Posted inଜାତୀୟ

ଦିଲ୍ଲୀରେ ସିଲିଣ୍ଡର ବ୍ଲାଷ୍ଟ: ୪ଆହତ

ନୂଆଦିଲ୍ଲୀ,୧୪।୧: ଗତ କିଛି ଦିନରୁ ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି। ଇତିମଧ୍ୟରେ ପଶ୍ଚିମ ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳର ଏକ ଘରେ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ୪ଜଣ ଆହତଙ୍କ ମଧ୍ୟରେ ଜଣେ ୧୪ବର୍ଷର ନାବାଳିକା ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ୪ଜଣ ଘରେ ଥିବା ବେଳେ ହଠାତ୍‌ ଏଲ୍‌ପିଜି ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା। ଏହି ଅଗ୍ନିକାଣ୍ଡରେ ୪ଜଣ ଜଳିଯାଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆହତ ପପୁ(୪୨)ଙ୍କ ଶରୀର ଓ ବାବୁଲାଲ(୪୦)ଙ୍କ ଶରୀର ୨୫ ପ୍ରତିଶତ ଜଳିଯାଇଛି। ସେହିପରି ରାଜେନ୍ଦ୍ର(୪୦)ଙ୍କ ଶରୀର ୪୦ପ୍ରତିଶତ ଜଳିଯାଇଥିବା ବେଳେ ଆରତୀ (୧୪)ଙ୍କ ଶରୀର ୧୦ ପ୍ରତିଶତ ଜଳିଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳା ଗଣ୍ଡଗୋଳ: ରାଜନୀତି ଛକାପଞ୍ଝାରେ ୨ ଗୋଷ୍ଠୀ, ଗାଁରେ  କୋକୁଆ ଭୟ   

ଧର୍ମଶାଳା,୧୫।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ଗଣ୍ଡଗୋଳକୁ ନେଇ ଧାରଣା, ରାଜନୀତି ଛକାପଞ୍ଝା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ବିଜେଡି ଓ ଯାଜପୁରରେ ଭାଜପାର ଧାରଣା। ବିଧାୟକ...

ନାବାଳିକା ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା କଲା ପ୍ରେମିକ: ଆଉ ତା’ପରେ…

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା...

ଭାଜପାର ବଡ଼ ଘୋଷଣା: ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଜନତା ପାର୍ଟି ତାମିଲନାଡୁ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି ଭାଜପା। ବାଣିଜ୍ୟ ଏବଂ...

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

ଫ୍ୟାଟ୍‌ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…

ଆମେ ସୁସ୍ଥ ରହିବା ପଛରେ ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଦରକାର। ହେଲେ ଏସବୁ ଖାଦ୍ୟ ସନ୍ତୁଳିତ ରହିବା ନିହାତି ଆବଶ୍ୟକ। ତେବେ ଅସନ୍ତୁଳିତ...

ସ୍କୁଟିକୁ ଧକ୍କା ଦେଲା ସଫାରୀ କାର୍, ୨ ସାଙ୍ଗଙ୍କ ମୃତ୍ୟୁ

ଧର୍ମଗଡ଼,୧୫।୧୨(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ଛକରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ପୂର୍ବାହ୍ନରେ ଏକ...

ନିଜ ଫର୍ମକୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ରନ୍‌ କରିପାରୁନାହିଁ କିନ୍ତୁ…

ନୂଆଦିଲ୍ଲୀ,୧୫।୧୨: ବହୁତ ଦିନ ଧରି ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri