Posted inଖେଳ

ଦିନିକିଆରେ କୋହଲି ନୁହେଁ, ସଚିନ ଗମ୍ଭୀରଙ୍କ ପସନ୍ଦ

ମୁମ୍ବାଇ,୨୧।୫(ପି.ଟି.): ଦିନିକିଆ ଫର୍ମାଟ ଦୃଷ୍ଟିକୋଣରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅପେକ୍ଷା କ୍ରିକେଟ ଆଇକନ ସଚିନ ତେନ୍ଦୁଲଙ୍କରଙ୍କୁ ପସନ୍ଦ କରିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ସଚିନ୍‌ଙ୍କ କ୍ୟାରିୟର ଦୀର୍ଘ। ଦିନିକିଆରେ ମଧ୍ୟ ଏକାଧିକ ନିୟମରେ ପରିବର୍ତ୍ତନ ହୋଇଛି। ଏସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସଚିନ କୋହଲିଙ୍କ ଆଗରେ ରହିବେ ବୋଲି ଗମ୍ଭୀର କହିଛନ୍ତି।
୨୦୧୩ରେ ଅବସର ନେଇଥିବା ସଚିନ ୪୬୩ଟି ଦିନିକିଆ ଖେଳିଛନ୍ତି। ୪୯ଟି ଶତକ ହାସଲ କରିବା ସହ ସେ ୪୪.୮୩ ରନ ହାରରେ ସେ ୧୮, ୪୨୬ ରନ ସଂଗ୍ରହ କରିଛନ୍ତି। ଅପରକ୍ଷରେ କୋହଲି ୨୪୮ ଦିନିକିଆ ଖେଳି ୪୩ଟି ଶତକ ହାସଲ କରିବା ସହ ୫୯.୩୩ ରନହାରରେ ୧୧, ୮୬୭ ରନ ସଂଗ୍ରହ କରିଛନ୍ତି। ଗୋଟିଏ ଧଳା ବଲ୍‌ ଓ ଇନ୍‌ସାଇଡ୍‌ ସର୍କଲରେ ୫ ନୁହଁ ୪ ଫିଲ୍ଡର ନିୟମରେ ସଚିନ ଖେଳିଥିଲେ। ତେଣୁ ମୋ ସଚିନ ମୋର ପସନ୍ଦ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏବେ କିନ୍ତୁ ୨ଟି ଧଳା ବଲ୍‌ରେ ଓ ୩ଟି ପାଓ୍ବାର ପ୍ଲେ ସହିତ ଦିନିକିଆ ଖେଳାଯାଉଛି। ପ୍ରଥମ ପାଓ୍ବାର ପ୍ଲେ ୧ରୁ ୧୦ ଓଭର ମଧ୍ୟ ଲାଗୁ ହୋଇଥାଏ। ଏଥିରେ ୩୦ ୟାର୍ଡ ସର୍କଲ ବାହାରେ ୨ ଫିଲ୍ଡରଙ୍କୁ ଜଗିବାର ସୁଯୋଗ ଦିଆଯାଇଥାଏ। ସେହିପରି ଦ୍ୱିତୀୟ ପାଓ୍ବାରୀ ପ୍ଲେ ୧୦ରୁ ୪୦ ଓଭର ମଧ୍ୟରେ ନିଆଯାଇଥାଏ ଓ ଏଥିରେ ୪ ଫିଲ୍ଡରଙ୍କୁ ବାହାରେ ଫିଲ୍ଡିଂ କରିବାର ସୁଯୋଗ ଦିଆଯାଇଥାଏ। ସେହିପରି ତୃତୀୟ ତଥା ଅନ୍ତିମ ପାଓ୍ବାର ପ୍ଲେ ୪୦ରୁ ୫୦ ଓଭର ମଧ୍ୟରେ ଲାଗୁ କରିବାକୁ ହୋଇଥାଏ ଓ ଏଥିରେ ୫ ଫିଲ୍ଡରଙ୍କୁ ସର୍କଲ ବାହାରେ ଦାୟିତ୍ୱ ଦିଆଯାଇଥାଏ। ତେଣୁ ନିୟମରେ ଏହି ପରିବର୍ତ୍ତନ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଛି। ତେବେ ବିରାଟ କୋହଲିଙ୍କ ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ ହୋଇଛି ବୋଲି ସେ କହିଛନ୍ତି। ୨ଟି ନୂଆ ବଲ୍‌ରେ ରିଭର୍ସ ସୁଇଙ୍ଗ୍‌ ହେବ ନାହିଁ। ସ୍ପିନ୍‌ରଙ୍କୁ ମଧ୍ୟ ସେତେଟା ସହାୟତା ମିଳିବ ନାହିଁ। ପୁଣି ୫୦ ଓଭରରେ ୫ ଫିଲ୍ଡର ରହିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଧିକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି। ସଚିନଙ୍କ ସମୟରେ ଏକଦା ୨୩୦ରୁ ୨୪୦ ସ୍କୋର ବିଜୟ ପାଇଁ ଯଥେଷ୍ଟ ଥିଲା। ସେତେବେଳେ ଦିନିକିଆ କ୍ରିକେଟ ଭିନ୍ନ ଥିଲା ବୋଲି ଗମ୍ଭୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri