ଦିଲ୍ଲୀରୁ ୧.୨ କୋଟି ଟଙ୍କାର ସିଗାରେଟ୍‌ ଜବତ: ଚୋରି ଉପକରଣ ରଖି ୨ ଜଣ ଜେଲ ଗଲେ

ଖୋର୍ଦ୍ଧା ଅଫିସ/ଟାଙ୍ଗୀ,୫ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ପୋଲିସ ଜିଲା ଟାଙ୍ଗୀ ଥାନା ଉଗ୍ରତାର ଛକଠାରୁ ଲୁଟ୍‌ ହୋଇଥିବା ୧.୨ କୋଟି ଟଙ୍କାର ସିଗାରେଟ୍‌ ଦିଲ୍ଲୀରୁ ଜବତ ହୋଇଛି। ତେବେ ଦୁର୍ବୃତ୍ତମାନେ ଧରା ପଡି ନ ଥିବାବେଳେ ଚୋରି ଉପକରଣ ରଖି ଦିଲ୍ଲୀର ୨ଜଣ ବ୍ୟବସାୟୀ ଫସିଛନ୍ତି। ଖୋର୍ଦ୍ଧାର ୩ ଜଣିଆ ସ୍କ୍ବାଡ ଏହି ଦୁଇ ବ୍ୟବସାୟୀଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ମଧ୍ୟପ୍ରଦେଶ ଇନ୍ଦୋର ଜିଲା ଚନ୍ଦନନଗର ଥାନା ସେକ୍ଟର ବି ଘର ନଂ. ୧୭୩୨ର ଅମିତ୍‌ ଚୋପ୍ରା(୩୭) ଓ ଭାବରକୁଅଁା ଥାନା କୌଶଲ୍ୟାପୁରୀ ନେମାମ୍ବର ରୋଡର ଅମିତ ଚୌଧୁରୀ(୪୦)ଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ଖୋର୍ଦ୍ଧା ପୋଲିସ ମୁଖ୍ୟାଳୟରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଅଜେୟ ପ୍ରସାଦ ସ୍ବାଇଁ ଏହି ସୂଚନା ଦେଇଛନ୍ତି।
ନଭେମ୍ବର ୪ ସନ୍ଧ୍ୟାରେ ଟାଙ୍ଗୀ ଥାନା ୧୬ ନଂ. ଜାତୀୟ ରାଜପଥର ଉଗ୍ରତାରା ଛକରୁ କଣ୍ଟେନର ସହ ୩୨୦ କାର୍ଟୁନ ସିଗାରେଟ୍‌ ଲୁଟ୍‌ ହୋଇଥିଲା। ଏହାର ଦାମ ୧ କୋଟି ୪୭ ଲକ୍ଷ ୪୦ ହଜାର ୧୩୦ ଟଙ୍କା ହେବ। ଯାହାକି ହାଇଦ୍ରାବାଦରୁ କଲିକତା ଯାଉଥିଲା। ୮ ଲୁଟେରା ୧୦ ଚକିଆ ଟ୍ରକକୁ ସିଗାରେଟ୍‌ ବୋଝେଇ ଟ୍ରକ ସମ୍ମୁଖରେ ରଖି ଅଟକାଇଥିଲେ। ପରେ ଡ୍ରାଇଭର ସହ ସିଗାରେଟ୍‌ ବୋଝେଇ କଣ୍ଟେନରକୁ ହାଇଯାକ୍‌ କରିଥିଲେ। କିଛି ବାଟ ଯିବା ପରେ ଉଗ୍ରତାର ଜଙ୍ଗଲର ଏକ ଗଛରେ ଡ୍ରାଇଭରଙ୍କୁୁ ବାନ୍ଧି ଦେଇଥିଲେ। କଣ୍ଟେନରରୁ ୩୨୦ କାର୍ଟୁନ ସିଗାରେଟ୍‌ କାଢ଼ି ନିଜେ ଆଣିଥିବା ୧୦ ଚକିଆ ଟ୍ରକରେ ଲୋଡ ପରି ଚାଲି ଯାଇଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ଆସି ପୋଲିସକୁ ଜଣାଇଥିଲେ। ଲୁଟ୍‌ ପରେ ଜିଓ ଫାଷ୍ଟ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜର ସନ୍ଦୀପ କସେରାଙ୍କ ଅଭିଯୋଗକ୍ରମେ ପୋଲିସ ଦଫା ୩୯୫ ଆଇପିସିରେ ନଂ. ୩୨୫/୧୯ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ଲୁଟ୍‌ର ପର୍ଦ୍ଦାଫାଶ ଓ ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଏକ ୩ ଜଣିଆ ଟିମ୍‌ ଗଠନ କରାଯାଇଥିଲା। ଏଥିରେ ବାଲୁଗଁା ଏସ୍‌ଡିପିଓ, ଆଇଆଇସି ଟାଙ୍ଗୀ ଓ ସାଇବର କନଷ୍ଟେବଳ ଗହୁରୁଦ୍ଦିନ ଖାନ ସାମିଲ ହୋଇ ଲୁଟ୍‌ର ଧରପଗଡ କାର୍ଯ୍ୟରେ ଲାଗି ପଡିଥିଲେ। ଟିମ୍‌ ଇନ୍ଦୋରସ୍ଥିତ ପୀତାମ୍ବର ରାମ ରତନ ପଟେଲ କଲୋନୀରୁ ଅମିତ୍‌ ଚୋପ୍ରା ଓ ଅମିତ୍‌ ଚୌଧୁରୀ ଭଡାରେ ନେଇଥିବା ଗୋଦାମରୁ ୧୦ ଲକ୍ଷ ଟଙ୍କା ସହ ଚୋରି ଯାଇଥିବା ୨୩୮ କାଟୁନ ସିଗାରେଟ୍‌ ଜବତ କରିଥିଲେ। ତଦନ୍ତରୁ ସିଗାରେଟ୍‌ ବିକ୍ରି ଅର୍ଥ ୧୦ ଲକ୍ଷ ଟଙ୍କା ସହ ସିଗାରେଟ୍‌ ମିଶି ଦୁଇ ବ୍ୟବସାୟୀଙ୍କଠାରୁ ୧ କୋଟି ୨ ଲକ୍ଷ ୮ ହଜାର ୧୭୫ ଟଙ୍କା ଜବତ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri