଏବଂ ପୂର୍ବତନ…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

ମୋଦିଙ୍କ ପ୍ରଶଂସା ମଧ୍ୟରେ କ୍ୟାମେରାରେ କଏଦ ହୋଇଥିଲା ଏକ ହସ ପୁଟିନଙ୍କ ସାମ୍ନାରେ ବସିଥିବା ଏହି ରହସ୍ୟମୟୀ ମହିଳା ଜଣକ କିଏ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୬: ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆନ୍ତର୍ଜାତୀୟ ସମ୍ବାଦ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୯ ଦିନ ପରେ ମିଳିଲା ଗୌରାଙ୍ଗଙ୍କ ଗଳିତ ମୃତଦେହ, ପାଖରେ ପଡ଼ିଥିବା ଏସବୁ ଜିନିଷ ଦେଖି…

ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri