Posted inଖେଳ

ଦୀପକ ପୁନିଆ ନଂ ୧ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୨୭।୯(ପିଟି): ନିକଟରେ ଶେଷ ହୋଇଥିବା ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିବା ଦୀପକ ପୁନିଆ ୮୬ କେଜି ଓଜନ ବର୍ଗର ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। କିନ୍ତୁ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ନଂ୧ ର଼୍ୟାଙ୍କ ହରାଇଛନ୍ତି ବୋଲି ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସଲିଂ (ୟୁଡ୍‌ବ୍ଲ୍ୟୁଡ୍‌ବ୍ଲ୍ୟୁ) ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ନୂଆ ର଼୍ୟାଙ୍କିଙ୍ଗ୍‌ ଦର୍ଶାଇଛି। କ୍ୟାରିୟରରେ ପ୍ରଥମ ଥର ବିଶ୍ୱ ଚାମ୍ପିୟନଶିପରେ ଅଂଶଗ୍ରହଣ କରିଥିବା ଦୀପକ ଗୋଇଠିଜନିତ ସମସ୍ୟା କାରଣରୁ ଇରାନ କିମ୍ବଦନ୍ତୀ ହାସାନ ୟାଜଦାନିଙ୍କ ବିପକ୍ଷ ଫାଇନାଲରୁ ଓହରି ଯାଇଥିଲେ। ଏଥିଯୋଗୁ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଏଥିପୂର୍ବରୁ ସେ ଏସିଆନ ଚାମ୍ପିୟନଶିପରେ ବ୍ରୋଞ୍ଜ ଓ ୟାସାର ଦୁଗୁରେ ରୌପ୍ୟ ପଦକ ଜିତିଥିଲେ। ମୋଟ ୮୨ ପଏଣ୍ଟ ସହ ପୁନିଆ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ବିଶ୍ୱ ଚାମ୍ପିୟନ ୟାଜଦାନି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଉଭୟଙ୍କ ମଧ୍ୟରେ ୪ ପଏଣ୍ଟର ବ୍ୟବଧାନ ରହିଛି। ଅନ୍ୟପକ୍ଷରେ ନଂ ୧ ର଼୍ୟାଙ୍କଧାରୀ ରେସଲର ଭାବେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ବଜରଙ୍ଗ ବ୍ରୋଞ୍ଜ ପଦକ ହାତେଇଥିଲେ। ଏଥିଯୋଗୁ ତାଙ୍କ ମାନ୍ୟତା ଦ୍ୱିତୀୟ ସ୍ଥାନକୁ ଖସିଛି। ୬୫ କେଜି ବର୍ଗରେ ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ଜିତିଥିବା ୨୫ ବର୍ଷୀୟ ରୁଷିଆର ଗାଜିମୁରାଦ ରାଶିଦୋଭ ୬୩ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ଏହାବାଦ୍‌ ୫୭ କେଜି ବର୍ଗରେ ରବି ଦାହିୟା ଟପ୍‌ ୫ରେ ପ୍ରବେଶ କରିଛନ୍ତି। ମହିଳାଙ୍କ ମଧ୍ୟରେ ୫୩ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭିନେଶ ଫୋଗତ ଦ୍ୱିତୀୟ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳା ଅନ୍ଧାରକରି ମାଡ଼ିଆସିଲା କାଳବୈଶାଖୀ : ବିଦ୍ୟୁତ୍ ସେବା ପ୍ରଭାବିତ, ବିଜୁ ପଟ୍ଟନାୟକ ପାର୍କ ୨ ଦିନ ବନ୍ଦ

ଭଞ୍ଜନଗର, ୩୧।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହା ଫଳରେ ବିଭିନ୍ନ ବିଭାଗରେ କ୍ଷତି…

ଅପେରା ନାୟିକା କରାଇବାକୁ କହି ଯୁବତୀଙ୍କୁ ହୋଟେଲ୍‌ ଡାକି ବଳାତ୍କାର: ଭିଡିଓ କରି ବ୍ଲାକମେଲିଂ, ଯାତ୍ରାପାର୍ଟି ମ୍ୟାନେଜର ଗିରଫ

ପଟ୍ଟାମୁଣ୍ଡାଇ, ୩୧ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଯାତ୍ରା ପାଟି ନାୟିକା କରାଇ ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କଠାରୁ ଅର୍ଥ…

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

କେନ୍ଦ୍ରାପଡ଼ା ସହରରେ ଫୁଟିଲା ଗୁଳି

କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri