Posted inଜାତୀୟ

ଦିଲ୍ଲୀରେ ପହଞ୍ଚିଲା କୋଲକାତା ବିବାଦ

ନୂଆଦିଲ୍ଲୀ,୧୬ା୫(ପି.ଟି.): କୋଲକାତାରେ ସୃଷ୍ଟି ହୋଇଥିବା ବିବାଦ ଦିଲ୍ଲୀରେ ପହଞ୍ଚିଛି। ମଙ୍ଗଳବାର କୋଲକାତାରେ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ମେଗା ରୋଡ୍‌ ଶୋ’ ବେଳେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଶାହଙ୍କ ଶୋଭାଯାତ୍ରା ଉପରକୁ ଢେଲାମାଡ଼ କରାଯିବାରୁ ଉତ୍ତେଜନା ଦେଖା ଦେଇଥିଲା। କୋଲକାତା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ପରିସରରେ ଅପ୍ରୀତିକର ପରିସ୍ଥିତି ସାଙ୍ଗକୁ କଲେଜ୍‌ ଷ୍ଟ୍ରିଟ୍‌ ନିକଟରେ ସଂଘର୍ଷ ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଖ୍ୟାତନାମା ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ କଲେଜ ହଷ୍ଟେଲ୍‌ ନିକଟରେ ମାଡ଼ପିଟ୍‌ ହେବା ସହ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରାଯାଇଥିଲା। ଶାହଙ୍କ କାର୍‌କେଡ ଉପରେ ଆକ୍ରମଣ ଓ ହିଂସାକାଣ୍ଡ ବିରୋଧରେ ବୁଧବାର ଦିଲ୍ଲୀର ଯନ୍ତରମନ୍ତରଠାରେ ଭାଜପା ପକ୍ଷରୁ ନୀରବ ପ୍ରତିବାଦ କରାଯାଇଥିଲା। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଲାଗି ଭାଜପାକୁ ଦାୟୀ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି।
ଯନ୍ତରମନ୍ତରରେ ଭାଜପାର ନୀରବ ପ୍ରତିବାଦ ସଭାରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀଥାରାମନ୍‌, ଜିତେନ୍ଦ୍ର ସିଂ, ବିଜୟ ଗୋୟଲ ଏବଂ ହର୍ଷବର୍ଦ୍ଧନ ପ୍ରମୁଖ ଯୋଗଦେଇଥିଲେ। ସେମାନେ କଳାପଟି ପିନ୍ଧି ଓଠରେ ଆଙ୍ଗୁଠି ଚାପି ବସିରହିଥିବା ଦେଖାଯାଇଥିଲା। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣତନ୍ତ୍ରର କଣ୍ଠରୋଧ କରିଛନ୍ତି ବୋଲି ଭାଜପା ନେତାମାନେ ଅଭିଯୋଗ କରିଥିଲେ। ନିର୍ବାଚନରେ ପରାଜିତ ହେବା ଜାଣି ମମତା ବିବ୍ରତ ହୋଇପଡିଛନ୍ତି ଏବଂ ହିଂସାକାଣ୍ଡ ସୃଷ୍ଟିକରିବାକୁ କର୍ମୀମାନଙ୍କୁ ଉସୁକାଉଥିବା ସୀଥାରାମନ ଅଭିଯୋଗ କରିଛନ୍ତି। ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ବନ୍ଦ କୋଠରିରେ ଥିବାବେଳେ କିପରି ଭାଙ୍ଗିଲା ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କୋଲକାତା ରୋଡ ଶୋ’ରେ ହିଂସା ଲାଗି ଶାସକ ଟିଏମ୍‌ସିକୁ ଦାୟୀ କରିଛନ୍ତି ଅମତ୍‌ ଶାହ। ନିର୍ବାଚନ କମିଶନ ନୀରବ ରହି ରାଜ୍ୟରେ ରିଗିଂ ଓ ହିଂସାକୁ ପ୍ରଶ୍ରୟ ଦେଉଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମମତାଙ୍କ ଉପରେ ବର୍ଷିଛନ୍ତି। କୋଲକାତାରେ ନିର୍ବାଚନ ପ୍ରଚାରବେଳେ ହିଂସାକାଣ୍ଡ ଦେଖାଦେବାରୁ ସେଠାରେ ସେନା ମୁତୟନ କରାଯାଇଛି। ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେବା ଲାଗି ଯବାନମାନଙ୍କୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri