Posted inଜାତୀୟ

ଦିଲ୍ଲୀରେ ପହଞ୍ଚିଲା କୋଲକାତା ବିବାଦ

ନୂଆଦିଲ୍ଲୀ,୧୬ା୫(ପି.ଟି.): କୋଲକାତାରେ ସୃଷ୍ଟି ହୋଇଥିବା ବିବାଦ ଦିଲ୍ଲୀରେ ପହଞ୍ଚିଛି। ମଙ୍ଗଳବାର କୋଲକାତାରେ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ମେଗା ରୋଡ୍‌ ଶୋ’ ବେଳେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଶାହଙ୍କ ଶୋଭାଯାତ୍ରା ଉପରକୁ ଢେଲାମାଡ଼ କରାଯିବାରୁ ଉତ୍ତେଜନା ଦେଖା ଦେଇଥିଲା। କୋଲକାତା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ପରିସରରେ ଅପ୍ରୀତିକର ପରିସ୍ଥିତି ସାଙ୍ଗକୁ କଲେଜ୍‌ ଷ୍ଟ୍ରିଟ୍‌ ନିକଟରେ ସଂଘର୍ଷ ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଖ୍ୟାତନାମା ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ କଲେଜ ହଷ୍ଟେଲ୍‌ ନିକଟରେ ମାଡ଼ପିଟ୍‌ ହେବା ସହ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରାଯାଇଥିଲା। ଶାହଙ୍କ କାର୍‌କେଡ ଉପରେ ଆକ୍ରମଣ ଓ ହିଂସାକାଣ୍ଡ ବିରୋଧରେ ବୁଧବାର ଦିଲ୍ଲୀର ଯନ୍ତରମନ୍ତରଠାରେ ଭାଜପା ପକ୍ଷରୁ ନୀରବ ପ୍ରତିବାଦ କରାଯାଇଥିଲା। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଲାଗି ଭାଜପାକୁ ଦାୟୀ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି।
ଯନ୍ତରମନ୍ତରରେ ଭାଜପାର ନୀରବ ପ୍ରତିବାଦ ସଭାରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀଥାରାମନ୍‌, ଜିତେନ୍ଦ୍ର ସିଂ, ବିଜୟ ଗୋୟଲ ଏବଂ ହର୍ଷବର୍ଦ୍ଧନ ପ୍ରମୁଖ ଯୋଗଦେଇଥିଲେ। ସେମାନେ କଳାପଟି ପିନ୍ଧି ଓଠରେ ଆଙ୍ଗୁଠି ଚାପି ବସିରହିଥିବା ଦେଖାଯାଇଥିଲା। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣତନ୍ତ୍ରର କଣ୍ଠରୋଧ କରିଛନ୍ତି ବୋଲି ଭାଜପା ନେତାମାନେ ଅଭିଯୋଗ କରିଥିଲେ। ନିର୍ବାଚନରେ ପରାଜିତ ହେବା ଜାଣି ମମତା ବିବ୍ରତ ହୋଇପଡିଛନ୍ତି ଏବଂ ହିଂସାକାଣ୍ଡ ସୃଷ୍ଟିକରିବାକୁ କର୍ମୀମାନଙ୍କୁ ଉସୁକାଉଥିବା ସୀଥାରାମନ ଅଭିଯୋଗ କରିଛନ୍ତି। ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ବନ୍ଦ କୋଠରିରେ ଥିବାବେଳେ କିପରି ଭାଙ୍ଗିଲା ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କୋଲକାତା ରୋଡ ଶୋ’ରେ ହିଂସା ଲାଗି ଶାସକ ଟିଏମ୍‌ସିକୁ ଦାୟୀ କରିଛନ୍ତି ଅମତ୍‌ ଶାହ। ନିର୍ବାଚନ କମିଶନ ନୀରବ ରହି ରାଜ୍ୟରେ ରିଗିଂ ଓ ହିଂସାକୁ ପ୍ରଶ୍ରୟ ଦେଉଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମମତାଙ୍କ ଉପରେ ବର୍ଷିଛନ୍ତି। କୋଲକାତାରେ ନିର୍ବାଚନ ପ୍ରଚାରବେଳେ ହିଂସାକାଣ୍ଡ ଦେଖାଦେବାରୁ ସେଠାରେ ସେନା ମୁତୟନ କରାଯାଇଛି। ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେବା ଲାଗି ଯବାନମାନଙ୍କୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

”ପ୍ରଦୂଷଣ ହ୍ରାସ ଅସମ୍ଭବ”, ସାଧାରଣ ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୬।୧୨: ଜାତୀୟ ରାଜଧାନୀ ଦିଲ୍ଲୀର ବିଗିଡ଼ି ଯାଉଥିବା ବାୟୁ ଗୁଣବତ୍ତାକୁ ନେଇ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିରସା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କ୍ଷମା...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

ଭୋଟର ଲିଷ୍ଟରୁ କଟିଲା ୫୮ଲକ୍ଷରୁ ଅଧିକଙ୍କ ନାମ ନିର୍ବାଚନ କମିଶନ ଜାରି କଲେ SIRର ଡ୍ରାପ୍ଟ ଲିଷ୍ଟ

କୋଲକାତା,୧୬।୧୨: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ, ନିର୍ବାଚନ କମିଶନ ମଙ୍ଗଳବାର ସକାଳେ ତାଙ୍କ ୱେବସାଇଟରେ ୨୦୨୬ ଡ୍ରାଫ୍ଟ ଭୋଟର ତାଲିକାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri