ଦିନରେ ସମ୍ଭାଳୁଛନ୍ତି ବ୍ୟବସାୟ, ରାତିରେ ଗାୟକ: ୪୫ ବର୍ଷରେ ୫ ହଜାର ମଞ୍ଚ

(ଦୀନେଶ ଦେହୁରୀ)
ବନ୍ତଳା,୨୩ା୫: ଦିନରେ ମା’ଙ୍କ ବ୍ୟବସାୟକୁ ବଢ଼ାଉଛନ୍ତି ଆଗକୁ। ଆଉ ରାତିରେ ଜାମାଯୋଡ ହୋଇ ଚାମର ଧରି ଗାୟକ, ପାଳିଆଙ୍କ ସାଥେ ଓହ୍ଲାଉଛନ୍ତି ମଞ୍ଚକୁ। ଦୀର୍ଘ ୪୫ ବର୍ଷ ମଧ୍ୟରେ ୫ ହଜାରରୁ ଅଧିକ ସ୍ଥାନରେ ପାଲା ପରିବେଷଣ କରିସାରିଲେଣି ଗାୟକ ସୁରେଶ ସାହୁ (୬୯)। ୭ଶହ ବାଦୀପାଲାରେ ସେ ଅଂଶଗ୍ରହଣ କରିଥିବା ବେଳେ ୧୯ଥର ରେଡିଓ ଓ ୬ଥର ଟିଭିରେ ନିଜ କଳା ପ୍ରଦର୍ଶନ କରି ସାଉଣ୍ଟିଛନ୍ତି ଅନେକ ପ୍ରଶଂସା ଓ ପ୍ରମାଣପତ୍ର।
ବାପା ପ୍ରାଣବନ୍ଧୁ ସାହୁଙ୍କ କଳାରେ ବଳିୟାନ ଗାୟକ ସୁରେଶଙ୍କ ଘର ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମରେ। ମାତ୍ର ୫ ବର୍ଷ ବୟସରେ ସେ ହରାଇଥିଲେ ବାପାଙ୍କୁ। ଗଁାରେ ଛୋଟ ଜଳଖିଆ ଦୋକାନ କରିଥିବା ମା’ ରାଧିକା ୪ ପିଲାଙ୍କ ପେଟକୁ ଦାନା ଦେବାରେ ସମର୍ଥ ହୋଇଥିଲେ ହେଁ ଅଧିକ ପାଠ ପଢ଼ାଇ ପାରି ନ ଥିଲେ କାହାକୁ। ସବୁଠୁ ସାନ ସୁରେଶ ଏମ୍‌.ଇ. ସ୍କୁଲ ପର୍ଯ୍ୟନ୍ତ ଯାଇପାରିଥିଲେ। ପରେ ମାମୁଙ୍କ ସହାୟତା ଯୋଗୁ ୧୯୬୮ରେ ସେ ଏକାଦଶ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାଭିତରେ ମା’ଙ୍କଠାରୁ ଜଳଖିଆ ପ୍ରସ୍ତୁତି କାର୍ଯ୍ୟ ସମ୍ପୂର୍ଣ୍ଣ ଶିଖି ନେବା ସହ ବ୍ୟବସାୟକୁ ମଧ୍ୟ ଆଦରି ନେଇଥିଲେ। ହେଲେ ତାଙ୍କ କଣ୍ଠ ସ୍ବର ଭଲ ହୋଇଥିବାରୁ ସ୍କୁଲ ଶିକ୍ଷକ ଓ ସାଙ୍ଗମାନେ ବାପାଙ୍କ ପରି ପାଲା ଗାଇବାକୁ ତାଙ୍କୁ ପରାମର୍ଶ ଦେଇଥିଲେ। ତାହାକୁ ମଧ୍ୟ ଗ୍ରହଣ କରି ନେଇଥିଲେ ସୁରେଶ। ବାପାଙ୍କ ଚାମର, ବହି, ଗିନିକୁ ମା’ଙ୍କଠାରୁ ନେଇ ୧୯୭୩ରେ ଅନୁଗୋଳର ପାଲା ଗାୟକ ପାଇଛା ନନ୍ଦ ନାଥଙ୍କୁ ଗୁରୁ କରି ସେ ପାଲା ଶିଖିବା ଆରମ୍ଭ କରିଥିଲେ। ପରେ ଜଗତସିଂହପୁର ଜିଲା କୁଜଙ୍ଗ ବାଘୁଆଠେଙ୍ଗର ନିଶାକର ଷଡଙ୍ଗୀ, ନୟାଗଡ଼ ଜିଲା ସାଲୁଣିର ଗୋବର୍ଦ୍ଧନ ବେହେରାଙ୍କ ନିକଟରେ ମଧ୍ୟ କାମ କଲେ। ଗାୟକ ବିଦ୍ୟାରେ ପାରଙ୍ଗମ ହେବା ପରେ ୧୯୭୪ରେ ସେ ନିଜେ ଓହ୍ଲାଇଥିଲେ ମଞ୍ଚକୁ। ୧୯୭୭ରେ ବିବାହ ତାଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ କରାଇଥିଲା। ତେଣୁ ୧୯୮୧ରେ ସେ ମା’ଙ୍କ ଜଳଖିଆ ଦୋକାନ ସମ୍ଭାଳିଲେ। ଦିନତମାମ ଦୋକାନରେ ଜଳଖିଆ ପ୍ରସ୍ତୁତି ଓ ବିକ୍ରି ସହ ରାତିରେ ନିମନ୍ତ୍ରଣ ଅନୁଯାୟୀ ବିଭିନ୍ନ ଗଁାରେ ପାଲା ପରିବେଷଣ କଲେ। ପ୍ରଥମେ ପାଲାରୁ ମାତ୍ର ୩୦ ଟଙ୍କା ମିଳୁଥିଲା। ହେଲେ ଏବେ ୭ ହଜାରରୁ ଅଧିକ ଟଙ୍କା ସେ ପାଇପାରୁଛନ୍ତି। ୭୦୦ରୁ ଊଦ୍ଧର୍‌ବ ବାଦ ମଞ୍ଚ, ୫୦୦୦ରୁ ଅଧିକ ମଞ୍ଚ, ୧୯ ଥର ରେଡିଓ ଏବଂ ୬ଥର ଟିଭିରେ ପାଲା ପରିବେଷଣ କରିସାରିଛନ୍ତି। ଜିଲା ଓ ରାଜ୍ୟସ୍ତରରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ସମ୍ବଲପୁରରେ ପାଲା ପରିବେଷଣ ବେଳେ ଗାୟକ ସ୍ବରଶ୍ରେଷ୍ଠ ଓ ଅନୁଗୋଳରେ ତାଙ୍କୁ ଗାୟକ ଭୂଷଣ ଉପାଧିରେ ଭୂଷିତ କରାଯାଇଛି। ଶ୍ରୀ ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ପରିଷଦ ଓଡ଼ିଶା ତରଫରୁ ରାଜ୍ୟସ୍ତରୀୟ ମାନପତ୍ର ଦିଆଯାଇଛି। ଅନୁଗୋଳ ସଂଘ ତରଫରୁ ୨୦ ଥର ମାନପତ୍ର ପାଇଛନ୍ତି। ୫୫୦ରୁ ଊଦ୍ଧର୍‌ବ ସରକାରୀ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇ ସେ ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରିଆସିଛନ୍ତି। ୯ ବର୍ଷ ହେଲା ମାସିକ ୧୨ ଶହ ଟଙ୍କା କଳାକାର ଭତ୍ତା ଆକାରରେ ପାଉଛନ୍ତି। ଦୁଇ ପୁଅ ଓ ଗୋଟିଏ ଝିଅର ବିବାହ ଦେଇସାରିଥିଲେ ବି ବ୍ୟବସାୟ କି ପାଲା ପରିବେଷଣରେ ଏଯାଏ ପୂର୍ଣ୍ଣଚ୍ଛେଦ ଟାଣି ନାହାନ୍ତି ସେ। ଜୀବନ ଥିବା ଯାଏ ପରିବାରର ଏହି ପରମ୍ପରାକୁ ସେ ଆଗେଇ ନେବେ ବୋଲି କହିଛନ୍ତି ସୁରେଶ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri