Posted inଜାତୀୟ

ଦିଲ୍ଲୀ କ୍ୟାବିନେଟର ବିଭାଗ ବଣ୍ଟନ: ୩ମନ୍ତ୍ରୀଙ୍କ ବଦଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀରେ ତୃତୀୟଥର ସରକାର ଗଠନ କରିବା ପରେ ଆମ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ୫ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଦିଲ୍ଲୀ ସଚିବାଳୟରେ ପହଞ୍ଚି ନିଜର ଦାୟିତ୍ୱ ଗ୍ରହଣ କରିଥିଲେ। ମନ୍ତ୍ରୀମାନେ ନିଜର ଶହେ ଦିନର ଏଜେଣ୍ଡା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ନିଜ କ୍ୟାବିନେଟର ବିଭାଗ ବଣ୍ଟନ କରିଥିଲେ। ୩ଟି ବିଭାଗରେ ମନ୍ତ୍ରୀମାନଙ୍କର ଅଦଳ ବଦଳ ହୋଇଥିବା ବେଳେ ଅନ୍ୟ ମନ୍ତ୍ରୀଙ୍କ ନିକଟରେ ପୁରୁଣା ମନ୍ତ୍ରଣାଳୟ ବଳବତ୍ତର ରହିଛି। ସୂଚନା ମୁତାବକ କେଜରିଓ୍ବାଲ ନିଜ ପାଖରେ କୌଣସି ବିଭାଗ ରଖି ନ ଥିବା ବେଳେ ଦିଲ୍ଲୀ ଜଳ ବୋର୍ଡ ମନ୍ତ୍ରଣାଳୟ ସତେନ୍ଦ୍ର ଜୈନଙ୍କୁ ଦିଆଯାଇଛି। ସେହିପରି କୈଳାଶ ଗେହଲଟଙ୍କ ସ୍ଥାନରେ ଗୋପାଳ ରାୟଙ୍କୁ ପରିବେଶ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ ମନୀଷ ସିସୋଡିଆଙ୍କ ପାଖରେ ରହିଥିବା ବେଳେ ଚଳିତ ବର୍ଷ ଏହି ବିଭାଗ ରାଜେନ୍ଦ୍ର ପାଲ ଗୌତମଙ୍କ ପାଖକୁ ଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରୀ ସ୍ତ୍ରୀ, ୧ ବିଲିୟନ ଡଲାର

କାମ୍ପାଲା,୧୩ା୪: ଉଗାଣ୍ଡା ସେନାମୁଖ୍ୟ ଜେନେରାଲ ମୁହୁଜି କେଇନେରୁଗାବା ତୁର୍କୀ ନିକଟରେ ୨ଟି ବିଚିତ୍ର ଦାବି କରିଛନ୍ତି। ତାଙ୍କର ପ୍ରଥମ ଦାବି ହେଲା ସୋମାଲିଆର ଆତଙ୍କବାଦୀଙ୍କ ବିରୋଧରେ ଦୀର୍ଘବର୍ଷ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri