ଦିବ୍ୟାଙ୍ଗ ସୁକାନ୍ତି, ଧନେଶ୍ୱର ଏବେ ସୁଖଦୁଃଖର ସାଥୀ

ଆରଡ଼ି,୯।୩(ଡି.ଏନ.ଏ.)-ସମାଜରେ ସୁସ୍ଥ ଲୋକଙ୍କ ପରି ଜୀବନ ବିତାଇବାକୁ ୨୦୧୭ରେ ବୈଦିକ ରୀତିରେ ବିବାହ କରିଥିଲେ। ୭ ମାସ ତଳେ ସେମାନଙ୍କ କୋଳ ମଣ୍ଡନ କରିଛି ଏକ ଶିଶୁପୁତ୍ର। ତେଲଲୁଣର ସଂସାର ମଧ୍ୟରେ ଦୁଃଖ ଆସିଲେ ବି ସେଥିରେ ଖାତିର ନ କରି ହସି ହସି ସ୍ଥିତିକୁ ସାମ୍ନା କରୁଛନ୍ତି ଏହି ଦମ୍ପତି। ଦିବ୍ୟାଙ୍ଗ ହୋଇଥିଲେ ବି କାହା ଉପରେ ନିର୍ଭର ନ କରି ସେମାନେ ଆତ୍ମନିର୍ଭରଶୀଳ ହୋଇ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି।
ଏହି ଦିବ୍ୟାଙ୍ଗ ଦମ୍ପତି ହେଲେ ଧନେଶ୍ୱର ପରିଡ଼ା ଓ ସୁକାନ୍ତି ପରିଡ଼ା। ଘର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁରରେ। ଧନେଶ୍ୱର ୨ ମାସର ହୋଇଥିବା ବେଳେ ମିଳିମିଳାରେ ତାଙ୍କର ଦୁଇ ଆଖି ନଷ୍ଟ ହୋଇଯାଇଥିଲା। ସେ ସ୍ଥାନୀୟ ସୁନ୍ଦରପୁର- ଦୋହରାପାଟଣା ଉ.ପ୍ରା. ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନିଲ କୁମାର ଦାସଙ୍କ ଉଦ୍ୟମରେ ସେ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ପାରିଥିଲେ। ପରେ ସେ ବିନା ଗୁରୁରେ ନିଜ ଉଦ୍ୟମରେ ଢୋଲ ବଜାଇବା ଶିଖିଥିଲେ। ଏଥିସହ ସଙ୍ଗୀତ ସାଧନା ମଧ୍ୟ କରିଥିଲେ। ଏବେ ସୁଲଳିତ କଣ୍ଠରେ ଭଜନ ଶୁଣାଇବା ସହ ସଂକୀର୍ତ୍ତନ ମଣ୍ଡଳୀରେ ବିଭିନ୍ନ ସ୍ଥାନକୁ ଯାଇ ସଙ୍ଗୀତ ପରିବେଷଣ କରି ଲୋକଙ୍କ ହୃଦୟ ଜିଣିପାରିଛନ୍ତି। ସେଥିରୁ ଯାହା ମିଳୁଛି ଚଳୁଛି ପରିବାର। ଧନେଶ୍ୱରଙ୍କ ମାତାପିତା ଓ ୨ ଭାଇ ଅଛନ୍ତି। ହେଲେ ପତ୍ନୀ ଓ ଶିଶୁପୁତ୍ରଙ୍କୁ ନେଇ ତାଙ୍କର ଛୋଟ ସଂସାର। ଉଭୟ ମାସିକ ୫ ଶହ ଟଙ୍କା ଲେଖାଏ ସରକାରୀ ଭତ୍ତା ପାଉଛନ୍ତି। ପୂର୍ବରୁ ପାଉଥିବା ମାଗଣା ୧୦ କେଜି ଚାଉଳ ବର୍ଷେ ହେଲା ଆଉ ମିଳୁନି। ସୁକାନ୍ତିଙ୍କର ଜନ୍ମ ବେଳୁ ବାମହାତ କହୁଣି ପାଖରୁ ନାହିଁ। ସେ ଅବିବାହିତ ଥିବାବେଳେ ଏକ ଶିଳ୍ପ ତାଲିମ ଶିକ୍ଷାକେନ୍ଦ୍ରରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ। ବିବାହ ପରେ ସେହି ଚାକିରି ଚାଲିଯାଇଛି। ବର୍ତ୍ତମାନ ଗୋଟିଏ ହାତରେ ସେ ସମସ୍ତ ଘରୋଇ କାମ କରିବା ସହ ସ୍ବାମୀଙ୍କ ପାଇଁ ସାହାରା ପାଲଟିଛନ୍ତି। ଗୋଟିଏ ହାତରେ ସେ ପୁଅର ଯତ୍ନ ନେବା ସହ ଅନ୍ୟ କାମ ମଧ୍ୟ କରୁଛନ୍ତି। ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉଥିବାବେଳେ ଏହି ଦମ୍ପତି ଅଣଦେଖାର ଶିକାର ହୋଇଛନ୍ତି। ତଥାପି ସେମାନେ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ିବାକୁ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ଧନେଶ୍ୱର କହନ୍ତି, ସେ ତାଙ୍କ ଶିଶୁପୁତ୍ରକୁ ପାଠ ପଢ଼ାଇ ବଡ଼ ମଣିଷ କରିବେ। ସେହି ସ୍ବପ୍ନରେ ଏବେ ଆତ୍ମବିଭୋର ଏହି ଦମ୍ପତି। ଏହି ଦିବ୍ୟାଙ୍ଗ ଦମ୍ପତିଙ୍କର କର୍ମନିଷ୍ଠା ଓ ଆଚରଣ ବିରଳ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri